IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) କୁ ‘ଡିମଡ୍ ୟୁନିଭରସିଟି'(ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ) ମାନ୍ୟତା ପ୍ରଦାନ କରିଛି। ଆଇଆଇଏମସି ପକ୍ଷରୁ ଏହି ଖବରକୁ ଏହାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ନୂତନ ସ୍ଥିତି ସହିତ, ଅନୁଷ୍ଠାନ ବର୍ତ୍ତମାନ ଡକ୍ଟରେଟ୍ ସହିତ ଡିଗ୍ରୀ ପ୍ରଦାନ କରିପାରିବ। A big thanks to the Ministry of Education for declaring IIMC New Delhi and its five regional […] The post IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ appeared first on Dharitri Odia News.

IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) କୁ ‘ଡିମଡ୍ ୟୁନିଭରସିଟି'(ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ) ମାନ୍ୟତା ପ୍ରଦାନ କରିଛି। ଆଇଆଇଏମସି ପକ୍ଷରୁ ଏହି ଖବରକୁ ଏହାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ନୂତନ ସ୍ଥିତି ସହିତ, ଅନୁଷ୍ଠାନ ବର୍ତ୍ତମାନ ଡକ୍ଟରେଟ୍ ସହିତ ଡିଗ୍ରୀ ପ୍ରଦାନ କରିପାରିବ।

ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଆଇଆଇଏମସି ଏକ୍ସରେ ଲେଖିଛି ଯେ ସଂସ୍ଥା ନୂଆଦିଲ୍ଲୀ ଏବଂ ଏହାର ପାଞ୍ଚଟି ଆଞ୍ଚଳିକ କେନ୍ଦ୍ରକୁ ବିଶ୍ୱବିଦ୍ୟାଳୟ ବୋଲି ଘୋଷଣା କରିଥିବାରୁ ଶିକ୍ଷା ମନ୍ତ୍ରଣାଳୟକୁ ଅନେକ ଧନ୍ୟବାଦ। ଏହି ପୋଷ୍ଟରେ ଆହୁରି କୁହାଯାଇଛି ଯେ ଜନ ଯୋଗାଯୋଗରେ ଶିକ୍ଷା, ତାଲିମ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବାରେ ଆଇଆଇଏମସି ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଆଇଆଇଏମସି ନୂଆଦିଲ୍ଲୀ ଏବଂ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସ ଜାମ୍ମୁ (ଜମ୍ମୁ କଶ୍ମୀର), ଅମ୍ରାବତୀ (ମହାରାଷ୍ଟ୍ର), ଆଇଜୱାଲ (ମିଜୋରାମ), କୋଟାୟାମ (କେରଳ) ଏବଂ ଢେଙ୍କାନାଳ (ଓଡ଼ିଶା) ରେ ଅବସ୍ଥିତ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଭିନ୍ନ ଭିନ୍ନ ବର୍ଗ ଅଧୀନରେ ଆଇଆଇଏମସିକୁ ‘ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ’ ମାନ୍ୟତା ଦିଆଯାଇଛି।

The post IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ appeared first on Dharitri Odia News.