ମନ୍ଧାନା ବ୍ରିଗେଡଙ୍କ କମାଲ, ପ୍ରଥମ WPL ଟ୍ରଫି ଜିତିଲା ଆରସିବି, ପୁଣି ନିରାଶ ଦିଲ୍ଲୀ
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଯେଉଁ କାମ ପୁରୁଷ ଖେଳାଳି କରି ପାରିଲେ ନାହିଁ ସେହି କାମ କରି ଦେଖାଇଛନ୍ତି ମହିଳା ଖେଳାଳି। ସ୍ମୃତି ମନ୍ଧାନାଙ୍କ ନେତୃତ୍ଵାଧୀନ ଆରସିବି ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ) ୨୦୨୪ରେ କମାଲ କରିଛନ୍ତି। ଆଜି ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ଵିକେଟ୍ରେ ହରାଇଛି। ଏହି ବିଜୟ ସହ ଆରସିବି ପ୍ରଥମ ଥର WPL ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଅନ୍ୟପଟେ ମେଗ ଲେନିଙ୍ଗଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଦ୍ଵିତୀୟ ଥର ଫାଇନାଲ୍ରେ ହାରିଛି। ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଓ୍ଵିକେଟ୍ରେ ହରାଇଥିଲା। ଆଉ ଦ୍ଵିତୀୟ ସଂସ୍କରଣରେ ବି ଦଳକୁ ନିରାଶ ହେବାକୁ ପଡିଛି। ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୮.୩ ଓଭରରେ ୧୧୩ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ୪୪ ରନ ଓ ଅଧିନାୟକ ଲେନିଙ୍ଗ ୨୩ ରନ କରିଥିଲେ। ଜବାବରେ ଆରସିବି ଏଲିସ ପେରିଙ୍କ ଅପରାଜିତ ୩୫ ରନ, ସୋଫିଏ ଡେଭିନଙ୍କ ୩୨ ରନ ବଳରେ ୧୯.୩ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।