୩୦ ଯାଏ ସରକାରୀ କର୍ମଚାରୀଙ୍କୁ ଛୁଟି ମନା, ଜାଣନ୍ତୁ କ’ଣ ପାଇଁ…
ଭୁବନେଶ୍ୱର,୧୧।୬: ଓଡ଼ିଶାରେ ନୂଆ ସରକାର ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଥିଲାଗି ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଆସନ୍ତା ୩୦ ଯାଏ ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ। ଏନେଇ ବିଭାଗୀୟ ସଚିବ ଏବଂ ଜିଲାପାଳଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ଙ୍କ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ୩୦ ଯାଏ କାହାକୁ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଡ୍କ୍ୱାର୍ଟର ନ ଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ କୁହାଯିବା ସହ […] The post ୩୦ ଯାଏ ସରକାରୀ କର୍ମଚାରୀଙ୍କୁ ଛୁଟି ମନା, ଜାଣନ୍ତୁ କ’ଣ ପାଇଁ… appeared first on Dharitri Odia News.
ଭୁବନେଶ୍ୱର,୧୧।୬: ଓଡ଼ିଶାରେ ନୂଆ ସରକାର ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଥିଲାଗି ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଆସନ୍ତା ୩୦ ଯାଏ ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ। ଏନେଇ ବିଭାଗୀୟ ସଚିବ ଏବଂ ଜିଲାପାଳଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ଙ୍କ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ୩୦ ଯାଏ କାହାକୁ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଡ୍କ୍ୱାର୍ଟର ନ ଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ କୁହାଯିବା ସହ ସରକାରୀ ଛୁଟି ଦିନରେ ମଧ୍ୟ ଅନୁପସ୍ଥିତ ନ ରହିବାକୁ କୁହାଯାଇଛି। ତେବେ କେବଳ ସ୍ବାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିପାରିବ।
The post ୩୦ ଯାଏ ସରକାରୀ କର୍ମଚାରୀଙ୍କୁ ଛୁଟି ମନା, ଜାଣନ୍ତୁ କ’ଣ ପାଇଁ… appeared first on Dharitri Odia News.