ପାଟପୁର ଥାନାରେ ନୂତନ ଥାନାଧିକାରୀ: ମଙ୍ଗଳବାର ନେବେ ଦାୟିତ୍ୱ

ଦିଗପହଣ୍ଡି,୯।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ପୋଲିସ ଜିଲା ଅଧୀନ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଚମାଖଣ୍ଡି ଥାନାଧିକାରୀ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପ୍ତି ରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି ।ଦୀପ୍ତି ରଞ୍ଜନ ୨୦୨୨ – ୨୪ ମାର୍ଚ୍ଚ ଯାଏ ଦିଗପହଣ୍ଡି ଥାନାରେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ। ପରେ ଏଠାରୁ ତାଙ୍କୁ କନ୍ଧମାଳ ଜିଲା କୋଟଗଡ଼ ଥାନାକୁ ବଦଳି ହୋଇଥିଲା। ସେହିପରି ପାଟପୁର ଥାନା […] The post ପାଟପୁର ଥାନାରେ ନୂତନ ଥାନାଧିକାରୀ: ମଙ୍ଗଳବାର ନେବେ ଦାୟିତ୍ୱ appeared first on Dharitri Odia News.

ପାଟପୁର ଥାନାରେ ନୂତନ ଥାନାଧିକାରୀ: ମଙ୍ଗଳବାର ନେବେ ଦାୟିତ୍ୱ

ଦିଗପହଣ୍ଡି,୯।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ପୋଲିସ ଜିଲା ଅଧୀନ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଚମାଖଣ୍ଡି ଥାନାଧିକାରୀ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପ୍ତି ରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି ।ଦୀପ୍ତି ରଞ୍ଜନ ୨୦୨୨ – ୨୪ ମାର୍ଚ୍ଚ ଯାଏ ଦିଗପହଣ୍ଡି ଥାନାରେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ। ପରେ ଏଠାରୁ ତାଙ୍କୁ କନ୍ଧମାଳ ଜିଲା କୋଟଗଡ଼ ଥାନାକୁ ବଦଳି ହୋଇଥିଲା। ସେହିପରି ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପୂର୍ବରୁ ପ୍ରାୟ ୩ ବର୍ଷ ଥାନାଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କୁ ପରେ ଗଜପତି ଜିଲାକୁ ବଦଳି ହୋଇଥିଲା। ସେ ପୁଣି ଗତ ନଭେମ୍ବର ୧୬ରେ ପାଟପୁର ଥାନାଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ନୂତନ ଥାନାଧିକାରୀ ଦୀପ୍ତି ରଞ୍ଜନ ବେହେରା ମଙ୍ଗଳବାର ପାଟପୁର ଥାନାଧିକାରୀ ଭାବେ କାର୍ଯ୍ୟ ଗ୍ରହଣ କରିବେ ବୋଲି ଜଣାପଡିଛି। ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷାକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

The post ପାଟପୁର ଥାନାରେ ନୂତନ ଥାନାଧିକାରୀ: ମଙ୍ଗଳବାର ନେବେ ଦାୟିତ୍ୱ appeared first on Dharitri Odia News.