ଲଗାଣ ବର୍ଷାରେ ମାଟିଘର କାନ୍ଥ ଭୁଷୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
କଳାହାଣ୍ଡି,୨୭/୦୭-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇ ପଡିଥିବାବେଳେ ଲଗାଣ ବର୍ଷାରେ ମାଟିଘର କାନ୍ଥ ପଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋଟେ ପରିବାରର ଛଅ ସଦସ୍ୟ। ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗାଁର ସପୁର୍ଧନ ହରିଜନଙ୍କ ମାଟିଘର ଭାଙ୍ଗି କାନ୍ଥ ପଡିଯିବାରୁ ଘରେ ଶୋଇଥିବା ତାଙ୍କ ପରିବାରର ଛଅ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘର କାନ୍ଥ ଭୁଷୁଡ଼ିଯିବା ପରେ ଏବେ ସପୁର୍ଧନଙ୍କ ପରିବାର ଏକ ପ୍ରକାର ବେଘର […] The post ଲଗାଣ ବର୍ଷାରେ ମାଟିଘର କାନ୍ଥ ଭୁଷୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ appeared first on Odisha.News.

କଳାହାଣ୍ଡି,୨୭/୦୭-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇ ପଡିଥିବାବେଳେ ଲଗାଣ ବର୍ଷାରେ ମାଟିଘର କାନ୍ଥ ପଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋଟେ ପରିବାରର ଛଅ ସଦସ୍ୟ। ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗାଁର ସପୁର୍ଧନ ହରିଜନଙ୍କ ମାଟିଘର ଭାଙ୍ଗି କାନ୍ଥ ପଡିଯିବାରୁ ଘରେ ଶୋଇଥିବା ତାଙ୍କ ପରିବାରର ଛଅ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘର କାନ୍ଥ ଭୁଷୁଡ଼ିଯିବା ପରେ ଏବେ ସପୁର୍ଧନଙ୍କ ପରିବାର ଏକ ପ୍ରକାର ବେଘର ହୋଇ ପଡିଛନ୍ତି। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି ହେଉଛି। ଏନେଇ ବିଜେପୁର ରାଜସ୍ବ ନିରୀକ୍ଷକ ଥବିର ଭୋଇଙ୍କୁ ପଚାରିବାରୁ ଖବର ପାଇଛି କ୍ଷୟକ୍ଷତି ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି ବୋଲି ସେ କହିଛନ୍ତି।
The post ଲଗାଣ ବର୍ଷାରେ ମାଟିଘର କାନ୍ଥ ଭୁଷୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ appeared first on Odisha.News.