IIM ସମ୍ୱଲପୁରର ଛାତ୍ରଛାତ୍ରୀ କରିବେ ସୁଭଦ୍ରା ଯୋଜନା ସର୍ଭେ, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ୩ଟି କିସ୍ତି

କୋଣାର୍କ: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ହେଉଛି 'ସୁଭଦ୍ରା' । ଜଣେ ବି ହିତାଧିକାରୀ ଏହି ଯୋଜନାରୁ ଯେପରି ବାଦ୍ ପଡ଼ିବେନି ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପୁଣି ସର୍ଭେ କରିବେ ରାଜ୍ୟ ସରକାର । ଆଇଆଇଏମ୍ ସମ୍ବଲପୁର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଗାଁ ଗାଁ ବୁଲି ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବେ । ସର୍ଭେ କରିବା ପରେ ସରକାରଙ୍କ ନିକଟରେ ସମସ୍ତ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଆସିବା ପରେ ବଞ୍ଚିତ ଥିବା ସମସ୍ତ ହିତାଧିକାରୀଙ୍କୁ ଏକା ସାଙ୍ଗରେ ୩ଟି କିସ୍ତି ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର ୧୭, ୨୦୨୪ରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏହା ଅଧିନରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଗୋଟିଏ କିସ୍ତି ମାର୍ଚ୍ଚ ୮ ମହିଳା ଦିବସ ଓ ଦ୍ୱିତୀୟ କିସ୍ତି ରାଖୀ ପୂର୍ଣ୍ଣମାରେ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କି

IIM ସମ୍ୱଲପୁରର ଛାତ୍ରଛାତ୍ରୀ କରିବେ ସୁଭଦ୍ରା ଯୋଜନା ସର୍ଭେ, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ୩ଟି କିସ୍ତି

କୋଣାର୍କ: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ହେଉଛି 'ସୁଭଦ୍ରା' । ଜଣେ ବି ହିତାଧିକାରୀ ଏହି ଯୋଜନାରୁ ଯେପରି ବାଦ୍ ପଡ଼ିବେନି ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପୁଣି ସର୍ଭେ କରିବେ ରାଜ୍ୟ ସରକାର । ଆଇଆଇଏମ୍ ସମ୍ବଲପୁର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଗାଁ ଗାଁ ବୁଲି ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବେ । ସର୍ଭେ କରିବା ପରେ ସରକାରଙ୍କ ନିକଟରେ ସମସ୍ତ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଆସିବା ପରେ ବଞ୍ଚିତ ଥିବା ସମସ୍ତ ହିତାଧିକାରୀଙ୍କୁ ଏକା ସାଙ୍ଗରେ ୩ଟି କିସ୍ତି ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର ୧୭, ୨୦୨୪ରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏହା ଅଧିନରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଗୋଟିଏ କିସ୍ତି ମାର୍ଚ୍ଚ ୮ ମହିଳା ଦିବସ ଓ ଦ୍ୱିତୀୟ କିସ୍ତି ରାଖୀ ପୂର୍ଣ୍ଣମାରେ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ । ଏପ୍ରିଲ ୨୪ରେ ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁଇଟି କିସ୍ତି ଟଙ୍କା ଜମା କରାଯାଇଥିଲା । ସେମାନଙ୍କୁ ଥରକେ ୧୦ ହଜାର ଟଙ୍କା ମିଳିଥିଲା ।