Holi ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା…
ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା ଦରକାର। ଯଦି କାଢ଼ି ନାହାନ୍ତି, ତା’ହେଲେ ହୋଲି ପୂର୍ବରୁ ଏସବୁକୁ ଘରୁ କାଢ଼ି ଦିଅନ୍ତୁ… * ଭଙ୍ଗାରୁଜା ବାସନକୁସନ ଦ୍ୱାରା ଘରେ ନକାରାତ୍ମକ ଊର୍ଜାର ପ୍ରଭାବ ବଢ଼େ। ଧନ ଓ ସମୃଦ୍ଧିରେ ବାଧା ଉପୁଜେ। ତେଣୁ ହୋଲି ପୂର୍ବରୁ ଘରେ କିଛି ଭଙ୍ଗାରୁଜା ବାସନକୁସନ ଥିଲେ ତାହାକୁ ଘରୁ ବାହାର […] The post Holi ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା… appeared first on Dharitri Odia News.
ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା ଦରକାର। ଯଦି କାଢ଼ି ନାହାନ୍ତି, ତା’ହେଲେ ହୋଲି ପୂର୍ବରୁ ଏସବୁକୁ ଘରୁ କାଢ଼ି ଦିଅନ୍ତୁ…
* ଭଙ୍ଗାରୁଜା ବାସନକୁସନ ଦ୍ୱାରା ଘରେ ନକାରାତ୍ମକ ଊର୍ଜାର ପ୍ରଭାବ ବଢ଼େ। ଧନ ଓ ସମୃଦ୍ଧିରେ ବାଧା ଉପୁଜେ। ତେଣୁ ହୋଲି ପୂର୍ବରୁ ଘରେ କିଛି ଭଙ୍ଗାରୁଜା ବାସନକୁସନ ଥିଲେ ତାହାକୁ ଘରୁ ବାହାର କରିଦେବା ଦରକାର।
* ବ୍ୟବହାର କରୁ ନ ଥିବା ପୁରୁଣା ପୋଷାକପତ୍ରକୁ ବି ଘରେ ରଖିଲେ ଘର ଅବ୍ୟବସ୍ଥିତ ଦେଖାଯାଇଥାଏ; ଯାହାକି ମାତା ଲକ୍ଷ୍ମୀଙ୍କୁ ଆଦୌ ପସନ୍ଦ ନୁହେଁ। ତେଣୁ ହୋଲି ଅବସରରେ ଏହାକୁ ବି ଘରୁ କାଢ଼ି ଦେଇପାରିବେ।
* ପୁରୁଣା ଜୋତା କିମ୍ବା ପୁରୁଣା ଫର୍ନିଚର ଯାହା ଆଉ ବ୍ୟବହାରଯୋଗ୍ୟ ନୁହେଁ; ସେସବୁକୁ ବି ହୋଲି ଅବସରରେ ଘରୁ କାଢ଼ି ଅଳିଆବାଲାକୁ ଦେଇଦେବା ଆବଶ୍ୟକ। ନଚେତ୍ ଏହାଦ୍ୱାରା ବି ଘରେ ବାସ୍ତୁଦୋଷ ଉପୁଜିବାର ସମ୍ଭାବନା ଥାଏ।
* ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଦେବାଦେବୀଙ୍କର ଖଣ୍ଡିତ ମୂର୍ତ୍ତି ରଖିବା ବି ଆଦୌ ଶୁଭଙ୍କର ନୁହେଁ। ତେଣୁ ହୋଲି ଅବସରରେ ଯଦି ଘରେ କିଛି ଦେବାଦେବୀଙ୍କ ପୁରୁଣା ଫଟୋ କିମ୍ବା ମୂର୍ତ୍ତି ରହିଛି, ତାହାକୁ ପାଣିରେ ବିସର୍ଜନ କରିବା ସହ ସେ ସ୍ଥାନରେ ଦେବାଦେବୀଙ୍କ ନୂଆ ମୂର୍ତ୍ତି କିମ୍ବା ଫଟୋ ଆଣିବା ଘର ପାଇଁ ଶୁଭ ହେବ।
* ହୋଲି ପୂର୍ବରୁ ଘରେ ଯଦି କିଛି ଭଙ୍ଗା କାଚ କିମ୍ବା ଦର୍ପଣ ରହିଛି, ତାକୁ ବି ଘରୁ କାଢ଼ି ଫୋପାଡ଼ିଦେବା ଦରକାର। ଏହା ବି ଘରକୁ ବାସ୍ତୁ ସମସ୍ୟା ଟାଣି ଆଣିଥାଏ।
The post Holi ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା… appeared first on Dharitri Odia News.