ଇଶାନ କିଶନଙ୍କ ପ୍ରତ୍ୟାବର୍ତ୍ତନ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରେ ସାମିଲ କଲା ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ସୋମବାର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଣ୍ଡିଆ ଏ ଟିମ୍ ଘୋଷଣା କରିଛି। ଇଶାନ କିଶନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ତାଙ୍କୁ ୧୫  ଜଣିଆ ଇଣ୍ଡିଆ ଏ ଦଳରେ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଦଳରେ ସାମିଲ କରାଯାଇଛି। ଋତୁରାଜ ଗାଏକ୍ଵାଡ଼ ଇଣ୍ଡିଆ ଏ’ର ଅଧିନାୟକତ୍ଵ ସମ୍ଭାଳିବେ। ଅଭିମନ୍ୟୁ ଈଶ୍ଵରନଙ୍କୁ ଉପ ଅଧିନାୟକ କରାଯାଇଛି। ୨୬ ବର୍ଷୀୟ ଇଶାନ ଦୀର୍ଘ ସମୟରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରରେ ଅଛନ୍ତି। ସେ ଗତ ବର୍ଷ ନଭେମ୍ବରରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ୨୦୨୩ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଚାନକ ହଟି ଯାଇଥିଲେ। ଏହାପରେ ଭାରତୀୟ  ଜାତୀୟ ଦଳରେ ଆଉ ତାଙ୍କୁ ଚୟନ କରାଯାଇ ନ ଥିଲା। ପୁଣି ଇଶାନ ଘରୋଇ  କ୍ରିକେଟ୍‌ରୁ ଦୂରେଇ ରହିବା କାରଣରୁ ବିବାଦରେ ରହିଥିଲେ। ତାଙ୍କର ଏମିତି ଆଭିମୁଖ୍ୟ ପ୍ରତି ବିସିସିଆଇ ଅସନ୍ତୋଷ ପ୍ରକାଶ କରିଥିଲା।ଏପରିକି ବିସିସିଆଇ ୨୦୨୪ ଫେବୃଆରୀରେ ଇଶାନଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ଦେଇଥିଲା।  ନିକଟରେ ଘରୋଇ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇଶାନଙ୍କ ଭାରତୀୟ ଏ ଦଳକୁ ଫେରିବା ତାଙ୍କ ଭବିଷ୍ୟତକୁ ନେଇ ବଡ଼ ସଙ୍କେତ ରହିଛି। କୁହାଯାଉଛି ଇଶାନ ଯଦି ଅଷ୍ଟ୍ରେଲିଆରେ ପ୍ରଭାବଶାଳୀ ପ୍ରଦର୍ଶନ କରନ୍ତି, ତେବେ ତାଙ୍କର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିପାରେ। ଇଣ୍ଡିଆ ଏର ଅଷ୍ଟ୍ରେଲିଆ ଏ ସହ ଦୁଇ

ଇଶାନ କିଶନଙ୍କ ପ୍ରତ୍ୟାବର୍ତ୍ତନ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରେ ସାମିଲ କଲା ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ସୋମବାର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଣ୍ଡିଆ ଏ ଟିମ୍ ଘୋଷଣା କରିଛି। ଇଶାନ କିଶନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ତାଙ୍କୁ ୧୫  ଜଣିଆ ଇଣ୍ଡିଆ ଏ ଦଳରେ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଦଳରେ ସାମିଲ କରାଯାଇଛି। ଋତୁରାଜ ଗାଏକ୍ଵାଡ଼ ଇଣ୍ଡିଆ ଏ’ର ଅଧିନାୟକତ୍ଵ ସମ୍ଭାଳିବେ। ଅଭିମନ୍ୟୁ ଈଶ୍ଵରନଙ୍କୁ ଉପ ଅଧିନାୟକ କରାଯାଇଛି। 

୨୬ ବର୍ଷୀୟ ଇଶାନ ଦୀର୍ଘ ସମୟରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରରେ ଅଛନ୍ତି। ସେ ଗତ ବର୍ଷ ନଭେମ୍ବରରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ୨୦୨୩ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଚାନକ ହଟି ଯାଇଥିଲେ। ଏହାପରେ ଭାରତୀୟ  ଜାତୀୟ ଦଳରେ ଆଉ ତାଙ୍କୁ ଚୟନ କରାଯାଇ ନ ଥିଲା। ପୁଣି ଇଶାନ ଘରୋଇ  କ୍ରିକେଟ୍‌ରୁ ଦୂରେଇ ରହିବା କାରଣରୁ ବିବାଦରେ ରହିଥିଲେ। ତାଙ୍କର ଏମିତି ଆଭିମୁଖ୍ୟ ପ୍ରତି ବିସିସିଆଇ ଅସନ୍ତୋଷ ପ୍ରକାଶ କରିଥିଲା।

ଏପରିକି ବିସିସିଆଇ ୨୦୨୪ ଫେବୃଆରୀରେ ଇଶାନଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ଦେଇଥିଲା।  ନିକଟରେ ଘରୋଇ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇଶାନଙ୍କ ଭାରତୀୟ ଏ ଦଳକୁ ଫେରିବା ତାଙ୍କ ଭବିଷ୍ୟତକୁ ନେଇ ବଡ଼ ସଙ୍କେତ ରହିଛି। କୁହାଯାଉଛି ଇଶାନ ଯଦି ଅଷ୍ଟ୍ରେଲିଆରେ ପ୍ରଭାବଶାଳୀ ପ୍ରଦର୍ଶନ କରନ୍ତି, ତେବେ ତାଙ୍କର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିପାରେ। 

ଇଣ୍ଡିଆ ଏର ଅଷ୍ଟ୍ରେଲିଆ ଏ ସହ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚ୍ ଅକ୍ଟୋବର ୩୧ରୁ ମକାୟ ଓ ନଭେମ୍ବର ୭ରୁ ଦ୍ଵିତୀୟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯିବ। ଏହା ପରେ ଇଣ୍ଡିଆ ଏ ଓ ଭାରତୀୟ ଜାତୀୟ ଦଳ ମଧ୍ୟରେ ପର୍ଥରେ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ ଖେଳିବ। ଏହି ମୁକାବିଲା ନଭେମ୍ବର ୧୫ରୁ ଆରମ୍ଭ ହେବ। ଏହା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ। 

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଣ୍ଡିଆ ଏ ଟିମ୍

ଋତୁରାଜ ଗାଏକ୍ଵାଡ଼(ଅଧିନାୟକ), ଅଭିମନ୍ୟୁ ଈଶ୍ଵରନ(ଉପ ଅଧିନାୟକ), ସାଇ ସୁଦର୍ଶନ, ଇଶାନ କିଶନ(ଓ୍ଵିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦ୍ରଜିତ, ନବଦୀପ ସାଇନି, ମାନବ ସୁଥାର, ତନୁଷ କୋଟିଆନ, ମୁକେଶ କୁମାର, ଖଲୀଲ ଅହମ୍ମଦ, ୟଶ ଦୟାଲ