ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା
ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦) ମଙ୍ଗଳବାର ବୁଲିବାକୁ ଯାଇ ଭଣଜା ହାତରେ ମୃତ୍ୟୁବରଣ କରିବା ଚର୍ଚ୍ଚାର ବିଷୟ ସାଜିଛି। ସୁବର୍ଣ୍ଣ ଗତକାଲି ଭଉଣୀ ଘରେ ପହଞ୍ଚି ଖାନା ପିନା କରିବା ପରେ ବିଳମ୍ବିତ ରାତିରେ ମାମୁ- ଭଣଜା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ଭଣଜା ଠୁରୁ ଧୀବର ଏକ ପଥରରେ ମାମୁଙ୍କ ମୁଣ୍ଡକୁ ଛେଚି ଦେବାରୁ […] The post ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା appeared first on Dharitri Odia News.
ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦) ମଙ୍ଗଳବାର ବୁଲିବାକୁ ଯାଇ ଭଣଜା ହାତରେ ମୃତ୍ୟୁବରଣ କରିବା ଚର୍ଚ୍ଚାର ବିଷୟ ସାଜିଛି। ସୁବର୍ଣ୍ଣ ଗତକାଲି ଭଉଣୀ ଘରେ ପହଞ୍ଚି ଖାନା ପିନା କରିବା ପରେ ବିଳମ୍ବିତ ରାତିରେ ମାମୁ- ଭଣଜା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ଭଣଜା ଠୁରୁ ଧୀବର ଏକ ପଥରରେ ମାମୁଙ୍କ ମୁଣ୍ଡକୁ ଛେଚି ଦେବାରୁ ମାମୁ ସୁବର୍ଣ୍ଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମବାସୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତ ଠୁରୁଙ୍କୁ ଗିରଫ କରି ପଚରାଉଚରା କରୁଛି। ପ୍ରାଥମିକ ସୂଚନାନୁଯାୟୀ ମଦ୍ୟପାନ ହତ୍ୟାକାଣ୍ଡର କାରଣ ବୋଲି ଜଣାପଡ଼ିଛି।
The post ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା appeared first on Dharitri Odia News.