Gold Price Today, 8th November 2024: ପୁଣି ବଢିଲା ସୁନା ଦର, ଜାଣନ୍ତୁ ୧୦ଗ୍ରାମକୁ କେତେ ଟଙ୍କା

ଗତକାଲି ଧାଏଁ କିନା କମିଥିଲା ସୁନାର ଦାମ୍ । କିନ୍ତୁ ଆଜି ସୁନାର ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Gold Price Today, 8th November 2024: ପୁଣି ବଢିଲା ସୁନା ଦର, ଜାଣନ୍ତୁ ୧୦ଗ୍ରାମକୁ କେତେ ଟଙ୍କା

ଆଜି କଟକଭୁବନେଶ୍ୱରରେ ସୁନାର ଦରରେ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ସୁନାର ଦାମ୍  ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୪୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୮୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୮,୨୮୦ ଟଙ୍କା ରହିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୮୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୮,୨୮୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୨ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୧୬ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୨୦୦ ଓ ୧ କେଜି ପିଛା ୧,୦୨,୦୦୦ ଟଙ୍କା ରହିଛି।

Gold Price Drops Ahead of Festive Season, Win-Win Situation for Buyers |  Pragativadi | Odisha News, Breaking News Odisha, Latest Odisha News

ସୂଚନା ଅନୁସାରେ ଗତକାଲି ଦିଲ୍ଲୀ ଓ ସାରା ଦେଶରେ ୭୨ ହଜାର ୧୫୦ ଟଙ୍କାରେ ବିକ୍ରି ହୋଇଥିଲା। ବଜାର ଉପରେ ଏବେ ଟ୍ରମ୍ପ ଫ୍ୟାକଟର ପ୍ରଭାବ ପଡ଼ିଥିବାରୁ ଅର୍ଥନୀତି ବିଶେଷଜ୍ଞଙ୍କ ଆଶା, ଆସନ୍ତା ମାସେ ଦୁଇ ମାସ ଯାଏଁ ସୁନା ଦରରେ ଆହୁରି ସୁଧାର ଆସିପାରେ। ଉଭୟ ୨୨ ଏବଂ ୨୪ କ୍ୟାରେଟ ସୁନାରେ ୩ରୁ ୫ ପ୍ରତିଶତ ଦର ହ୍ରାସ ପାଇପାରେ । 

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

Gold Rate Today: Yellow metal falls below ₹72,000 per 10 grams; Analysts  suggest 'buy on dips' | Stock Market News