କିଏ ସେହି ଅରିନ୍ଦମ ଡାକୁଆ ଯିଏ ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ
ଭୁବନେଶ୍ୱର,୧୮।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ ନିଯୁକ୍ତି ପାଇଛନ୍ତି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଦୁହିଁଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମଙ୍କ ଘର ଭଞ୍ଜନଗର ଅଞ୍ଚଳରେ ହୋଇଥିବାବେଳେ ଅନୁପମଙ୍କ ଘର କଳାହାଣ୍ଡି ଜିଲାରେ। […] The post କିଏ ସେହି ଅରିନ୍ଦମ ଡାକୁଆ ଯିଏ ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ appeared first on Dharitri Odia News.
ଭୁବନେଶ୍ୱର,୧୮।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ ନିଯୁକ୍ତି ପାଇଛନ୍ତି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଦୁହିଁଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମଙ୍କ ଘର ଭଞ୍ଜନଗର ଅଞ୍ଚଳରେ ହୋଇଥିବାବେଳେ ଅନୁପମଙ୍କ ଘର କଳାହାଣ୍ଡି ଜିଲାରେ। ଅରିନ୍ଦମ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ପର୍ଯ୍ୟନ୍ତ କେନ୍ଦୁଝର ଜିଲାର ଚମ୍ପୁଆ ଉପଜିଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏଥିସହ ସେ ବଲାଙ୍ଗୀର ଓ ନୟାଗଡ ଜିଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଅନୁପମ ଶାହା ୨୦୧୪ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ବାଲିଗୁଡା ଉପଜିଲାପାଳ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।
The post କିଏ ସେହି ଅରିନ୍ଦମ ଡାକୁଆ ଯିଏ ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ appeared first on Dharitri Odia News.