ରାମନବମୀ ଶୋଭାଯାତ୍ରାରେ ହିଂସା
କୋଲକାତା,୭।୪: କୋଲକାତାର ପାର୍କ ସର୍କସ ସେଭେନ୍ ପଏଣ୍ଟ ଅଞ୍ଚଳରେ ରବିବାର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ଅନେକ ଶ୍ରଦ୍ଧାଳୁ ଆହତ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ଭାଜପା ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଆକ୍ରମଣ ସମୟର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରାଯିବା ସହ ଏଥିପାଇଁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରକୁ ଦାୟୀ କରାଯାଇଛି। ରାଜ୍ୟରେ ହିନ୍ଦୁଙ୍କ ପ୍ରତି ହେଉଥିବା ଟାର୍ଗେଟେଡ୍ ହିଂସା ରୋକିବାରେ ମମତା ବାନାର୍ଜୀ ସରକାର […] The post ରାମନବମୀ ଶୋଭାଯାତ୍ରାରେ ହିଂସା appeared first on Dharitri Odia News.
କୋଲକାତା,୭।୪: କୋଲକାତାର ପାର୍କ ସର୍କସ ସେଭେନ୍ ପଏଣ୍ଟ ଅଞ୍ଚଳରେ ରବିବାର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ଅନେକ ଶ୍ରଦ୍ଧାଳୁ ଆହତ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ଭାଜପା ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଆକ୍ରମଣ ସମୟର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରାଯିବା ସହ ଏଥିପାଇଁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରକୁ ଦାୟୀ କରାଯାଇଛି। ରାଜ୍ୟରେ ହିନ୍ଦୁଙ୍କ ପ୍ରତି ହେଉଥିବା ଟାର୍ଗେଟେଡ୍ ହିଂସା ରୋକିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଛି। ରାମନବମୀ ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ସେମାନେ ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
ଗତ ଶୁକ୍ରବାର ଉକ୍ତ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଓ୍ବକ୍ଫ ବିଲ୍ ବିରୋଧରେ ବିକ୍ଷୋଭ ଯୋଗୁ ସହରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀ ରାସ୍ତାରେ ଟାୟାର ଜାଳି ସ୍ବାଭାବିକ ଜୀବନଯାତ୍ରାକୁ ଅଚଳ କରିଦେଇଥିଲାବେଳେ ପୋଲିସ ହସ୍ତକ୍ଷେପ କରି ନ ଥିଲା। ରବିବାର ପୁନର୍ବାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଥିବାବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି। ଗୈରିକ ପତାକା ଲାଗିଥିବା ଗାଡ଼ିଗୁଡ଼ିକ ଉପରେ ଟେକାବର୍ଷା ହୋଇଥିଲା। ଫଳରେ ଅନେକ ଗାଡ଼ିର କାଚ ଭାଙ୍ଗିଯାଇଛି। କୋଲକାତାରେ ୭୦ରୁ ଊର୍ଦ୍ଧ୍ୱ ରାମନବମୀ ଶୋଭାଯାତ୍ରା ବାହାରିଥିବାରୁ ପ୍ରାୟ ୫,୦୦୦ ପୋଲିସ ମୁତୟନ ହେବା ସହ ସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍ ଏବଂ ସିସିଟିଭି ଲଗାଯାଇଥିଲା। କେତେକ ସମ୍ବେଦନଶୀଳ ଅଞ୍ଚଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍କୁ ରଖାଯାଇଥିଲା। ରବିବାର ସକାଳୁ ସାରା ରାଜ୍ୟରେ ଶୋଭାଯାତ୍ରା, ଭକ୍ତି ସଙ୍ଗୀତ ଓ ଗୌରିକ ପତାକା ସହ ରାମାୟଣ ଦୃଶ୍ୟ ଥିବା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିବାବେଳେ ମାଲଦାର ରାମକ୍ରିଷ୍ଣପାଲି ମଇଦାନରୁ ବାହାରିଥିବା ଶୋଭଯାତ୍ରାରେ ଲୋକେ ଖୋଲାଖୋଲି ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହଲାଉଥିବା ଦେଖାଯାଇଥିଲା। ହାଓ୍ବଡ଼ାର ସଙ୍କରେଲରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।
The post ରାମନବମୀ ଶୋଭାଯାତ୍ରାରେ ହିଂସା appeared first on Dharitri Odia News.