IMDଙ୍କ ଅନୁମାନ, ମେ ୨୭ ପୂର୍ବରୁ କେରଳ ପହଞ୍ଚିବ ମୌସୁମୀ

ନୂଆଦିଲ୍ଲୀ ୨୦।୫: ଭାରତର କୃଷି ଓ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସମୟ ପୂର୍ବରୁ କେରଳ ଉପକୂଳକୁ ପହଞ୍ଚିପାରେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମଙ୍ଗଳବାର ଏହି ପୂର୍ବାନୁମାନ କରିଛନ୍ତି। ଆଇଏମଡିଙ୍କ ସୂଚନା ଅନୁସାରେ ମୌସୁମୀ ଆଗାମୀ ୪-୫ଦିନରେ କେରଳ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ହେଉଛି, ଅର୍ଥାତ ୨୩ କିମ୍ବା ୨୪ ମେ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁବ। ତେବେ ପୂର୍ବରୁ ସୂଚିତ କରାଯାଇଥିବା ତାରିଖ ମେ ୨୭ ପୂର୍ବରୁ ମୌସୁମୀ ଭାରତୀୟ ଉପ ମହାଦ୍ୱୀପକୁ ଛୁଇଁବା ସ୍ପଷ୍ଟ ହୋଇଯାଛି। ସାଧାରଣତଃ ମୌସୁମୀ ଜୁନ ୧ ତାରିଖ ବେଳକୁ କେରଳ ଉପକୂଳକୁ ପହଞ୍ଚି ଥାଏ। ତେବେ ମୌସୁମୀ ଆଗମନ ପୂର୍ବରରୁ ମେ ୨୪ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳରେ ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ କେତେକ ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏଥିରେ ପଶ୍ଚିମ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ସମେତ ଦକ୍ଷିଣ ଭାରତ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଆକଳନ କରାଯାଇଛି। ତେବେ ମୌସୁମୀ କେରଳ ପହଞ୍ଚିବା ପରେ ଧିରେ ଧିରେ ଆଗକୁ ବଢିବା ଆରମ୍ଭ କରିବ ବୋଲି ଆଇଏମଡି ଆକଳନ କରିଛନ୍ତି। ଭାରତରେ ୭୫% ବର୍ଷିକ ବୃଷ୍ଟିପାତ ମୌସୁମୀରୁ ମିଳିଥାଏ। ଏଥିରେ ସଠିକ ସମୟରେ ମୌସୁମୀ ଦେଶକୁ ଅଗ୍ରସର ହେବା କୃଷି, ଖାଦ୍ୟପଦାର୍ଥ ମୂଲ୍ୟ ଓ ମୁଦ୍ରାସ୍ପିତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବ ବୋଲି ଆକଳନ

IMDଙ୍କ ଅନୁମାନ, ମେ ୨୭ ପୂର୍ବରୁ କେରଳ ପହଞ୍ଚିବ ମୌସୁମୀ

ନୂଆଦିଲ୍ଲୀ ୨୦।୫: ଭାରତର କୃଷି ଓ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସମୟ ପୂର୍ବରୁ କେରଳ ଉପକୂଳକୁ ପହଞ୍ଚିପାରେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମଙ୍ଗଳବାର ଏହି ପୂର୍ବାନୁମାନ କରିଛନ୍ତି। ଆଇଏମଡିଙ୍କ ସୂଚନା ଅନୁସାରେ ମୌସୁମୀ ଆଗାମୀ ୪-୫ଦିନରେ କେରଳ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ହେଉଛି, ଅର୍ଥାତ ୨୩ କିମ୍ବା ୨୪ ମେ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁବ। ତେବେ ପୂର୍ବରୁ ସୂଚିତ କରାଯାଇଥିବା ତାରିଖ ମେ ୨୭ ପୂର୍ବରୁ ମୌସୁମୀ ଭାରତୀୟ ଉପ ମହାଦ୍ୱୀପକୁ ଛୁଇଁବା ସ୍ପଷ୍ଟ ହୋଇଯାଛି। 

ସାଧାରଣତଃ ମୌସୁମୀ ଜୁନ ୧ ତାରିଖ ବେଳକୁ କେରଳ ଉପକୂଳକୁ ପହଞ୍ଚି ଥାଏ। ତେବେ ମୌସୁମୀ ଆଗମନ ପୂର୍ବରରୁ ମେ ୨୪ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳରେ ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ କେତେକ ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏଥିରେ ପଶ୍ଚିମ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ସମେତ ଦକ୍ଷିଣ ଭାରତ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଆକଳନ କରାଯାଇଛି। ତେବେ ମୌସୁମୀ କେରଳ ପହଞ୍ଚିବା ପରେ ଧିରେ ଧିରେ ଆଗକୁ ବଢିବା ଆରମ୍ଭ କରିବ ବୋଲି ଆଇଏମଡି ଆକଳନ କରିଛନ୍ତି। 

ଭାରତରେ ୭୫% ବର୍ଷିକ ବୃଷ୍ଟିପାତ ମୌସୁମୀରୁ ମିଳିଥାଏ। ଏଥିରେ ସଠିକ ସମୟରେ ମୌସୁମୀ ଦେଶକୁ ଅଗ୍ରସର ହେବା କୃଷି, ଖାଦ୍ୟପଦାର୍ଥ ମୂଲ୍ୟ ଓ ମୁଦ୍ରାସ୍ପିତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।  ତେବେ ଆଇଏମଡିଙ୍କ କହିବା କଥା ହେଉଛି ଚଳିତବର୍ଷ ମୌସୁମୀ ଆଗୁଆ ଆସୁଛି, ଏହାର ମାନେ ନୁହେଁ ଯେ ପୂରା ଦେଶ ସ୍ୱଭାବିକ ଓ ଭଲ ବର୍ଷା ପାଇବ। ମୌସୁମୀ ବର୍ଷାର ପରିମାଣ ଓ ନିରନ୍ତରତା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହିଁ। 

ଆଗୁଆ ମୌସୁମୀ ସୂଚନା ମିଳିବା ପରେ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଚାଷୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ କୃଷି ବିଶେଷଜ୍ଞଙ୍କ କହିବା କଥା ହେଉଛି ମୌସୁମୀର ସ୍ଥିରତା ଓ ବର୍ଷାର ପରିମାଣ ପୁଷ୍ଟି ହେବା ପର୍ଯ୍ୟନ୍ତ ଚାଷୀ ଅପେକ୍ଷା କରିବା ଦରକାର। କେରଳ ଓ ଅନ୍ୟ ଉପକୂଳକୁ ମୌସୁମୀ ଶୀଘ୍ର ଆସୁଥିବାରୁ ବନ୍ୟା ବିପଦ ମଧ୍ୟ ଉପୁଜିଛି। ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ  ମୌସୁମୀ ପୂର୍ବ ପ୍ରସ୍ତୁତି ଜୋରଦାର  କରାଯାଇଛି।