ବିମାନର ଦ୍ୱାର ଖୋଲିବାମାତ୍ରେ ମାଡ ଖାଇଗଲେ ଇମାନୁଏଲ ମ୍ୟାକ୍ରନ, ଭିଡିଓ Viral
ନୂଆଦିଲ୍ଲୀ ୨୬।୫:ଶକ୍ତିଶାଳୀ ଦେଶଙ୍କ ମଧ୍ୟରେ ଗଣାଯାଉଥିବା ଫ୍ରାନ୍ସ ରାଷ୍ଟ୍ରପତି ଏକ ବଡ଼ ଘଟଣାକ୍ରମର ଶିକାର ହୋଇଯାଇଛନ୍ତି। କଥିତ ରୂପେ ରାଷ୍ଟ୍ରପତି ମ୍ୟାକ୍ରନଙ୍କୁ ତାଙ୍କ ପତ୍ନୀ ବ୍ରିଗିଟ ଚଟକଣା ମାରିଛନ୍ତି। ଏହା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିଶ୍ୱ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୁରା ଘଟଣାକ୍ରମ କ’ଣ ତାହା କେବଳ ଫ୍ରାନସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ହିଁ ଜାଣନ୍ତି। ତେବେ ଭିଡିଓରୁ ଯାହା ଜଣାପଡୁଛି ମାକ୍ରନଙ୍କୁ ବିମାନରେ ତାଙ୍କ ପତ୍ନୀ ଜାବୁଡା କଷିଛନ୍ତି। ଭିଡିଓରେ ବିମାନର ଦ୍ୱାର ଖୋଲିବାମାତ୍ରେ ମ୍ୟାକ୍ରନଙ୍କ ମୁହଁକୁ ତାଙ୍କ ପତ୍ନୀ ହାତରେ ବୁଲେଇ ଦେଉଥିବା ଦେଖାଯାଉଛି। ଭିଏତନାମ ରାଜଧାନୀ ହାନୋଇ ପହଞ୍ଚିବାମାତ୍ରେ ମ୍ୟାକ୍ରନଙ୍କ ସହିତ ଏହି କାଣ୍ଡ ହୋଇଯାଇଛି। ‘ଦି ସନ୍’ର ଏକ୍ସ ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରାଯାଇଛି। ଏବେ ଏହି ଘଟଣା ଆମେରିକା ସମେତ ଫ୍ରାନ୍ସ, ଇଂଲଣ୍ଡ, ଭାରତ, ସ୍ୱିଜରଲ୍ୟାଣ୍ଡ ଆଦି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ସ୍ପଷ୍ଟ ରୂପେ ରାଷ୍ଟ୍ରପତିଙ୍କ ମୁହଁର ରଙ୍ଗ ବଦଳି ଯାଇଥିବା ଦେଖାଯାଇଛି। Bizarre moment Emmanuel Macron is slapped by his wife Brigitte pic.twitter.com/kYsE5MCDV1— The Sun (@TheSun) May 26, 2025ଉଲ୍ଲେଖଯୋଗ୍ୟ ଯେ ଫରାସୀ ରାଷ୍ଟ୍ରପତି ପତ୍ନୀଙ୍କ ଲାଗି ଏକତରଫା ପ୍ରେମ ପାଇଁ ଅତୀତରେ ଚର୍ଚ୍ଚା
ନୂଆଦିଲ୍ଲୀ ୨୬।୫:ଶକ୍ତିଶାଳୀ ଦେଶଙ୍କ ମଧ୍ୟରେ ଗଣାଯାଉଥିବା ଫ୍ରାନ୍ସ ରାଷ୍ଟ୍ରପତି ଏକ ବଡ଼ ଘଟଣାକ୍ରମର ଶିକାର ହୋଇଯାଇଛନ୍ତି। କଥିତ ରୂପେ ରାଷ୍ଟ୍ରପତି ମ୍ୟାକ୍ରନଙ୍କୁ ତାଙ୍କ ପତ୍ନୀ ବ୍ରିଗିଟ ଚଟକଣା ମାରିଛନ୍ତି। ଏହା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିଶ୍ୱ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୁରା ଘଟଣାକ୍ରମ କ’ଣ ତାହା କେବଳ ଫ୍ରାନସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ହିଁ ଜାଣନ୍ତି। ତେବେ ଭିଡିଓରୁ ଯାହା ଜଣାପଡୁଛି ମାକ୍ରନଙ୍କୁ ବିମାନରେ ତାଙ୍କ ପତ୍ନୀ ଜାବୁଡା କଷିଛନ୍ତି।
ଭିଡିଓରେ ବିମାନର ଦ୍ୱାର ଖୋଲିବାମାତ୍ରେ ମ୍ୟାକ୍ରନଙ୍କ ମୁହଁକୁ ତାଙ୍କ ପତ୍ନୀ ହାତରେ ବୁଲେଇ ଦେଉଥିବା ଦେଖାଯାଉଛି। ଭିଏତନାମ ରାଜଧାନୀ ହାନୋଇ ପହଞ୍ଚିବାମାତ୍ରେ ମ୍ୟାକ୍ରନଙ୍କ ସହିତ ଏହି କାଣ୍ଡ ହୋଇଯାଇଛି। ‘ଦି ସନ୍’ର ଏକ୍ସ ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରାଯାଇଛି। ଏବେ ଏହି ଘଟଣା ଆମେରିକା ସମେତ ଫ୍ରାନ୍ସ, ଇଂଲଣ୍ଡ, ଭାରତ, ସ୍ୱିଜରଲ୍ୟାଣ୍ଡ ଆଦି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ସ୍ପଷ୍ଟ ରୂପେ ରାଷ୍ଟ୍ରପତିଙ୍କ ମୁହଁର ରଙ୍ଗ ବଦଳି ଯାଇଥିବା ଦେଖାଯାଇଛି।
Bizarre moment Emmanuel Macron is slapped by his wife Brigitte pic.twitter.com/kYsE5MCDV1— The Sun (@TheSun) May 26, 2025
ଉଲ୍ଲେଖଯୋଗ୍ୟ ଯେ ଫରାସୀ ରାଷ୍ଟ୍ରପତି ପତ୍ନୀଙ୍କ ଲାଗି ଏକତରଫା ପ୍ରେମ ପାଇଁ ଅତୀତରେ ଚର୍ଚ୍ଚାରେ ଥିଲେ। ମନିକଣ୍ଟ୍ରୋଲ ରିପୋର୍ଟ ଅନୁସାରେ ପତ୍ନୀ ବ୍ରିଗେଟ୍ ମ୍ୟାକ୍ରନଙ୍କ ଠାରୁ ୨୪ ବର୍ଷ ବଡ଼। ଇମାନୁଏଲ ମ୍ୟାକ୍ରନ ସ୍କୁଲରେ ପଢୁଥିବା ବେଳେ ବ୍ରିଗେଟ୍ ତାଙ୍କର ଡ୍ରାମା ଶିକ୍ଷୟତ୍ରୀ ଥିଲେ। ସେହି ସମୟରେ ମ୍ୟାକ୍ରନ ଓ ବ୍ରିଗେଟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ଯେତେବେଳେ ବ୍ରିଗେଟ ତାଙ୍କ ଉପରକୁ ହାତ ଉଠାଉଛନ୍ତି ଅନେକ ପ୍ରକାରର ପ୍ରଶ୍ନ ଉଠିବା ସ୍ୱଭାବିକ।
ଏଥିରେ ନେଟିଜେନ୍ସ ସେମାନଙ୍କ ସମ୍ପର୍କରେ ତାଳମେଳକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏଥିରେ ଆଉ କେତେକ ଏହା ସେମାନଙ୍କ ଥଟ୍ଟାପରିହାସର ଭିଡିଓ ହୋଇପାରେ ବୋଲି କହୁଛନ୍ତି। ତେବେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଭିଡିଓକୁ ଗୁରୁତ୍ୱ ନ ଦେବା ପାଇଁ କୁହାଯାଇଛି। କାରଣ ଏହି ଭିଡିଓଟି ପ୍ରଥମେ ଋଷୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଣୁ ଏପରି ଭିଡିଓ ପଛରେ ଋଷର କୌଣସି ଉଦ୍ଦେଶ୍ୟ ଥାଇପାରେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।