IAS Salary: ଜଣେ IAS ଅଧିକାରୀଙ୍କ ଦରମା କେତେ ? କଣ ପାଆନ୍ତି ସୁବିଧା ? ଜାଣନ୍ତୁ...

IAS Salary: IAS ବା ଭାରତୀୟ ପ୍ରସାଶନିକ ସେବା । ଆପଣ ଜାଣିଛନ୍ତି କି ଏଥିରେ ଯୋଗଦେବା ପରେ କେତେ ଟଙ୍କା ଦରମା ମିଳିଥାଏ ଅଧିକାରୀ ମାନଙ୍କୁ...ତେବେ ଜାଣନ୍ତୁ...

IAS Salary: ଜଣେ IAS ଅଧିକାରୀଙ୍କ ଦରମା କେତେ ? କଣ ପାଆନ୍ତି ସୁବିଧା ? ଜାଣନ୍ତୁ...

IAS ବା ଭାରତୀୟ ପ୍ରସାଶନିକ ସେବା । ଏହା ଏକ ପ୍ରକାର ଚାକିରୀ ହୋଇଥାଇ ପାରେ ହେଲେ ଏଥିରେ ଯୋଗଦେବା ପରେ ଅନେକ୍ ସମ୍ମାନ ସହିତ ବଢିଯାଇଥାଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଆପଣ ଜାଣିଛନ୍ତି କି ଏଥିରେ ଯୋଗଦେବା ପରେ କେତେ ଟଙ୍କା ଦରମା ମିଳିଥାଏ ଅଧିକାରୀ ମାନଙ୍କୁ...ଆସନ୍ତୁ ଜାଣିବା...

Basic Pay...

ଏହି ଚାକିରୀରେ ଯୋଗଦେବା ପରେ ଅଧିକାରୀଙ୍କୁ ପ୍ରତିମାସରେ ୫୬ ହଜାର ଶହେ ଟଙ୍କାରୁ ଏକ ଲକ୍ଷ ୩୨ ହଜାର ପର୍ଯ୍ୟନ୍ତ ମିଳିଥାଏ। ବରିଷ୍ଠ ଅଧିକାରୀ ହେବାପରେ ଏହ ଆସ୍ତେ ଆସ୍ତେ ବଢ଼ି ୨ ଲକ୍ଷ ୫୦ ହଜାରରେ ପହଞ୍ଚିଥାଏ। 

DA ବା ମହଙ୍ଗା ଭତ୍ତା...

ଏହା ହେଉଛି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ଜୀବନଧାରଣ ଭତ୍ତାର ଏକ ମୂଲ୍ୟ। ଏହା ମୂଳ ଦରମାଠାରୁ ପ୍ରାୟ ୯ ପ୍ରତିଶତ ରୁ ୧୭ ପ୍ରତିଶତ ଭିତରେ ମିଳିଥାଏ।

HRA ବା ଘରଭଡ଼ା ବାବଦ...

ଅଧିକାରୀ କେଉଁଠି ରହିବେ ସେହି ସ୍ଥାନର କଷ୍ଟ ଅଫ୍ ଲିଭିଂକୁ ଆକଳନ କରାଯାଇ, ମୂଳ ଦରମାର ୮ରୁ ୨୪ ପ୍ରତିଶତ ପାଖାପାଖି ମିଳିଥାଏ। ସରକାରୀ ବଙ୍ଗଳା ମଧ୍ୟ ଏମାନଙ୍କ ପାଇଁ ଉପଲବ୍ଧ। ସେଠାରେ ରହିବା ପାଇଁ ସେମାନଙ୍କ ଦରମାରୁ କିଛି ଟଙ୍କା କଟାଯାଇଥାଏ। ତାହପୁଣି ସବସିଡ୍ ଆକାରରେ...

TA ବା ଟ୍ରାଭେଲ୍ ବାବଦ...

ସରକାରୀ ବା ଅଫିସିଆଲ୍ କାର୍ଯ୍ୟ ପାଇଁ ଯଦି ରାଜ୍ୟ ବାହର ଠାରୁ ଆରମ୍ଭ କରି ବିଦେଶ ଯିବାକୁ ପଡ଼େ ତାହାଲେ ଏହାକୁ ସରକାର ବହନ କରିବାର ପ୍ରୋଭିଜନ୍ ଅଛି। ଏହା ମଧ୍ୟ କରାଯାଉଛି...

ଅନ୍ୟାନ୍ୟ ସୁବିଧା...

ମିଳିଥିବା ୱାଟର୍ସରେ ସୁରକ୍ଷା କର୍ମୀ ଠାରୁ ଆରମ୍ଭ କରି ସରକାରୀ ଗାଡ଼ି ଓ ଡ୍ରାଇଭର ସୁବିଧା ଆଦି ଭାରତୀୟ ପ୍ରସାଶନିକ ଅଧିକାରୀମାନଙ୍କୁ ପ୍ରଦାନ କରାଯାଏ ।