୧୭ରେ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ,୧୧.୦୫ରେ ଅଇଁଠାପାଲି ୧୨.୦୫ରେ ନାକଟିଦେଉଲ ଜନସଭାରେ ଦେବେ ଉଦବୋଧନ

ସମ୍ୱଲପୁର:ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ ୧୭.୦୫.୨୦୨୪ ଶୁକ୍ରବାର ଦିନ ସମ୍ବଲପୁର ଗସ୍ତରେ ଆସିବେ । ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ, ସେମାନଙ୍କ ପାଇଁ ଆଶୀର୍ବାଦ ମଗିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛି ସମ୍ବଲପୁର ବିଜୁ ଜନତା ଦଳ । ଶୁକ୍ରବାର ଦିନ ୧୧.୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନ ସଭାକୁ ସମ୍ବୋଧନ କରିବେ […] The post ୧୭ରେ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ,୧୧.୦୫ରେ ଅଇଁଠାପାଲି ୧୨.୦୫ରେ ନାକଟିଦେଉଲ ଜନସଭାରେ ଦେବେ ଉଦବୋଧନ appeared first on Odisha.News.

୧୭ରେ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ,୧୧.୦୫ରେ ଅଇଁଠାପାଲି ୧୨.୦୫ରେ ନାକଟିଦେଉଲ ଜନସଭାରେ ଦେବେ ଉଦବୋଧନ

ସମ୍ୱଲପୁର:ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ ୧୭.୦୫.୨୦୨୪ ଶୁକ୍ରବାର ଦିନ ସମ୍ବଲପୁର ଗସ୍ତରେ ଆସିବେ । ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ, ସେମାନଙ୍କ ପାଇଁ ଆଶୀର୍ବାଦ ମଗିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛି ସମ୍ବଲପୁର ବିଜୁ ଜନତା ଦଳ । ଶୁକ୍ରବାର ଦିନ ୧୧.୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନ ସଭାକୁ ସମ୍ବୋଧନ କରିବେ । ମଧ୍ୟାହ୍ନ ୧୨.୦୫ ମିନିଟ ସମୟରେ ନାକଟିଦେଉଳ କଲେଜ ପଡିଆରେ ଜନସଭାକୁ ସମ୍ବୋଧନ କରିବାର ସୂଚନା ରହିଛି । ଏନେଇ ଗୁରୁବାର ସନ୍ଧ୍ୟାରେ ବିଜୁ ଜନତା ଦଳର ମୁଖପାତ୍ର ଡ଼.ଲେନିନ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ନିର୍ବାଚନୀ ସଂଯୋଜକ ଇଂ. ସିଦ୍ଧାର୍ଥ ଦାଶ, ସମ୍ବଲପୁର ବିଧାନସଭା ନିର୍ବାଚନ ଦାୟିତ୍ଵରେ ଥିବା ତଥା ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଅଇଁଠାପାଲି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳୀକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ । ଚଳିତ ନିର୍ବାଚନରେ ପ୍ରଥମ କରି ମାନନୀୟ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ କରୁଥିବାରୁ ବିଜୁ ଜନତା ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ସମ୍ୱଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟସ୍ପଟ୍ ପାଲଟିଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କିଭଳି ଟାର୍ଗେଟ କରିବେ ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜୁ ଜନତା ଦଳକୁ ଆଗକୁ ବଢ଼ିବାରେ ଇନ୍ଧନ ଯୋଗାଇବା ବୋଲି କୁହାଯାଉଛି।

The post ୧୭ରେ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ,୧୧.୦୫ରେ ଅଇଁଠାପାଲି ୧୨.୦୫ରେ ନାକଟିଦେଉଲ ଜନସଭାରେ ଦେବେ ଉଦବୋଧନ appeared first on Odisha.News.