୬୨ଲକ୍ଷ ଟଙ୍କା ଠକେଇ ମାମଲାରେ ମହାତ୍ମା ଗାନ୍ଧିଙ୍କ ପଣନାତୁଣୀଙ୍କୁ ୭ ବର୍ଷ ଜେଲ

ଡରବାନ ୧୫।୬: ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ନାମ ଭାରତୀୟଙ୍କ ଲାଗି ପ୍ରେରଣାର ସ୍ରୋତ। ହେଲେ ନିକଟରେ ତାଙ୍କ ପରିବାର ସମ୍ପର୍କିତ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ମହାତ୍ମା ଗାନ୍ଧିଙ୍କ ପଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡରବାନରେ ଠକେଇ ଓ ଜାଲିଆତି ଅଭିଯୋଗରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲା ୬୨ଲକ୍ଷ ଟଙ୍କା ଅର୍ଥାତ ଦକ୍ଷିଣ ଆଫ୍ରିକୀୟ ରେଣ୍ଡ ଠକେଇ ସମ୍ପର୍କିତ। ଆଶିଷ ଲତା ରାମଗୋବିନ ମହାତ୍ମା ଗାନ୍ଧିଙ୍କ ପଣନାତୁଣୀ। ସେ ଗାନ୍ଧି ଡେଭଲପମେଣ୍ଟ ଟ୍ରଷ୍ଟର ପୂର୍ବତନ ଏକଜ୍ୟୁକୁଟିଭ ଡାଇରେକ୍ଟର ଥିଲେ। ଏହି ଟ୍ରଷ୍ଟକୁ ମହାତ୍ମା ଗାନ୍ଧିଙ୍କ ପୁଅ ତଥା ଆଶିଷ ଲତାଙ୍କ ଜେଜେ ମନିଲାଲ ଗାନ୍ଧି ସ୍ଥାପନା କରିଥିଲେ। ତାଙ୍କୁ ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତା ଓ ପରିବେଶବିଦ୍ ଭାବେ ମଧ୍ୟ ଲୋକେ ଜାଣନ୍ତି। ତେବେ ଆଶିଷ ଲତାଙ୍କ ଠକେଇ ମାମଲା ୨୦୧୫ ମସିହାର। ସେ ବ୍ୟବସାୟୀ ଏସ.ଆର. ମହାରାଜଙ୍କ ଠାରୁ କଥିତ ରୂପେ ଲାଭ ପ୍ରତିଶ୍ରୁତିରେ ୬୨ଲକ୍ଷ ଟଙ୍କା ଋଣ ନେଇଥିଲେ। ଯାହକୁ ପରେ ସେ ସୁଝି ନଥିଲେ।  ଏହି ଅର୍ଥ ସେ ଭାରତରୁ ବିଦ୍ୟମାନ ନଥିବା ଆମଦାନୀ ନିମନ୍ତେ ସୀମା ଶୁଳ୍କ ପୈଠ ଲାଗି ଆବଶ୍ୟକ ହେଉଥିବା କହିଥିଲେ। ଏ ବାବଦେ ସେ ମହାରାଜଙ୍କୁ ଏକ ଜାଲ କ୍ରୟ ଆଦେଶ ଓ ଚାଲାଣ ମଧ୍ୟ ଦେଖାଇଥିଲେ। କହିଥିଲେ ଆମଦାନୀ କରିଥିବା ସାମଗ୍ରୀ ପହଞ୍ଚିଗଲେ ମହାର

୬୨ଲକ୍ଷ ଟଙ୍କା ଠକେଇ ମାମଲାରେ ମହାତ୍ମା ଗାନ୍ଧିଙ୍କ ପଣନାତୁଣୀଙ୍କୁ ୭ ବର୍ଷ ଜେଲ

ଡରବାନ ୧୫।୬: ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ନାମ ଭାରତୀୟଙ୍କ ଲାଗି ପ୍ରେରଣାର ସ୍ରୋତ। ହେଲେ ନିକଟରେ ତାଙ୍କ ପରିବାର ସମ୍ପର୍କିତ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ମହାତ୍ମା ଗାନ୍ଧିଙ୍କ ପଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡରବାନରେ ଠକେଇ ଓ ଜାଲିଆତି ଅଭିଯୋଗରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲା ୬୨ଲକ୍ଷ ଟଙ୍କା ଅର୍ଥାତ ଦକ୍ଷିଣ ଆଫ୍ରିକୀୟ ରେଣ୍ଡ ଠକେଇ ସମ୍ପର୍କିତ। 

ଆଶିଷ ଲତା ରାମଗୋବିନ ମହାତ୍ମା ଗାନ୍ଧିଙ୍କ ପଣନାତୁଣୀ। ସେ ଗାନ୍ଧି ଡେଭଲପମେଣ୍ଟ ଟ୍ରଷ୍ଟର ପୂର୍ବତନ ଏକଜ୍ୟୁକୁଟିଭ ଡାଇରେକ୍ଟର ଥିଲେ। ଏହି ଟ୍ରଷ୍ଟକୁ ମହାତ୍ମା ଗାନ୍ଧିଙ୍କ ପୁଅ ତଥା ଆଶିଷ ଲତାଙ୍କ ଜେଜେ ମନିଲାଲ ଗାନ୍ଧି ସ୍ଥାପନା କରିଥିଲେ। ତାଙ୍କୁ ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତା ଓ ପରିବେଶବିଦ୍ ଭାବେ ମଧ୍ୟ ଲୋକେ ଜାଣନ୍ତି। ତେବେ ଆଶିଷ ଲତାଙ୍କ ଠକେଇ ମାମଲା ୨୦୧୫ ମସିହାର। ସେ ବ୍ୟବସାୟୀ ଏସ.ଆର. ମହାରାଜଙ୍କ ଠାରୁ କଥିତ ରୂପେ ଲାଭ ପ୍ରତିଶ୍ରୁତିରେ ୬୨ଲକ୍ଷ ଟଙ୍କା ଋଣ ନେଇଥିଲେ। ଯାହକୁ ପରେ ସେ ସୁଝି ନଥିଲେ।  

ଏହି ଅର୍ଥ ସେ ଭାରତରୁ ବିଦ୍ୟମାନ ନଥିବା ଆମଦାନୀ ନିମନ୍ତେ ସୀମା ଶୁଳ୍କ ପୈଠ ଲାଗି ଆବଶ୍ୟକ ହେଉଥିବା କହିଥିଲେ। ଏ ବାବଦେ ସେ ମହାରାଜଙ୍କୁ ଏକ ଜାଲ କ୍ରୟ ଆଦେଶ ଓ ଚାଲାଣ ମଧ୍ୟ ଦେଖାଇଥିଲେ। କହିଥିଲେ ଆମଦାନୀ କରିଥିବା ସାମଗ୍ରୀ ପହଞ୍ଚିଗଲେ ମହାରାଜଙ୍କୁ ଲାଭ ସହିତ ତାଙ୍କ ଋଣ ରାଶି ଫେରାଇ ଦେବେ । ତେବେ ପରେ ଏହା ଏକ ଠକେଇ ବୋଲି ଜଣାପଡିଥିଲା ଓ ସେ କୌଣସି ସାମଗ୍ରୀ ଆମଦାନୀ କରିନଥିବା ଜଣାପଡିଥିଲା ଏବଂ ସେ ମହାରାଜଙ୍କୁ ତାଙ୍କ ଋଣ ବାବଦ ଅର୍ଥ ଫେରାଇ ନଥିଲେ। 

ଏ ନେଇ ମହାରାଜ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଡର୍ବାନ ସ୍ପେଶାଲାଇଜଡ କମର୍ସିଆଲ କ୍ରାଇମ କୋର୍ଟରେ ମକଦ୍ଦମା ଚାଲିଥିଲା। ଶେଷରେ କୋର୍ଟ ଆଶିଷ ଲତାଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ବିଚାରପତି ଜଷ୍ଟିସ୍ ରୋସେନ ମୁନୁସାମ୍ୟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଏସ.ଆର. ମହାରାଜ ଦକ୍ଷିଣ ଆଫ୍ରିକାର ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି। ନ୍ୟୁ ଆଫ୍ରିକା ଆଲାଏନ୍ସ ଫୁଟୱେର ଡିଷ୍ଟ୍ରିବ୍ୟୁଟର ନାମରେ ତାଙ୍କର ଏକ କମ୍ପାନୀ ରହିଛି। ଏହି କମ୍ପାନୀ ମୁଖ୍ୟତଃ ଜୋତା, ଚପ୍ପଲ, ଲିନେନ ଓ କପଡାର ଆମଦାନୀ, ବିକ୍ରି ଏବଂ ନିର୍ମାଣ କାମ କରିଥାଏ। ଏହା ଛଡା ଏସ.ଆର.ମହାରାଜଙ୍କ କମ୍ପାନୀ ଲାଭ ମାର୍ଜିନ ଆଧାରରେ ଅନ୍ୟ କମ୍ପାନୀଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥାଏ।