ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇବା ପରେ ଏମିତି କହିଲେ ଧୋନୀ
ନନ୍ଦିଘୋଷ ବ୍ୟୁରୋ: ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି ୭ ଜଣ କ୍ରିକେଟର । ଯେଉଁଥିରେ ରହିଛନ୍ତି ଭାରତୀୟ... The post ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇବା ପରେ ଏମିତି କହିଲେ ଧୋନୀ appeared first on .
ନନ୍ଦିଘୋଷ ବ୍ୟୁରୋ: ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି ୭ ଜଣ କ୍ରିକେଟର । ଯେଉଁଥିରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଟିମ ଇଣ୍ଡିଆକୁ ୨୦୦୭ ଟି-୨୦, ୨୦୧୧ ବିଶ୍ବକପ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ କରିଥିବା ଅଧିନାୟକ ହେଉଛନ୍ତି ଧୋନୀ । ତାଙ୍କ ଆଇସିସି ପକ୍ଷରୁ ଏହି ସମ୍ମାନ ଦିଆଯାଉଥିବାବେଳେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଧୋନୀ କହିଛନ୍ତି ଏହା ସମସ୍ତ ଖେଳାଳିଙ୍କ ସ୍ବପନ ଥାଏ । ମୋତେ ଆଇସିସି ପକ୍ଷରୁ ଏହି ସମ୍ମାନ ଦିଆଯାଇଥିବାରୁ ଧନ୍ୟବାଦ ।
ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଓପନର ହାସିମ ଆମଲାଙ୍କ ନାମ ମଧ୍ୟ ICC ହଲ୍ ଅଫ୍ ଫେମ୍ରେ ଅଛି। ଅଷ୍ଟ୍ରେଲିଆର ଓପନର ମାଥ୍ୟୁ ହେଡେନ୍ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ଏକ ସମୟରେ ହେଡେନ୍ଙ୍କ ନାମରେ ଟେଷ୍ଟରେ ସବୁଠାରୁ ବଡ଼ ୩୮୦ ରନ୍ ଖେଳିବାର ରେକର୍ଡ ଥିଲା। ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା ଅଧିନାୟକ ଗ୍ରେମ୍ ସ୍ମିଥ୍ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସ୍ମିଥ୍ ୨୨ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକାର ଅଧିନାୟକତ୍ୱ ପାଇଥିଲେ। ଏଥିରେ ସାମିଲ ହୋଇଥିବା ପଞ୍ଚମ ଏବଂ ଶେଷ ପୁରୁଷ ଖେଳାଳି ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ଡାନିଏଲ୍ ଭିଟୋରି।
The post ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇବା ପରେ ଏମିତି କହିଲେ ଧୋନୀ appeared first on .