ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…

କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ ଭଲ ବୋଲିଂ କରିଥିଲେ। ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୁମରା ପ୍ରଥମ ଇନିଂସରେ ୬ ଟି ୱିକେଟ ନେଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ମଧ୍ୟ ୩ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରାଇ ଦେଇଥିଲେ। ତାଙ୍କର […] The post ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ… appeared first on Dharitri Odia News.

ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…

କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ ଭଲ ବୋଲିଂ କରିଥିଲେ। ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୁମରା ପ୍ରଥମ ଇନିଂସରେ ୬ ଟି ୱିକେଟ ନେଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ମଧ୍ୟ ୩ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରାଇ ଦେଇଥିଲେ। ତାଙ୍କର ଶ୍ରେଷ୍ଠ ବୋଲିଂ ପାଇଁ ବୁମରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ସେ ବିଶ୍ୱର ପ୍ରଥମ ବୋଲର ଯିଏ ତିନୋଟି ଫର୍ମାଟରେ ଶୀର୍ଷରେ ରହିଛନ୍ତି ।

ଭାରତୀୟ ଦଳର ଷ୍ଟାର ବୋଲର ତଥା ଟେଷ୍ଟ ଉପ-ଅଧିନାୟକ ବୁମରା ତାଙ୍କ ସାଥୀ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ପକାଇ ଦେଇଛନ୍ତି। ବୁମରାଙ୍କ ପୂର୍ବରୁ ଅଶ୍ୱିନ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଥିଲେ କିନ୍ତୁ ବର୍ତ୍ତମାନ ୮୮୧ ପଏଣ୍ଟ ସହ ସେ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଛନ୍ତି। ନୂତନ ର଼୍ୟାଙ୍କିଙ୍ଗ ଅନୁଯାୟୀ ଅଶ୍ୱିନ ବର୍ତ୍ତମାନ ୮୪୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୮୫୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ବୋଲର ତାଲିକାରେ ତାଙ୍କ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ।

 

ଆହୁରି ପଢ଼ନ୍ତୁ:  ଟିମ୍‌ ଇଣ୍ଡିଆରେ ରୋହିତ-ବିରାଟଙ୍କ ସ୍ଥାନ ନେବେ ଏହି ଦୁଇ କ୍ରିକେଟର: ଜଣେ ଗଲେ ଆଉ ଜଣେ ଆସିବେ…

 

ଅଶ୍ୱିନଙ୍କ ସହିତ ତାଙ୍କ ସ୍ପିନ ବୋଲିଂ ପାର୍ଟନର ରବିନ୍ଦ୍ର ଜାଡେଜା ମଧ୍ୟ ନୂତନ ଟେଷ୍ଟ ମାନ୍ୟତାରେ ତଳକୁ ଆସିଛନ୍ତି। ଏହି ସର୍ବଶେଷ ର଼୍ୟାଙ୍କିଙ୍ଗ ପୂର୍ବରୁ ଜାଡେଜା ଅଷ୍ଟମ ସ୍ଥାନରେ ଥିଲେ କିନ୍ତୁ ବର୍ତ୍ତମାନ ଏହା ପରେ ସେ ଦଶମ ସ୍ଥାନକୁ ଖସି ଆସିଛନ୍ତି। ଏଥିସହିତ ୪୧ ବର୍ଷୀୟ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଗୋଟିଏ ସ୍ଥାନ ହାସଲ କରି ଅଷ୍ଟମରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ବ୍ୟତୀତ ନାଥନ ଲିଆନ ଦଶମ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

The post ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ… appeared first on Dharitri Odia News.