ଯୁକ୍ତ ୨ ଛାତ୍ରୀଙ୍କ ମୃତ୍ୟୁ, ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଜୁନିୟର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଏସ.ସନାତନ ରେଡ୍ଡୀକୁ ଶୁକ୍ରବାର ଦିଗପହଣ୍ଡି ଥାନା ପୋଲିସ ଗିରଫ କରିଛି । ପରେ ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଗ୍ରାମର […] The post ଯୁକ୍ତ ୨ ଛାତ୍ରୀଙ୍କ ମୃତ୍ୟୁ, ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଗିରଫ appeared first on KNews Odisha.

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଜୁନିୟର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଏସ.ସନାତନ ରେଡ୍ଡୀକୁ ଶୁକ୍ରବାର ଦିଗପହଣ୍ଡି ଥାନା ପୋଲିସ ଗିରଫ କରିଛି । ପରେ ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଗ୍ରାମର ଟ୍ୟୁସନ ଶିକ୍ଷକ ସନାତନ ଏବଂ ଏସ. କ୍ରିଷ୍ଣା ରେଡ୍ଡୀ ଉଭୟେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ ।
ଛାତ୍ରୀ ଜଣକ ମନା କରିବାରୁ ଉଭୟେ କୌଶଳ କ୍ରମେ ଛାତ୍ରୀଙ୍କ ଫଟୋ ,ମୋବାଇଲ କଲ ରେକର୍ଡ ,ମେସେଜ ଗୁଡ଼ିକୁ ତାଙ୍କୁ ଦେଖାଇ ବ୍ଲାକ ମେଲିଂ କରିବା ସହ ସେସବୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବାକୁ ଧମକ ଦେଇ ଆସୁଥିଲେ । ଛାତ୍ରୀ ଜଣକ ତାଙ୍କ ଡାଇରୀ ଏବଂ ଟ୍ୟୁସନ ନୋଟ ଖାତାରେ ସମସ୍ତ ଘଟଣା ଉଲ୍ଲେଖ କରିବା ସହ ପରିବାର ଲୋକଙ୍କ ସାମାଜିକ ମର୍ଯ୍ୟାଦା ହାନି ହେବା ଆଶଙ୍କା କରି ଭୟଭୀତ ଅବସ୍ଥାରେ ଗତ ୮ ତାରିଖରେ କୀଟନାଶକ ଖାଇ ଦେଇଥିଲେ ।
ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ବ୍ୟବଚ୍ଛେଦ ପରେ ଶବ ସଂସ୍କାରକରାଯାଇଥିଲା । ଏହି ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ ନାବାଳିକାର ପରିବାର ବର୍ଗ । ପୋଲିସ ତଦନ୍ତକରି ସନାତନକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଥିବା ପୋଲିସ କହିଛି ।
Also read :ଦୁଇସାଙ୍ଗ ମଧ୍ୟରେ ବଚସା, ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା
The post ଯୁକ୍ତ ୨ ଛାତ୍ରୀଙ୍କ ମୃତ୍ୟୁ, ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଗିରଫ appeared first on KNews Odisha.