High Court Recruitment: ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ

ଓଡ଼ିଶା ହୋଇକୋର୍ଟରେ ବାହାରିଛି ଚାକିରି। ଏନେଇ ହାଇକୋର୍ଟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ବିସ୍ତୃତଭାବେ ଜାଣିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଯାଇପାରିବେ।

High Court Recruitment: ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ

ଆପଣ ଯଦି ଓଡ଼ିଶାରେ ରହି ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ହୋଇକୋର୍ଟରେ ବାହାରିଛି ଚାକିରି। ଏନେଇ ହାଇକୋର୍ଟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ବିସ୍ତୃତଭାବେ ଜାଣିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଯାଇପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୫ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବ୍‌ସାଇଟ୍‌ orissahighcourt.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ High Court Recruitment Apply for 35 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ଜୁନ୍ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୦ଟି ପୋଷ୍ଟ୍‌
  • SEBC – ୦୫ଟି ପୋଷ୍ଟ୍‌
  • ST – ୧୨ଟି ପୋଷ୍ଟ୍‌
  • SC – ୦୮ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ବିଷୟରେ ସ୍ନାତକ
  • ପ୍ରତି ମିନିଟ୍‌ରେ ୮୦ ଶବ୍ଦ ସର୍ଟହ୍ୟାଣ୍ଡ୍ ସ୍ପିଡ୍
  • ପ୍ରତି ମିନିଟ୍‌ରେ ୪୦ ଶବ୍ଦ ଟାଇପିଂ ସ୍ପିଡ୍
  • କମ୍ପ୍ୟୁଟରରେ ଭଲ ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ
  • ବୟସ ଗଣନା ୧୪ ମେ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwD – ଦେୟମୁକ୍ତ
  • ଅନ୍ୟମାନେ – ୫୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୫,୫୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୮୧୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ଟେଷ୍ଟ୍
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ