Gold Price Today, 13th November 2024: ପୁଣି ଶସ୍ତା ହେଲା ସୁନା !! ତାହେଲେ ଡେରି କାହିଁକି ? କିଣି ଆଣନ୍ତୁ ସୁନା ଗହଣା

ବିବାହ ଋତୁରେ କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ପୁଣି କମିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।

Gold Price Today, 13th November 2024: ପୁଣି ଶସ୍ତା ହେଲା ସୁନା !! ତାହେଲେ ଡେରି କାହିଁକି ? କିଣି ଆଣନ୍ତୁ ସୁନା ଗହଣା

ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ସାମାନ୍ୟ କମିଛି ସୁନାର ଦାମ୍ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୬,୮୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୦,୪୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୦୪୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୬,୩୬୦ ଟଙ୍କା ରହିଛି 

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୦,୪୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୦୪୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୬,୩୬୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୨ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୧୬ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୨୦୦ ଓ ୧ କେଜି ପିଛା ୧,୦୨,୦୦୦ ଟଙ୍କା ରହିଛି।

ଦେଶର ବିଭିନ୍ନ ସହରରେ ସୁନାର ଦାମ୍:

  • ଭୁବନେଶ୍ୱର-୭୦,୪୫୦
  • କଟକ- ୭୦,୪୫୦
  • ମୁମ୍ୱାଇ-୭୦,୪୫୦
  • ନୂଆଦିଲ୍ଲୀ-୭୧,୬୦୦
  • କୋଲକାତା- ୭୦,୪୫୦

ସୁନା ଓ ରୁପା ଦାମ୍‌ରେ ଦେଖାଦେଇଥିବା ଏହି ବଡ଼ଧରଣର ହ୍ରାସ ଗ୍ରାହକଙ୍କ ପାଇଁ ସୁନା କିଣିବା ଲାଗି ଭଲ ସୁଯୋଗ ଆଣିଛି। ସାଧାରଣତଃ ସେୟାର ବଜାର ଓ ସୁନା ଦର ମଧ୍ୟରେ ବିପରୀତ ସଂପର୍କ ରହିଥାଏ। ସେୟାର ବଜାର କମିଲେ ସୁନା ରୁପା ଦର ବୃଦ୍ଧି ପାଇଥାଏ କିମ୍ବା ସେୟାର ବଜାର ବଢ଼ିଲେ ସୁନା ରୁପା ଦର କମିବା ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଉଭୟ ଷ୍ଟକ ବଜାର ସମେତ ସୁନା ଓ ରୁପା ଦର କମିବାରେ ଲାଗିଛି। ବିଶ୍ବର ଭୂରାଜନୈତିକ ପରିସ୍ଥିତିରେ ହେଉଥିବା ପରିବର୍ତ୍ତନ ଫଳରେ ଏଭଳି ଧାରା ଦେଖିବାକୁ ମିଳିଛି ବୋଲି କିଛି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

କେମିତି ଜାଣିବେ ସୁନାର ଶୁଦ୍ଧତା:

  • ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
  • ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
  • ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

Pride Traditional Gold Necklace

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

  • ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ
  • ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ
  • ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ
  • ଅଫ୍ ସିଜନରେ ସୁନା କିଣନ୍ତୁ... କମ୍ ଦାମ୍‌ରେ ସୁନା ଗହଣା କିଣିବାର ଲାଭ ପାଇପାରିବେ

18 Carat Yellow Gold Necklace, 100 G at Rs 300000/piece in Kanpur | ID:  23078362673