ICC Women’s T20 World Cup : ୧୫ ଜଣିଆ ଦଳରେ ହରମନ୍‌ପ୍ରୀତ୍‌ କୌର କ୍ୟାପ୍‌ଟେନ୍, ରିଜର୍ଭରେ ତିନି ଖେଳାଳି

ମୁମ୍ବାଇ ୨୭।୦୮ : ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ୨୦୨୪ । ଭାରତୀୟ କ୍ରିକେଟ୍‌ ବୋର୍ଡ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି ।ଏହାସହିତ ୩ ଜଣ ଖେଳାଳିଙ୍କ ରିଜର୍ଭରେ ରଖାଯାଇଛି । ଏହି ତିନି ଖେଳାଳି ଭାରତୀୟ ଟିମ୍‌ ସହିତ ଦୁବାଇ ଟ୍ରାଭେଲ୍‌ କରିବେ । ୧୫ ଜଣିଆ ଟିମ୍‌ରେ ହରମନ୍‌ପ୍ରୀତ୍‌ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ମିତି ମନ୍ଦାନାଙ୍କୁ ଉପ ଅଧିନାୟକ ଦାୟିତ୍ୱ । ବାକି ଖେଳାଳିଙ୍କ ମଧ୍ୟରେ ଶେଫାଳି ବର୍ମା, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିକ୍ସ, ରିଚା ଘୋଷ (ଓ୍ୱିକେଟ୍‌ ରକ୍ଷକ), ୟସ୍ତିକା ଭାଟିଆ (ଓ୍ୱିକେଟ୍‌ ରକ୍ଷକ),, ପୂଜା ବସ୍ତ୍ରାକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲାନ୍‌ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଞ୍ଜନା ସଞ୍ଜୀବନୀରିଜର୍ଭ ଖେଳାଳି- ଉମା ଛେତ୍ରୀ (ଓ୍ୱିକେଟ୍‌ ରକ୍ଷକ), ତନୁଜା କଅଁର, ସାଇମା ଠାକୋର ।ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ବିବାଦକୁ ନେଇ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ଆଇସିସି   ପରିବର୍ତ୍ତିତ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା କରିଛି । ପୂର୍ବଭଳି ବାଂଲାଦେଶ ଆୟୋଜକ ରହିଛି। ଏଥର ଟୁର୍ଣ୍ଣାମେଣ୍ଟ ୧୦ଟି ଦଳକୁ ନେଇ ଆୟୋଜିତ ହେଉଛି । ସବୁ ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଗ୍ରୁପ୍‌-ଏ’ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସ୍ଥ

ICC Women’s T20 World Cup : ୧୫ ଜଣିଆ ଦଳରେ ହରମନ୍‌ପ୍ରୀତ୍‌ କୌର କ୍ୟାପ୍‌ଟେନ୍, ରିଜର୍ଭରେ ତିନି ଖେଳାଳି

ମୁମ୍ବାଇ ୨୭।୦୮ : ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ୨୦୨୪ । ଭାରତୀୟ କ୍ରିକେଟ୍‌ ବୋର୍ଡ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି ।ଏହାସହିତ ୩ ଜଣ ଖେଳାଳିଙ୍କ ରିଜର୍ଭରେ ରଖାଯାଇଛି । ଏହି ତିନି ଖେଳାଳି ଭାରତୀୟ ଟିମ୍‌ ସହିତ ଦୁବାଇ ଟ୍ରାଭେଲ୍‌ କରିବେ । 

୧୫ ଜଣିଆ ଟିମ୍‌ରେ ହରମନ୍‌ପ୍ରୀତ୍‌ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ମିତି ମନ୍ଦାନାଙ୍କୁ ଉପ ଅଧିନାୟକ ଦାୟିତ୍ୱ । ବାକି ଖେଳାଳିଙ୍କ ମଧ୍ୟରେ ଶେଫାଳି ବର୍ମା, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିକ୍ସ, ରିଚା ଘୋଷ (ଓ୍ୱିକେଟ୍‌ ରକ୍ଷକ), ୟସ୍ତିକା ଭାଟିଆ (ଓ୍ୱିକେଟ୍‌ ରକ୍ଷକ),, ପୂଜା ବସ୍ତ୍ରାକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲାନ୍‌ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଞ୍ଜନା ସଞ୍ଜୀବନୀ

ରିଜର୍ଭ ଖେଳାଳି- ଉମା ଛେତ୍ରୀ (ଓ୍ୱିକେଟ୍‌ ରକ୍ଷକ), ତନୁଜା କଅଁର, ସାଇମା ଠାକୋର ।

ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ବିବାଦକୁ ନେଇ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ଆଇସିସି   ପରିବର୍ତ୍ତିତ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା କରିଛି । ପୂର୍ବଭଳି ବାଂଲାଦେଶ ଆୟୋଜକ ରହିଛି। ଏଥର ଟୁର୍ଣ୍ଣାମେଣ୍ଟ ୧୦ଟି ଦଳକୁ ନେଇ ଆୟୋଜିତ ହେଉଛି । ସବୁ ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଗ୍ରୁପ୍‌-ଏ’ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି।   ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ୍‌, ୱେଷ୍ଟ ଇଣ୍ଡିଜ, ବାଂଲାଦେଶ ଓ ସ୍କଟଲାଣ୍ଡ ଗ୍ରୁପ୍‌-ବି’ରେ ରହିଛନ୍ତି ।