୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ୭୦ ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ୍‌ ୩୨ଟି ପୁରୁଷ ଓ ମହିଳା ଦଳ ଭାଗନେବେ । ଏନେଇ ଯାଜପୁର କବାଡ଼ି ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ପ୍ରତିବର୍ଷ ରଜ ପର୍ବ ଅବସରରେ ଏହି ଖଣ୍ଡିତର ଠାରେ ଯାଜପୁର କବାଡ଼ି ଆସୋସିଏଶନ ପକ୍ଷରୁ […] The post ୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ appeared first on Dharitri Odia News.

୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ୭୦ ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ୍‌ ୩୨ଟି ପୁରୁଷ ଓ ମହିଳା ଦଳ ଭାଗନେବେ । ଏନେଇ ଯାଜପୁର କବାଡ଼ି ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ।
ପ୍ରତିବର୍ଷ ରଜ ପର୍ବ ଅବସରରେ ଏହି ଖଣ୍ଡିତର ଠାରେ ଯାଜପୁର କବାଡ଼ି ଆସୋସିଏଶନ ପକ୍ଷରୁ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଜୁନ୍‌ ୧୩ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା।

ସେହିପରି ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରିବେ ବୋଲି ସୂଚନା ଦିଆଯାଇଛି।
ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୩୨ଟି ପୁରୁଷ ଓ ମହିଳା ଦଳ ଭାଗ ନେବେ। ପୁରୁଷ ବର୍ଗରେ ବିଜୟୀ ଦଳକୁ ୧ ଲକ୍ଷ ୫୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୧ ଲକ୍ଷ ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଦଳକୁ ୬୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ମହିଳା ବର୍ଗରେ ବିଜୟୀ ଦଳକୁ ୫୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ହାସଲ କରିଥିବା ଦଳକୁ ୩୦ ହଜାର ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ ୨୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ। ପୂର୍ବବର୍ଷଗୁଡ଼ିକ ପରି ଚଳିତବର୍ଷ ମଧ୍ୟ ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ସାମିଲ ହେବେ ବୋଲି ଆୟୋଜକ ଆଶା ରଖିଛନ୍ତି।

The post ୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ appeared first on Dharitri Odia News.