କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ଅଙ୍ଗନବାଡିକୁ ଆସିଥିବା ମିଲେଟ ପ୍ରୋଟିନ ସେକରେ ପୋକ

ଝାରସୁଗୁଡା ୧୮/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତରେ ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ପଞ୍ଚଗାଁ ଅଙ୍ଗନବାଡି କେନ୍ଦ୍ରର କୋମଲମତି ଶିଶୁ ମାନଙ୍କ ପାଇଁ ଆସିଥିବା ମିଲେଟ ପ୍ରୋଟିନ ସେକ ରେ ପୋକ ସାଲୁବାଲୁ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଯାହାକୁ ନେଇ କୋମଳ ମତି ଶିଶୁ ମାନଙ୍କ ଜୀବନ ସହ ଏହା ସାଙ୍ଘାତିକ ଖେଳ ବୋଲି ଅବିଭାବକ ତଥା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର […] The post କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ଅଙ୍ଗନବାଡିକୁ ଆସିଥିବା ମିଲେଟ ପ୍ରୋଟିନ ସେକରେ ପୋକ appeared first on Odisha.News.

କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ଅଙ୍ଗନବାଡିକୁ ଆସିଥିବା ମିଲେଟ ପ୍ରୋଟିନ ସେକରେ ପୋକ

ଝାରସୁଗୁଡା ୧୮/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତରେ ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ପଞ୍ଚଗାଁ ଅଙ୍ଗନବାଡି କେନ୍ଦ୍ରର କୋମଲମତି ଶିଶୁ ମାନଙ୍କ ପାଇଁ ଆସିଥିବା ମିଲେଟ ପ୍ରୋଟିନ ସେକ ରେ ପୋକ ସାଲୁବାଲୁ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଯାହାକୁ ନେଇ କୋମଳ ମତି ଶିଶୁ ମାନଙ୍କ ଜୀବନ ସହ ଏହା ସାଙ୍ଘାତିକ ଖେଳ ବୋଲି ଅବିଭାବକ ତଥା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ରବିବାର ସକାଳ ପ୍ରାୟ ୯ ଟା ସମୟରେ ରାଜସ୍ଥାନ ଉଦୟପୁରରୁ ଆରଜେ-୦୧-ଜିବି-୯୩୦୭ ନମ୍ବର ବିଶିଷ୍ଟ ଏକ ମିନି ଟ୍ରକ ଯୋଗେ ମିଲେଟ ପ୍ରୋଟିନ ସେକ ପଞ୍ଚଗାଁ ଅଙ୍ଗନବାଡି କେନ୍ଦ୍ରକୁ ଆସିଥିଲା । ହେଲେ ଉକ୍ତ ମିଲେଟ ପ୍ରୋଟିନ ସେକ ପେଟି ଗୁଡିକୁ ଗାଡିରୁ ଅନଲୋଡ଼ କରି ଏକ ରିକ୍ସା ସାହାଯ୍ୟରେ ପଞ୍ଚଗାଁ ଅଙ୍ଗନବାଡି କେନ୍ଦ୍ରକୁ ନେବା ସମୟରେ ସେଥିଲେ ପୋକ ସାଲୁବାଲୁ ହେଉଥିବା ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଗୋଚର ହେବାରୁ ଅଞ୍ଚଳର ଶିଶୁ ମାନଙ୍କ ଜୀବନ ପ୍ରତି ଘଟିବାକୁ ଯାଉଥିବା ଏକ ମହା ବିପତ୍ତି ଟଳି ଯାଇଥିଲା । ଏଭଳି ଏକ ସାଙ୍ଘାତିକ ଘଟଣାରୁ ଯାହା ଜଣା ପଡୁଛି ଯେ ଅଙ୍ଗନବାଡି ଶିଶୁ ମାନଙ୍କ ପାଇଁ ପୁଷ୍ଟିଯୁକ୍ତ ବିଭିନ୍ନ ପ୍ରକାର ଯୋଗାଇବା ପୂର୍ବରୁ ଖାଦ୍ୟର ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟା ପ୍ରତି ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ କେତେ ତତ୍ପରତା ରହିଛି ଏଥିରୁ ତାହା ସ୍ୱଷ୍ଟ ଜଣା ଯାଉଛି ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏଠାରେ ପ୍ରଶ୍ନ ଉଠୁଛି କି ଯେ କୋମଳମତି ଶିଶୁ ମାନଙ୍କ ପାଇଁ ଆସିଥିବା ମିଲେଟ ପ୍ରୋଟିନ ସେକ ର ମାନ କେଉଁ କାରଣରୁ ଖାଦ୍ୟ ନିରାପତ୍ତା ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରା ନ ଯାଇ କିପରି ସିଧା ସଳଖ ଭାବେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲା । ତାହା ଉଚ୍ଚ ସ୍ତରୀୟ ତଦନ୍ତ ସାପେକ୍ଷ ଏବଂ ଏଥିରେ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗର୍ଭବତୀ ମହିଳା ତଥା ଶିଶୁ ମାନଙ୍କ ନିମନ୍ତେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଆସୁଥିବା ସମସ୍ତ ପ୍ରକାର ପୁଷ୍ଟିକର ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଦାବି ହେଉଛି ।
ଏ ସମ୍ପର୍କରେ ଲଖନପୁର ବ୍ଲକ ସିଡିପିଓ ଲକ୍ଷ୍ମୀ ପ୍ରିୟା ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ବେଦାନ୍ତ କମ୍ପାନୀ ତରଫରୁ ପଞ୍ଚଗାଁ ଅଙ୍ଗନବାଡି କେନ୍ଦ୍ରରେ ୩ ଶହ ପେଟି ଏବଂ ଅବଶିଷ୍ଟାଂଶ ଲଖନପୁର ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇବା ପାଇଁ ମୋତେ ସୂଚନା ଦେଇଥିଲେ । କିନ୍ତୁ ଅଙ୍ଗନବାଡି ଶିଶୁ ମାନଙ୍କ ପାଇଁ ଆସିଥିବା ଉକ୍ତ ମିଲେଟ ପ୍ରୋଟିନ ସେକ ରେ ପୋକ ଥିବା ଜଣା ପଡ଼ିବା ପରେ ସେ ସବୁ ସେକକୁ ଫେରସ୍ତ କରା ଯାଇଥିବା ପ୍ରକାଶ କରିଛନ୍ତି ।

The post କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ଅଙ୍ଗନବାଡିକୁ ଆସିଥିବା ମିଲେଟ ପ୍ରୋଟିନ ସେକରେ ପୋକ appeared first on Odisha.News.