HBD Rohit Sharma : ହିଟ୍‌ମ୍ୟାନ୍‌ଙ୍କ ୫ଟି ଏମିତି ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ...

ମୁମ୍ବାଇ ୩୦।୦୪ : ହିଟ୍‌ମ୍ୟାନ୍‌ ମାନେ ରୋହିତ ଶର୍ମା । କିଙ୍ଗ ଅଫ ପୁଲ୍‌ ସର୍ଟ କିମ୍ବା ଡାଡି ଅଫ ଡବଲ ହଣ୍ଡ୍ରେଡ୍‌ ଭାବେ ପରିଚିତ ଟିମ୍‌ ଇଣ୍ଡିଆର ଅଧିନାୟକ ରୋ ‘ହିଟ୍‌’ ଶର୍ମା । ମଙ୍ଗଳବାର ମାନେ ଅପ୍ରେଲ୍‌ ୩୦ ତାରିଖ ଦିନ ୩୭ ବର୍ଷରେ ପାଦ ଥାପିଛନ୍ତି । ହିଟ୍‌ମ୍ୟାନ୍‌ ଏବେ ଆଇପିଏଲ୍‌ର ମୁମ୍ବାଇ ଇଣ୍ଡିଆନ୍ସ ପ୍ରାଞ୍ଚାଇଜ୍‌ ପାଇଁ ଖେଳୁଛନ୍ତି । ଚଳିତ ଥର ରୋହିତ ମୁମ୍ବାଇ ଅଧିନାୟକ ନାହାନ୍ତି । ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ସି ଦାୟିତ୍ୱ ଦେଇଛି ପ୍ରାଞ୍ଚାଇଜ୍‌ । ତେବେ ଆସନ୍ତୁ ଜାଣିବା ରୋହିତ ଶର୍ମାଙ୍କ ୫ଟି ଏପରି ରେକର୍ଡ ବିଷୟରେ । ଯାହାକୁ କୌଣସି କ୍ରିକେଟ୍‌ରଙ୍କ ପକ୍ଷେ ଭାଙ୍ଗିବା କଷ୍ଟକର ...୧-  ଦିନିକିଆ କ୍ରିକେଟ୍‌ରୁ ୩ଟି ଦ୍ୱିଶତକ :-ରୋହିତ ଶର୍ମା ଦିନିକିଆ କ୍ରିକେଟ୍‌ ଗୋଟିଏ କି ଦୁଇଟା ନୁହଁ । ବରଂ ତିନୋଟି ଦ୍ୱିଶତକ ମାରିଛନ୍ତି । ୨୦୧୩ରେ ପ୍ରଥମ ଦ୍ୱିଶତକ ମାରିଥିଲେ ପ୍ରଥମ ଦ୍ୱିଶତକ । ବାଙ୍ଗାଲୋରରେ  ଅଷ୍ଟ୍ରେଲିଆ ବିପକ୍ଷ ୨୦୯ର ପାରି ଖେଳିଥିଲେ । ଏହି ଶତକ ମାରିବା ଏକ ବର୍ଷ ପରେ ରୋହିତ ଶର୍ମା କରିଲେ ଆଉ ଏକ ଇତିହାସ । ମାନେ ୨୦୧୪ ମସିହା ନଭେମ୍ବର ୧୩ ତାରିଖ ଦିନ ଶ୍ରୀଲଙ୍କା ବିରୋଧରେ ନିଜ କ୍ୟାରିୟର ୨ୟ ଦ୍ୱିଶତକ ହାସଲ କରିଥିଲେ । କୋଲକାତାର ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ରୋହିତ ଶର୍ମା ଖେଳିଥିଲେ ୨୬୪ ରନ୍‌ର ପାରି । ଏହାର ୩ ବର୍ଷ ପରେ ରୋହିତ ଶ

HBD Rohit Sharma : ହିଟ୍‌ମ୍ୟାନ୍‌ଙ୍କ ୫ଟି ଏମିତି ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ...

ମୁମ୍ବାଇ ୩୦।୦୪ : ହିଟ୍‌ମ୍ୟାନ୍‌ ମାନେ ରୋହିତ ଶର୍ମା । କିଙ୍ଗ ଅଫ ପୁଲ୍‌ ସର୍ଟ କିମ୍ବା ଡାଡି ଅଫ ଡବଲ ହଣ୍ଡ୍ରେଡ୍‌ ଭାବେ ପରିଚିତ ଟିମ୍‌ ଇଣ୍ଡିଆର ଅଧିନାୟକ ରୋ ‘ହିଟ୍‌’ ଶର୍ମା । ମଙ୍ଗଳବାର ମାନେ ଅପ୍ରେଲ୍‌ ୩୦ ତାରିଖ ଦିନ ୩୭ ବର୍ଷରେ ପାଦ ଥାପିଛନ୍ତି । ହିଟ୍‌ମ୍ୟାନ୍‌ ଏବେ ଆଇପିଏଲ୍‌ର ମୁମ୍ବାଇ ଇଣ୍ଡିଆନ୍ସ ପ୍ରାଞ୍ଚାଇଜ୍‌ ପାଇଁ ଖେଳୁଛନ୍ତି । ଚଳିତ ଥର ରୋହିତ ମୁମ୍ବାଇ ଅଧିନାୟକ ନାହାନ୍ତି । ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ସି ଦାୟିତ୍ୱ ଦେଇଛି ପ୍ରାଞ୍ଚାଇଜ୍‌ । ତେବେ ଆସନ୍ତୁ ଜାଣିବା ରୋହିତ ଶର୍ମାଙ୍କ ୫ଟି ଏପରି ରେକର୍ଡ ବିଷୟରେ । ଯାହାକୁ କୌଣସି କ୍ରିକେଟ୍‌ରଙ୍କ ପକ୍ଷେ ଭାଙ୍ଗିବା କଷ୍ଟକର ...

୧-  ଦିନିକିଆ କ୍ରିକେଟ୍‌ରୁ ୩ଟି ଦ୍ୱିଶତକ :-

ରୋହିତ ଶର୍ମା ଦିନିକିଆ କ୍ରିକେଟ୍‌ ଗୋଟିଏ କି ଦୁଇଟା ନୁହଁ । ବରଂ ତିନୋଟି ଦ୍ୱିଶତକ ମାରିଛନ୍ତି । ୨୦୧୩ରେ ପ୍ରଥମ ଦ୍ୱିଶତକ ମାରିଥିଲେ ପ୍ରଥମ ଦ୍ୱିଶତକ । ବାଙ୍ଗାଲୋରରେ  ଅଷ୍ଟ୍ରେଲିଆ ବିପକ୍ଷ ୨୦୯ର ପାରି ଖେଳିଥିଲେ । ଏହି ଶତକ ମାରିବା ଏକ ବର୍ଷ ପରେ ରୋହିତ ଶର୍ମା କରିଲେ ଆଉ ଏକ ଇତିହାସ । ମାନେ ୨୦୧୪ ମସିହା ନଭେମ୍ବର ୧୩ ତାରିଖ ଦିନ ଶ୍ରୀଲଙ୍କା ବିରୋଧରେ ନିଜ କ୍ୟାରିୟର ୨ୟ ଦ୍ୱିଶତକ ହାସଲ କରିଥିଲେ । କୋଲକାତାର ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ରୋହିତ ଶର୍ମା ଖେଳିଥିଲେ ୨୬୪ ରନ୍‌ର ପାରି । ଏହାର ୩ ବର୍ଷ ପରେ ରୋହିତ ଶର୍ମା ପୁଣି ଥରେ ମାରିଲେ ଆଉ ଏକ ଦ୍ୱିଶତକ ।୨୦୧୭ରେ  ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ୍‌ର ଖେଳିଥିଲେ ପାରି । ଏହି ଦ୍ୱିଶତକ କରିବା ପରେ ରୋହିତ ଶର୍ମା ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଖେଳାଳି ସାଜିଲେ । ଯିଏ ତିନୋଟି ଦ୍ୱିଶତକ ହାସଲ କରିଛନ୍ତି । ଏହାପରେ ରୋହିତଙ୍କ ଡାଡି ଅଫ ଡବଲ୍‌ ହଣ୍ଡ୍ରେଡ୍‌ ଭାବେ ହେଲେ ପରିଚିତ ।


ଦିନିକିଆ କ୍ରିକେଟ୍‌ରେ  ବ୍ୟକ୍ତିଗତ ଭାବେ ସବୁଠୁ ଅଧିକ ସ୍କୋର-: 

ରୋହିତ ଶର୍ମାଙ୍କ ଆଉ ଏକ ରେକର୍ଡ । ଦିନିକିଆ କ୍ରିକେଟ୍‌ରେ ବ୍ୟକ୍ତିଗତ ଭାବେ ସବୁଠୁ ଅଧିକା ସ୍କୋର ରୋହିତ ଶର୍ମାଙ୍କ ନାଁରେ ରହିଛି । ୧୩ ନଭେମ୍ବର ୨୦୧୪ରେ ରୋହିତ ଶର୍ମା ୧୭୩ ବଲ୍‌ ଖେଳି କରିଥିଲେ ୨୬୪ରନ୍‌ । ଯେଉଁଥିରେ ସାମିଲ ଥିଲା ୯ ଛକା  ଏବଂ ୩୩ ଚୌକା । ଜବାବରେ ଶ୍ରୀଲଙ୍କା ଟିମ୍‌ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । 

ଗୋଟିଏ ପାରିରେ ସବୁଠୁ ଅଧିକ ଚୌକା-

୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ଖେଳିଥିବା ୨୬୪ ରନ୍‌ ପାରି । ଏଥିରେ  ସାମିଲ ଥିଲା ୩୩ଟି ଚୌକା । ଯାହାକି ଏକ ବିଶ୍ୱ ରେକର୍ଡ । କ୍ରିକେଟ୍‌ ଇତିହାସରେ ଏହି ରେକର୍ଡ ଭାଙ୍ଗିବା ବହୁ କଷ୍ଟ । ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହଓ୍ୱାଗଙ୍କ ନାଁରେ ରହିଛି । ଉଭୟ  ଗୋଟିଏ ପାରିରେ ୨୫-୨୫ ଚୌକା ମାରିଛନ୍ତି । 

ଗୋଟିଏ ବିଶ୍ୱକପରେ ଅଧିକ ଶତକ:-

ରୋହିତ ଶର୍ମାଙ୍କ ନାଁରେ ରହିଛି ଆଉ ଏକ ରେକର୍ଡ । ଗୋଟିଏ ବିଶ୍ୱକପ୍‌ରେ ସବୁଠୁ ଅଧିକ ଶତକ ମାରିବାର ରେକର୍ଡ ହିଟମ୍ୟାନ୍‌ଙ୍କ ନାଁରେ ରହିଛି । ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ରୋହିତ ଶର୍ମା ୫ଟି ଶତକ ମାରିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡିକକ୍‌ । ସେ ବିଶ୍ୱକପ୍‌ ୪ଟି ଶତକ ମାରିଛନ୍ତି ।

ବିଶ୍ୱ କ୍ରିକେଟ୍‌ରୁ ସବୁଠୁ ଅଧିକ ଛକା :-

ଅନ୍ତର୍ଜାତୀୟ କ୍ରିକେଟ୍‌ର ତିନୋଟି (ଟି-୨୦, ଦିନିକିଆ, ଟେଷ୍ଟ) ଫର୍ମାଟରେ ରୋହିତ ହିଟ୍‌ । ଏହାର ପ୍ରମାଣ ହେଉଛି କି ଅନ୍ତର୍ଜାତୀୟ କ୍ରିକେଟ୍‌ ରୋହିତଙ୍କ ନାଁରେ ୫୯୭ଟି ଛକା ରହିଛି । ତାଙ୍କ ନିକଟରେ ଆଉ କୌଣସି ଖେଳାଳି ନାହାନ୍ତି ।  ମୋଟ ୪୭୨ଟି ମ୍ୟାଚ୍‌ ଖେଳି ରୋହିତ ଏହି ରେକର୍ଡ କରିଛନ୍ତି । ଏହାପରେ ୨ୟ ସ୍ଥାନରେ ରହିଛନ୍ତି କ୍ରିସ୍‌ ଗେଲ୍‌ । ସେ ୪୮୩ ମ୍ୟାଚ୍‌ ଖେଳି ୫୫୩ ଛକା ମାରିଛନ୍ତି ।