ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି
ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନ ଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାୟତ, ପୌରାଞ୍ଚଳର ୨୦ଟି ୱାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ରଜନଗର ନିର୍ବାଚନମଣ୍ଡଳୀ। ରାଜନୀତିର ପଶାପାଲିରେ ପଟ୍ଟାମୁଣ୍ଡଇ ବ୍ଲକ ଓ ପୌରାଞ୍ଚଳକୁ ଅଣଦେଖା କରି […] The post ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି appeared first on Dharitri Odia News.
ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନ ଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାୟତ, ପୌରାଞ୍ଚଳର ୨୦ଟି ୱାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ରଜନଗର ନିର୍ବାଚନମଣ୍ଡଳୀ। ରାଜନୀତିର ପଶାପାଲିରେ ପଟ୍ଟାମୁଣ୍ଡଇ ବ୍ଲକ ଓ ପୌରାଞ୍ଚଳକୁ ଅଣଦେଖା କରି ବହୁ ପଛରେ ପକାଇ ଦିଆଯାଉଛି। ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନାହିଁ। ରାସ୍ତାଘାଟଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାନାଦି ସମସ୍ୟା ରହିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ବାଦ ଦିଆଯାଉଛି। ପଟ୍ଟାମୁଣ୍ଡାଇର ଭୌଗୋଳିକସ୍ଥିତି ଏବଂ ଅନ୍ୟ ଦୃଷ୍ଟିକୋଣରୁ ଏହାକୁ ସବଡିଭିଜନର ମାନ୍ୟତା ମିଳିବା କଥା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ୱେ ସ୍ଥାନୀୟ ନେତୃତ୍ୱଙ୍କ ଆନ୍ତରିକତା ନ ଥିବା ହେତୁ ସବ୍ଡିଭିଜନ ଘୋଷଣା ହୋଇପାରି ନ ଥିବା ଅଭିଯୋଗ ହୋଇଛି।
ପଟ୍ଟାମୁଣ୍ଡାଇ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ ସବୁ ଫଳକରେ ସୀମିତ ରହିଥିବା ବେଳେ ଉନ୍ନତି କଥା ନା ଶାସକ ନା ବିରୋଧୀ ଦଳ କାହାରି ଚିନ୍ତା ନାହିଁ। ଯେଉଁ କେତେକ ଉନ୍ନତୀକରଣ କାର୍ଯ୍ୟ ହେଉଛି ତାହା ସରକାରଙ୍କ ପକ୍ଷରୁ ଏକ ଗତାନୁଗତିକ ଧାରାରେ ଚାଲିଛି। ପଟ୍ଟାମୁଣ୍ଡାଇ ଅଧିକାଂଶ ୱାର୍ଡର ଅବସ୍ଥା ଖରାପ। ପଟ୍ଟାମୁଣ୍ଡାଇ ଅଞ୍ଚଳର ବାସିନ୍ଦାମାନେ ନିଜର ଜୀବିକା ନିର୍ବାହ କରିବା ପାଇଁ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଏଠାକାର ଚାଷୀମାନେ ଚାଷ ଓ ବେଉଷଣ ବେଳେ ଉନ୍ନତମାନର ବିହନ ଗଣ୍ଡାଏ ଠିକ୍ ସମୟରେ ପାଆନ୍ତି ନାହିଁ। କେନାଲ ଜଳର ଅଭାବ ଓ ଉଠାଜଳସେଚନ ପଏଣ୍ଟ ସବୁ ଅଚଳ ଯୋଗୁ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ସୁଲଭ ମୂଲ୍ୟରେ ଆବଶ୍ୟକ ସାର ଜମିରେ ପକାଇ ପାରନ୍ତି ନାହିଁ। ସମସ୍ତ ନାହିଁ ନାହିଁ ଭିତରେ ଲହୁ ଲୁହ ଝରାଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଚାଷୀ ଅମଳ କରେ। କିନ୍ତୁ ଶୀତଳଭଣ୍ଡାର ନ ଥିବାରୁ ତାକୁ ଶାଗ ମାଛ ଦରରେ ବିକ୍ରି କରେ। ଶିଳ୍ପବିହୀନ ଓ ନିଯୁକ୍ତି ବିହୀନ ଏହି ସ୍ଥାନରେ ଆଖିଦୃଶିଆ ଉନ୍ନୟନମୂଳକ କାମ ମଧ୍ୟ ହୋଇନାହିଁ। ସେହିପରି ପଟ୍ଟାମୁଣ୍ଡାଇରେ ଏପର୍ଯ୍ୟନ୍ତ ବସ୍ଷ୍ଟାଣ୍ଡ ନିର୍ମାଣ ହୋଇ ନ ଥିବା ବେଳେ କିଛି ମାସ ହେବ କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ ମାର୍କେଟ୍ କମ୍ପ୍ଲେକ୍ସ ବି ଭୂତକୋଠିରେ ପରିଣତ ହୋଇଛି। ପରିବା ବ୍ୟବସାୟୀ ହନ୍ତସନ୍ତ ହେଉଥିବାବେଳେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନେ ନାହିଁ ନ ଥିବା ସମସ୍ୟା ସାଧାରଣ ଜନତା ଭୋଗିବାକୁ ପଡୁଛି।
The post ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି appeared first on Dharitri Odia News.