ଏମଏସପି ଅନୁଯାୟୀ କିଣାଯିବ ସବୁ ଫସଲ, ଚାଷୀଙ୍କ ପାଇଁ ହରିୟାଣା ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ବଡ଼ ଘୋଷଣା। ଏଣିକି ଏମଏସପିରେ କିଣାଯିବ ସବୁ ଫସଲ। ରବିବାର ଏକ ରାଲିକୁ ସମ୍ବୋଧନ କରିବା ସମୟରେ ଏହି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ । ସେ କହିଛନ୍ତି ଯେ, ହରିୟାଣା ସରକାର ଏଣିକି ଚାଷୀଙ୍କ ଠାରୁ ସବୁ ଫସଲ ଏମଏସପିରେ କିଣିବେ। ସିଏମ କହିଛନ୍ତି ହରିୟାଣା ସରକାର ଦେଶର ଏକମାତ୍ର ରାଜ୍ୟ ସରକାର ହେବେ ଯିଏ ଚାଷୀଙ୍କ ସବୁ ଫସଲକୁ ଏମଏସପିରେ କିଣିବେ।ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଚାଷୀ ଏମଏସପି ଉପରେ ଆଇନ ଆଣିବାକୁ ଦାବି କରିଛନ୍ତି । ଏଥିପାଇଁ ଦେଶରେ ବଡ଼ ଆକାରରେ ଚାଷୀଙ୍କ ବିରୋଧ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିସାରିଛି। ଏବେ ହରିୟାଣା ସରକାର ସବୁ ଫସଲକୁ ଏମଏସପି ଅନୁଯାୟୀ କିଣିବା ଘୋଷଣା କରିବା ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଛି। ଏହି ଘୋଷଣା ଅନୁଯାୟୀ, ପ୍ରାୟ ୨୪ ଫସଲ ଏମଏସପି ଅନୁଯାୟୀ କିଣାଯିବ।ସୂଚନାଥାଉକି, ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ଆସନ୍ତା କିଛି ମାସ ମଧ୍ୟରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରକାରଙ୍କ ଏହି ନିଷ୍ପତ୍ତିକୁ ବଡ଼ ନିର୍ବାଚନୀ ପ୍ରଚାର ଭାବରେ ଦେଖାଯାଉଛି। ନିର୍ବାଚନକୁ ନେଇ ବିଜେପି ସକ୍ରିୟ ହୋଇଥିବାବେଳେ । ବିରୋଧୀ ଏହାକୁ ନିର୍ବାଚନୀ ଚାଲି ବୋଲି କହିଛନ୍ତି। 

ଏମଏସପି ଅନୁଯାୟୀ କିଣାଯିବ ସବୁ ଫସଲ, ଚାଷୀଙ୍କ ପାଇଁ ହରିୟାଣା ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ବଡ଼ ଘୋଷଣା। ଏଣିକି ଏମଏସପିରେ କିଣାଯିବ ସବୁ ଫସଲ। ରବିବାର ଏକ ରାଲିକୁ ସମ୍ବୋଧନ କରିବା ସମୟରେ ଏହି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ । ସେ କହିଛନ୍ତି ଯେ, ହରିୟାଣା ସରକାର ଏଣିକି ଚାଷୀଙ୍କ ଠାରୁ ସବୁ ଫସଲ ଏମଏସପିରେ କିଣିବେ। ସିଏମ କହିଛନ୍ତି ହରିୟାଣା ସରକାର ଦେଶର ଏକମାତ୍ର ରାଜ୍ୟ ସରକାର ହେବେ ଯିଏ ଚାଷୀଙ୍କ ସବୁ ଫସଲକୁ ଏମଏସପିରେ କିଣିବେ।

ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଚାଷୀ ଏମଏସପି ଉପରେ ଆଇନ ଆଣିବାକୁ ଦାବି କରିଛନ୍ତି । ଏଥିପାଇଁ ଦେଶରେ ବଡ଼ ଆକାରରେ ଚାଷୀଙ୍କ ବିରୋଧ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିସାରିଛି। ଏବେ ହରିୟାଣା ସରକାର ସବୁ ଫସଲକୁ ଏମଏସପି ଅନୁଯାୟୀ କିଣିବା ଘୋଷଣା କରିବା ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଛି। ଏହି ଘୋଷଣା ଅନୁଯାୟୀ, ପ୍ରାୟ ୨୪ ଫସଲ ଏମଏସପି ଅନୁଯାୟୀ କିଣାଯିବ।

ସୂଚନାଥାଉକି, ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ଆସନ୍ତା କିଛି ମାସ ମଧ୍ୟରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରକାରଙ୍କ ଏହି ନିଷ୍ପତ୍ତିକୁ ବଡ଼ ନିର୍ବାଚନୀ ପ୍ରଚାର ଭାବରେ ଦେଖାଯାଉଛି। ନିର୍ବାଚନକୁ ନେଇ ବିଜେପି ସକ୍ରିୟ ହୋଇଥିବାବେଳେ । ବିରୋଧୀ ଏହାକୁ ନିର୍ବାଚନୀ ଚାଲି ବୋଲି କହିଛନ୍ତି।