ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ

ମୁମ୍ବାଇ,୧୩।୫: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅନ୍ୟ ଦଳ ସମ୍ପର୍କରେ ଦେଇଥିବା ବିବୃତ୍ତି ରାଜନୈତିକ ଆଲୋଡ଼ନକୁ ବଢାଇ ଦେଇଛି। କଂଗ୍ରେସ ସହିତ ଛୋଟ ଦଳର ସମ୍ଭାବ୍ୟ ମିଶ୍ରଣକୁ ନେଇ କେତେକ ଲୋକଙ୍କ ମତ ସହ ଥରୁର ସହମତ ହୋଇଥିଲେ। ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଥରୁର କହିଛନ୍ତି ଯେ କଂଗ୍ରେସ ସହିତ ଛୋଟ ଦଳର ମିଳିତତା କିମ୍ବା ମିଶ୍ରଣକୁ ନେଇ ମୁଁ ଭାବୁଛି ଯଦି ଆଦର୍ଶ ସମାନ ତେବେ ଅଲଗା ହେବାର ଆବଶ୍ୟକତା କାହିଁକି। […] The post ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ appeared first on Dharitri Odia News.

ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ

ମୁମ୍ବାଇ,୧୩।୫: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅନ୍ୟ ଦଳ ସମ୍ପର୍କରେ ଦେଇଥିବା ବିବୃତ୍ତି ରାଜନୈତିକ ଆଲୋଡ଼ନକୁ ବଢାଇ ଦେଇଛି। କଂଗ୍ରେସ ସହିତ ଛୋଟ ଦଳର ସମ୍ଭାବ୍ୟ ମିଶ୍ରଣକୁ ନେଇ କେତେକ ଲୋକଙ୍କ ମତ ସହ ଥରୁର ସହମତ ହୋଇଥିଲେ।

ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଥରୁର କହିଛନ୍ତି ଯେ କଂଗ୍ରେସ ସହିତ ଛୋଟ ଦଳର ମିଳିତତା କିମ୍ବା ମିଶ୍ରଣକୁ ନେଇ ମୁଁ ଭାବୁଛି ଯଦି ଆଦର୍ଶ ସମାନ ତେବେ ଅଲଗା ହେବାର ଆବଶ୍ୟକତା କାହିଁକି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତିକୁ ଥରୁର ଅନାବଶ୍ୟକ ବୋଲି କହିଛନ୍ତି ଯେଉଁଥିରେ ସେ ଅଜିତ ପାୱାର ଏବଂ ଏକନାଥ ଶିନ୍ଦେ ଯୋଗଦେବାକୁ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ କହିଥିଲେ। ଥରୁର ଆହୁରି କହିଛନ୍ତି ଯେ, ଯେଉଁ ଦଳଗୁଡ଼ିକ ଏପର୍ଯ୍ୟନ୍ତ ବିରୋଧୀ ଦଳରେ ଯୋଗ ଦେଇନାହାଁନ୍ତି, ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ତାହା କରିବେ। କିଛି ବର୍ଷ ମଧ୍ୟରେ ଅନେକ ଆଞ୍ଚଳିକ ଦଳ କଂଗ୍ରେସ ସହିତ ମିଶିପାରିବେ।

The post ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ appeared first on Dharitri Odia News.