‘ଆମେରିକାକୁ ଅପମାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି’, ଜେଲେନ୍ସ୍କିଙ୍କ ସହ ତୁ ତୁ ମେଁ ମେଁ ଉପରେ ଟ୍ରମ୍ପ କହିଲେ…
ଓ୍ବାଶିଂଟନ୍, ୩।୧: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ହୋଇଥିବା ବୈଠକରେ କିଛି ଭଲ ହୋଇପାରି ନାହିଁ। ୱାଶିଂଟନ ଡିସିର ଓଭାଲ ଅଫିସରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଆଲୋଚନା ଶୀଘ୍ର ଏକ ଉଷ୍ମ ବିତର୍କରେ ପରିଣତ ହୋଇଥିଲା। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଦୁଇ ନେତାଙ୍କ ଭିନ୍ନ ମତ ଯୋଗୁ ଏହା ଘଟିଥିଲା। ଏହି ବିତର୍କର ପ୍ରଭାବ ବୈଠକ ପରେ ମଧ୍ୟ ଦେଖାଯାଇଥିଲା। ଜେଲେନ୍ସ୍କି ଓଭାଲ […] The post ‘ଆମେରିକାକୁ ଅପମାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି’, ଜେଲେନ୍ସ୍କିଙ୍କ ସହ ତୁ ତୁ ମେଁ ମେଁ ଉପରେ ଟ୍ରମ୍ପ କହିଲେ… appeared first on Dharitri Odia News.
ଓ୍ବାଶିଂଟନ୍, ୩।୧: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ହୋଇଥିବା ବୈଠକରେ କିଛି ଭଲ ହୋଇପାରି ନାହିଁ। ୱାଶିଂଟନ ଡିସିର ଓଭାଲ ଅଫିସରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଆଲୋଚନା ଶୀଘ୍ର ଏକ ଉଷ୍ମ ବିତର୍କରେ ପରିଣତ ହୋଇଥିଲା। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଦୁଇ ନେତାଙ୍କ ଭିନ୍ନ ମତ ଯୋଗୁ ଏହା ଘଟିଥିଲା। ଏହି ବିତର୍କର ପ୍ରଭାବ ବୈଠକ ପରେ ମଧ୍ୟ ଦେଖାଯାଇଥିଲା। ଜେଲେନ୍ସ୍କି ଓଭାଲ ଅଫିସରୁ ବାହାରିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଆମେରିକାର ଅପମାନ କରୁଥିବାର ଅଭିଯୋଗ କରିଥିଲେ। ଏହା ସହିତ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନୀୟ ରାଷ୍ଟ୍ରପତି ବର୍ତ୍ତମାନ ରୁଷି ସହିତ ଯୁଦ୍ଧ ଶେଷ କରିବାକୁ ଚାହୁଁନାହାଁନ୍ତି।
ଜେଲେନ୍ସ୍କିଙ୍କ ସହ ସାକ୍ଷାତ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏକ ବିବୃତ୍ତି ଜାରି କରାଯାଇଛି। ଏହି ବିବୃତ୍ତିରେ ଲେଖାଯାଇଛି, ଆଜି ଆମର ହୱାଇଟ ହାଉସରେ ଏକ ବହୁତ ଫଳପ୍ରଦ ବୈଠକ ହୋଇଥିଲା। ବହୁତ କିଛି ସ୍ପଷ୍ଟ ହୋଇଗଲା ଏବଂ ଏହା ଏପରି କିଛି ଥିଲା ଯାହା ଏତେ ଉଷ୍ମ ବିତର୍କ ବିନା ହୁଏତ କେବେ ବୁଝାପଡିନଥାନ୍ତା। ଭାବନା ମାଧ୍ୟମରେ କ’ଣ ବାହାରକୁ ଆସେ ତାହା ପ୍ରକୃତରେ ଆକର୍ଷଣୀୟ। ଆଜି ମୁଁ ଏହା ଦେଖିଲି ଏବଂ ବୁଝିପାରିଲି ଯେ ରାଷ୍ଟ୍ରପତି ଜେଲେନ୍ସ୍କି ଶାନ୍ତି ପାଇଁ ପ୍ରସ୍ତୁତ ନାହାଁନ୍ତି। ଏହା ଏଥିପାଇଁ ମଧ୍ୟ କାରଣ ସେମାନେ ଭାବନ୍ତି ଯେ ଆମେରିକାର ଅଂଶଗ୍ରହଣ ସେମାନଙ୍କୁ ଚୁକ୍ତିନାମାରେ ଏକ ବଡ଼ ସୁବିଧା ଦେଇପାରିବ। ମୁଁ ଲାଭ ଖୋଜେ ନାହିଁ, ମୁଁ ଶାନ୍ତି ଚାହୁଁଛି। ଆମ ଓଭାଲ ଅଫିସରେ ଜେଲେନ୍ସ୍କି ଆମେରିକାକୁ ଅପମାନିତ କରିଛନ୍ତି। ଏବେ ସେ ଶାନ୍ତି ପାଇଁ ପ୍ରସ୍ତୁତ ହେଲେ ପୁଣି ଏଠାକୁ ଆସିପାରିବେ।
The post ‘ଆମେରିକାକୁ ଅପମାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି’, ଜେଲେନ୍ସ୍କିଙ୍କ ସହ ତୁ ତୁ ମେଁ ମେଁ ଉପରେ ଟ୍ରମ୍ପ କହିଲେ… appeared first on Dharitri Odia News.