IIT ମାଡ୍ରାସ ଭାରତରେ ଲଞ୍ଚ କରିଛି ଏକ ହାଲୁକା ହ୍ୱିଲଚେୟାର, ଜାହାର ଓଜନ ୯ କିଲୋଗ୍ରାମ୍
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ମାଡ୍ରାସ ପୁଣିଥରେ ଟେକ୍ନୋଲୋଜି ଏବଂ ସେନ୍ସିଟିଭିଟିର ଏକ ଆଶ୍ଚର୍ଯ୍ୟଜନକ ମିଶ୍ରଣ ଉପସ୍ଥାପନ କରିଛି । ଏହି ଇନଷ୍ଟିଚ୍ୟୁଟ୍ ଭାରତର ସବୁଠାରୁ ହାଲୁକା ହ୍ୱିଲଚେୟାର ଲଞ୍ଚ କରିଛି । ଯାହାର ଓଜନ ମାତ୍ର ୯ କିଲୋଗ୍ରାମ । ଏଥି ସହ ଏହାର ନାମ ମଧ୍ୟ ରଖାଯାଇଛି ‘YD One’ । ଏହି ହ୍ୱିଲଚେୟାର କେବଳ ହାଲୁକା ନୁହେଁ, ବରଂ ପ୍ରତ୍ୟେକ ୟୁଜର୍ସଙ୍କ ଆବଶ୍ୟକତା ଅନୁସାରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । […] The post IIT ମାଡ୍ରାସ ଭାରତରେ ଲଞ୍ଚ କରିଛି ଏକ ହାଲୁକା ହ୍ୱିଲଚେୟାର, ଜାହାର ଓଜନ ୯ କିଲୋଗ୍ରାମ୍ appeared first on KNews Odisha.

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ମାଡ୍ରାସ ପୁଣିଥରେ ଟେକ୍ନୋଲୋଜି ଏବଂ ସେନ୍ସିଟିଭିଟିର ଏକ ଆଶ୍ଚର୍ଯ୍ୟଜନକ ମିଶ୍ରଣ ଉପସ୍ଥାପନ କରିଛି । ଏହି ଇନଷ୍ଟିଚ୍ୟୁଟ୍ ଭାରତର ସବୁଠାରୁ ହାଲୁକା ହ୍ୱିଲଚେୟାର ଲଞ୍ଚ କରିଛି । ଯାହାର ଓଜନ ମାତ୍ର ୯ କିଲୋଗ୍ରାମ । ଏଥି ସହ ଏହାର ନାମ ମଧ୍ୟ ରଖାଯାଇଛି ‘YD One’ । ଏହି ହ୍ୱିଲଚେୟାର କେବଳ ହାଲୁକା ନୁହେଁ, ବରଂ ପ୍ରତ୍ୟେକ ୟୁଜର୍ସଙ୍କ ଆବଶ୍ୟକତା ଅନୁସାରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ।
ଏହି ହ୍ୱିଲଚେୟାର ମୂଲ୍ୟ ୭୫,୦୦୦ ଟଙ୍କାରୁ ୮୦,୦୦୦ ଟଙ୍କା ମଧ୍ୟରେ ରଖାଯାଇଛି । ଏହି କମ୍ ମୂଲ୍ୟର ହ୍ୱିଲଚେୟାରଗୁଡ଼ିକ ବ୍ୟବହାରକାରୀଙ୍କ ଶରୀର ଗଠନ, ବସିବାର ସ୍ଥିତି ଏବଂ ଦୈନନ୍ଦିନ କାର୍ଯ୍ୟକଳାପକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହା ଦିନସାରା ହ୍ୱିଲଚେୟାର ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ ।
ହ୍ୱିଲଚେୟାର ବ୍ୟବହାରକାରୀମାନେ ଏହାର ପ୍ରଶଂସା କରି କହିଛନ୍ତି ଯେ ଏହି ହ୍ୱିଲଚେୟାରର ସବୁଠାରୁ ଖାସ୍ କଥା ହେଉଛି ଏହାକୁ ଚଲାଇବା ଏବଂ ବହନ କରିବା ବହୁତ ସହଜ । ଏଥି ସହ ଏହାର ହାଲୁକା ଓଜନ ଜୀବନକୁ ବହୁତ ସରଳ କରିଥାଏ ।
YD Oneର ଛୋଟ ଏବଂ ହାଲୁକା ଫ୍ରେମ୍ ଏହାକୁ କାର, ଅଟୋ-ରିକ୍ସା କିମ୍ବା ପବ୍ଲିକ୍ ଟ୍ରାନ୍ସପୋର୍ଟରେ ନବା ଆଣିବା ପାଇଁ ସହଜ ହୋଇଥାଏ । ବାହାରକୁ ଯିବା ସମୟରେ ଭାରୀ ହ୍ୱିଲଚେୟାର ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । IIT ମାଡ୍ରାସର ଏହି ପଦକ୍ଷେପ ଟେକ୍ନୋଲୋଜିକୁ ମାନବତା ସହିତ ସଂଯୋଗ କରିବାର ଏକ ମହାନ ଉଦାହରଣ । YD One ହଜାର ହଜାର ଲୋକଙ୍କ ଜୀବନକୁ ସହଜ କରିବ ବୋଲି ଆଶା କରାଯାଉଛି । ଏହି ହ୍ୱିଲଚେୟାର କେବଳ ଏକ ପ୍ରଡକ୍ଟ ନୁହେଁ ବରଂ ସ୍ବତନ୍ତ୍ରତା ଏବଂ ଆତ୍ମବିଶ୍ୱାସର ଏକ ପ୍ରତୀକ ।
Also read : Googleର ବଡ଼ ପ୍ଲାନ୍, Android ଏବଂ ChromeOS ମିଶାଇ ହେବ ଗୋଟିଏ ପ୍ଲାଟଫର୍ମ
The post IIT ମାଡ୍ରାସ ଭାରତରେ ଲଞ୍ଚ କରିଛି ଏକ ହାଲୁକା ହ୍ୱିଲଚେୟାର, ଜାହାର ଓଜନ ୯ କିଲୋଗ୍ରାମ୍ appeared first on KNews Odisha.