ଆକ୍ସିସ ସ୍ପର୍ଶ ସପ୍ତାହ ଉଦ୍‌ଯାପିତ

ନୂଆଦିଲ୍ଲୀ,୧୨।୮: ଆକ୍ସିସ ବ୍ୟାଙ୍କର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଗ୍ରାହକ କୈନ୍ଦ୍ରୀକ ଅଭିଯାନ ‘ସ୍ପର୍ଶ ସପ୍ତାହ ୨୦୨୪’ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଏପରି କି ଏହି ସପ୍ତାହ ମଧ୍ୟରେ ବ୍ୟାଙ୍କର କର୍ମଚାରୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗ୍ରାହକ କୈନ୍ଦ୍ରୀକ ଅଭିଯାନ ଆୟୋଜନ କରିଥିଲେ। ଗ୍ରାହକଙ୍କୁ ଉଲ୍ଲସିତ କରିବା ଲାଗି ବ୍ୟାଙ୍କର ରହିଥିବା ପ୍ରତିଶ୍ରୁତିକୁ ଏହି ଅଭିଯାନ ସୁଦୃଢ଼ କରିଥିଲା। ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଗ୍ରୁପ ଏକ୍‌ଜିକ୍ୟୁଟିଭ ବିଜୟ ମୁଲବାଗଲ କହିଛନ୍ତି, ସ୍ପର୍ଶ ୨.୦ ରେ […] The post ଆକ୍ସିସ ସ୍ପର୍ଶ ସପ୍ତାହ ଉଦ୍‌ଯାପିତ appeared first on Dharitri Odia News.

ଆକ୍ସିସ ସ୍ପର୍ଶ ସପ୍ତାହ ଉଦ୍‌ଯାପିତ

ନୂଆଦିଲ୍ଲୀ,୧୨।୮: ଆକ୍ସିସ ବ୍ୟାଙ୍କର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଗ୍ରାହକ କୈନ୍ଦ୍ରୀକ ଅଭିଯାନ ‘ସ୍ପର୍ଶ ସପ୍ତାହ ୨୦୨୪’ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଏପରି କି ଏହି ସପ୍ତାହ ମଧ୍ୟରେ ବ୍ୟାଙ୍କର କର୍ମଚାରୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗ୍ରାହକ କୈନ୍ଦ୍ରୀକ ଅଭିଯାନ ଆୟୋଜନ କରିଥିଲେ। ଗ୍ରାହକଙ୍କୁ ଉଲ୍ଲସିତ କରିବା ଲାଗି ବ୍ୟାଙ୍କର ରହିଥିବା ପ୍ରତିଶ୍ରୁତିକୁ ଏହି ଅଭିଯାନ ସୁଦୃଢ଼ କରିଥିଲା।
ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଗ୍ରୁପ ଏକ୍‌ଜିକ୍ୟୁଟିଭ ବିଜୟ ମୁଲବାଗଲ କହିଛନ୍ତି, ସ୍ପର୍ଶ ୨.୦ ରେ ଗ୍ରାହକମାନଙ୍କୁ ଶୁଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍ବତନ୍ତ୍ର ବିଷୟ ଉପରେ ଧ୍ୟାନ ଦିଆଯାଉଛି, ଯାହା ଗ୍ରାହକଙ୍କୁ ଉଲ୍ଲସିତ କରି ସେମାନଙ୍କୁ ବ୍ୟାଙ୍କର ୧୦/୧୦ ପ୍ରମୋଟରରେ ପରିଣତ କରୁଛି। ସ୍ପର୍ଶ ସପ୍ତାହରେ ଉଭୟ ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ଏହି ମୂଲ୍ୟବୋଧ ଉପରେ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସପ୍ତାହରେ ଗ୍ରାହକମାନଙ୍କ ଲାଗି ସ୍ବତନ୍ତ୍ର ଅଫର ମଧ୍ୟ ରହିଛି।
ଉଲ୍ଲେଖଯୋଗ୍ୟ, ସ୍ପର୍ଶ ସପ୍ତାହ ୨୦୨୪ରେ ବ୍ୟାଙ୍କ ପକ୍ଷରୁ ମାଷ୍ଟରକ୍ଲାସ, ଫାୟାରସାଇଡ ଚାଟ୍‌, ଗ୍ରାହକ ଓ ଲିଡରଶିପ କନେକ୍ଟ ଏବଂ ପ୍ୟାନେଲ ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ବକ୍ତାମାନେ କର୍ମଚାରୀମାନଙ୍କ ସହ ସେମାନଙ୍କ ସମ୍ପର୍କ ଓ ଅନୁଭୂତିକୁ ବଖାଣିଥିଲେ। ଏହି ଅଭିଯାନ ବ୍ୟାଙ୍କର ୫୫୦୦ ଶାଖା ମାଧ୍ୟମରେ ସ୍ବତନ୍ତ୍ର ଅଫର ପ୍ରଦାନ କରିଥିଲା। ସେହି ଅଫର ଜରିଆରେ ଗ୍ରାହକମାନେ ୨୪୯୯ଟଙ୍କାର ବାର୍ଷିକ ପ୍ରିମିୟମରେ ୩୦ଲକ୍ଷ ଟଙ୍କାର ପରିବାର ସ୍ବାସ୍ଥ୍ୟ ବୀମା ପାଇପାରିବେ। ମାଗଣାରେ ଆକ୍ସିସ ଡାଇରେକ୍ଟ ଆକାଉଣ୍ଟର ଲାଭ ନେଇପାରିବେ। ଗାଡ଼ି ଋଣ ଉପରେ ୧୦୦% ପର୍ଯ୍ୟନ୍ତ ଅନ୍‌ରୋଡ ଫାଇନାନ୍ସ ସୁବିଧା ମିଳିବ ଓ ସୁଧ ହାର ୦.୫୦% କମ୍‌ ରହିବ।

The post ଆକ୍ସିସ ସ୍ପର୍ଶ ସପ୍ତାହ ଉଦ୍‌ଯାପିତ appeared first on Dharitri Odia News.