ଅଲମ୍ପିକ୍ସରେ ପଦକ ବିଜେତା ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ ୧୬/୦୪: ଟୋକିଓ ଅଲମ୍ପିକ୍ସରେ ପଦକ ବିଜେତା ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ । ଭାରତୀୟ ଭାରଉତ୍ତୋଳନ ମହାସଂଘଙ୍କ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି ମୀରା । ଦାୟିତ୍ୱ ତୁଲାଇବା ସହିତ ଏହା ଭାରଉତ୍ତୋଳନର ସ୍ୱର ଶାଣିତ କରିବାର ଅବସର ବୋଲି କହିଛନ୍ତି ମୀରାବାଈ । ଆଇଡ଼ବ୍ଲୁଏଫ୍‌ର ଅଧ୍ୟକ୍ଷା ନିଯୁକ୍ତ ହେବା ପରେ ମୀରା କହିଛନ୍ତି, ମୋତେ ଅଧ୍ୟକ୍ଷା ଭାବେ ନିଯୁକ୍ତି କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଏହି ଦାୟିତ୍ୱକୁ ତୁଲାଇବାକୁ ସଂକଳ୍ପ ନେଉଛି । ଏହା ସହିତ ବିଭିନ୍ନ ମଞ୍ଚରେ ଭାରଉତ୍ତୋଳନ କ୍ରୀଡ଼ାବିତ୍‌ଙ୍କ ସ୍ୱରକୁ ଶାଣିତ କରିବି । ସେମାନେ କିପରି ଖେଳ ଉପରେ ଧ୍ୟାନ କରିବେ ସେ ଦିଗରେ ଦୃଷ୍ଟି ଦେବି ।''କହିବାକୁ ଗଲେ ୨୦୨୧ରେ ମୀରାବାଈ ଚାନୁ ଟୋକିଓ ଅଲମ୍ପିକ୍ସରେ ୪୯କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ । କରନମ ମାଲେଶ୍ୱରୀଙ୍କ ପରେ ମୀରା ଦ୍ୱିତୀୟ ଭାରତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍ ଯିଏକି ଅଲମ୍ପିକ୍ସ ମେଡ଼ାଲ ଜିତିଥିଲେ । ୨୦୨୩ ଏସିଆନ୍ ଗେମ୍ସରେ ପଦକ ଜିତିବାର ସ୍ୱପ୍ନ ଦେଖିଥିଲେ ହେଲେ ଆହତ ସମସ୍ୟା ପାଇଁ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୦୧୮ ଓ ୨୦୨୨ରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମୀରା । ୨୦୧୭ରେ ବିଶ୍ୱ ଚାମ୍ପିଅନସିପ୍‌ରେ ଚମ୍ପିଅନ୍ ହୋଇଥିଲେ । ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଅଲମ୍ପିକ୍ସରେ ପଦକ ବିଜେତା ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ ୧୬/୦୪: ଟୋକିଓ ଅଲମ୍ପିକ୍ସରେ ପଦକ ବିଜେତା ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ । ଭାରତୀୟ ଭାରଉତ୍ତୋଳନ ମହାସଂଘଙ୍କ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି ମୀରା । ଦାୟିତ୍ୱ ତୁଲାଇବା ସହିତ ଏହା ଭାରଉତ୍ତୋଳନର ସ୍ୱର ଶାଣିତ କରିବାର ଅବସର ବୋଲି କହିଛନ୍ତି ମୀରାବାଈ । 

ଆଇଡ଼ବ୍ଲୁଏଫ୍‌ର ଅଧ୍ୟକ୍ଷା ନିଯୁକ୍ତ ହେବା ପରେ ମୀରା କହିଛନ୍ତି, ମୋତେ ଅଧ୍ୟକ୍ଷା ଭାବେ ନିଯୁକ୍ତି କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଏହି ଦାୟିତ୍ୱକୁ ତୁଲାଇବାକୁ ସଂକଳ୍ପ ନେଉଛି । ଏହା ସହିତ ବିଭିନ୍ନ ମଞ୍ଚରେ ଭାରଉତ୍ତୋଳନ କ୍ରୀଡ଼ାବିତ୍‌ଙ୍କ ସ୍ୱରକୁ ଶାଣିତ କରିବି । ସେମାନେ କିପରି ଖେଳ ଉପରେ ଧ୍ୟାନ କରିବେ ସେ ଦିଗରେ ଦୃଷ୍ଟି ଦେବି ।''

କହିବାକୁ ଗଲେ ୨୦୨୧ରେ ମୀରାବାଈ ଚାନୁ ଟୋକିଓ ଅଲମ୍ପିକ୍ସରେ ୪୯କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ । କରନମ ମାଲେଶ୍ୱରୀଙ୍କ ପରେ ମୀରା ଦ୍ୱିତୀୟ ଭାରତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍ ଯିଏକି ଅଲମ୍ପିକ୍ସ ମେଡ଼ାଲ ଜିତିଥିଲେ । ୨୦୨୩ ଏସିଆନ୍ ଗେମ୍ସରେ ପଦକ ଜିତିବାର ସ୍ୱପ୍ନ ଦେଖିଥିଲେ ହେଲେ ଆହତ ସମସ୍ୟା ପାଇଁ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ । 

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୦୧୮ ଓ ୨୦୨୨ରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମୀରା । ୨୦୧୭ରେ ବିଶ୍ୱ ଚାମ୍ପିଅନସିପ୍‌ରେ ଚମ୍ପିଅନ୍ ହୋଇଥିଲେ । ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।