GRAP-4 Curbs In Delhi: ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ପ୍ରଦୂଷଣ ରୋକିବାକୁ ଅଷ୍ଟସୂତ୍ରୀ ନିୟମ ଲାଗୁ
ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା।
ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ବିଷ ବଳୟରେ ପୁରା ରାଜଧାନୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଆଜି ସକାଳ ୭ରେ AQI ୪୮୧ ରେକର୍ଡ କରାଯାଇଛି। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଲାଗୁ ହୋଇଛି ଗ୍ରେପ୍-୪ କଟକଣା।
ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ମୁକାବିଲା ପାଇଁ ଆଜିଠୁ ଲାଗୁ ହୋଇଛି ଗ୍ରେପ୍-୪ କଟକଣା। ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ କରାଯାଇଛି। ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ।
ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ। BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ। ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ା କରାଯାଇଛି। ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ।
। ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ୱର୍କ ଫ୍ରମ ହୋମ କରିବା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି। ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ଦିଆଯାଇଛି ପରାମର୍ଶ।
#ପ୍ରଦୂଷଣରେ_ଆକ୍ତାମାକ୍ତା_ଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ସକାଳୁ AQI ୪୮୦ ପାର୍। ଆଜିଠୁ ଲାଗୁ ହେଉଛି GRAP-4 କଟକଣା।#Delhi #AirPollution #GRAP4 #OTV pic.twitter.com/5DSYpRJRkc — ଓଟିଭି (@otvkhabar) November 18, 2024
ଅଧିକ ପଢନ୍ତୁ: Delhi Pollution: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି
ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା। ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଗ୍ରେପ୍-୧, ଅକ୍ଟୋବର ୨୧ରେ ଗ୍ରେପ୍-୨ ଏବଂ ନଭେମ୍ବର ୧୪ ତାରିଖରେ ଗ୍ରେପ୍-୩ ଲାଗୁ ହୋଇଥିଲା।
ସହରର ବାୟୁ ଗୁଣବତ୍ତା ଉଦ୍ବେଗଜନକ ସ୍ତରରେ ପହଞ୍ଚିଥିବାରୁ ଦିଲ୍ଲୀ ଏହାର ଜରୁରୀକାଳୀନ ପ୍ରଦୂଷଣ ବିରୋଧୀ ପଦକ୍ଷେପଗୁଡିକର ପର୍ଯ୍ୟାୟ- activ କୁ ସକ୍ରିୟ କରିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ସୋମବାର ସକାଳ 7 ଟାରେ 481 ରେ ଠିଆ ହୋଇଥିଲା, ଏକ ପଠନ “ଗୁରୁତର ପ୍ଲସ୍” ଭାବରେ ବର୍ଗୀକୃତ ହୋଇଥିଲା ଯାହା ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ |
ତେବେ o ରୁ ରୁ ୫୦ ମଧ୍ୟରେ ଥିବା AQI କୁ "ଭଲ", ୫୧ ଏବଂ ୧୦୦ ମଧ୍ୟରେ ରହିଲେ ଏହା "ସନ୍ତୋଷଜନକ", ୧୦୧ ରୁ ୨୦୦କୁ "ମଧ୍ୟମ", ୨୦୧ରୁ ୩୦୦ "ଖରାପ", ୩୦୧ରୁ ୪୦୦ ମଧ୍ୟରେ ରହିଲେ "ଅତି ଖରାପ " ବୋଲି ଧରାଯାଏ । ସେହିପରି AQI ୪୦୧ରୁ ୪୫୦ ମଧ୍ୟରେ ରହିଲେ ଏହାକୁ "ଗୁରୁତର" ଏବଂ ୪୫୦ ପାର୍ କଲେ ଏହାକୁ ସିଭିୟର୍ ପ୍ଲସ୍ ବା " ଅତି ଗୁରୁତର" ଭାବରେ ବିବେଚନା କରାଯାଏ । ବଢୁଥିବା AQI ଇନଡେକ୍ସକୁ ହ୍ରାସ ଓ ବାୟୁ ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଏହି ଅଷ୍ଟସୂତ୍ରୀ ନିୟମ ଲାଗୁ ହୋଇଛି।