IND vs AUS: ମ୍ୟାଚ୍ ପୂର୍ବରୁ ସେଣ୍ଟ ଲୁସିଆରେ ପ୍ରବଳ ବର୍ଷା, ବିନା ଟସ୍‌ରେ ରଦ୍ଦ ହୋଇପାରେ ମ୍ୟାଚ୍

ସେଣ୍ଟ ଲୁସିଆ: ଟି-୨୦ ବିଶ୍ଵକପ୍‌ ୨୦୨୪ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍ ସେଣ୍ଟ ଲୁସିଆରେ ଖେଳାଯିବ। କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି।ତେବେ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର। ଲେଣ୍ଟ ଲୁସିଆରେ ରବିବାରଠୁ ବର୍ଷା ଜାରି ରହିଛି। ମ୍ୟାଚ୍ ଆରମ୍ଭ ହେବାର ୫ ଘଣ୍ଟା ପୂର୍ବରୁ ପ୍ରବଳ ବର୍ଷା ହେବାର ଭିଡିଓ ସାମ୍ନାକୁ ଆସିଛି।ପାଣିପାଗକୁ ଦେଖି ଲାଗୁଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ବିନା ଟସ୍‌ରେ ରଦ୍ଦ ହୋଇପାରେ। ଯଦି ଏହି ମ୍ୟାଚ୍ ବାତିଲ ହୁଏ ତେବେ  ଅଷ୍ଟ୍ରେଲିଆର ସେମି ଫାଇନାଲ୍‌ ଯିବା କଷ୍ଟକର ହୋଇ ପଡ଼ିବ। କାରଣ ବାତିଲ ହେଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଭାରତ ମୋଟ୍ ୫ ପଏଣ୍ଟ ସହ ସେମିରେ ପ୍ରବେଶ କରିବ ଏବଂ ଅଷ୍ଟ୍ରେଲିଆ ୩ ପଏଣ୍ଟ ସହ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବ। It's raining in St. Lucia. ????️- India Vs Australia will happen in 5 hours time. (Vimal Kumar).pic.twitter.com/4uQBdVDNMh— Mufaddal Vohra (@mufaddal_vohra) June 24, 2024ଯଦି ଆଫଗାନିସ୍ତାନ ବାଂଲାଦେଶକୁ ହରାଇ ଦିଏ ତେବେ ଦଳ ସେମିରେ ପହଞ୍ଚିଯିବ। ଯଦି ବାଂଲାଦେଶ ବିଜୟୀ ହୁଏ ତେବେ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଯିବ। ତେଣୁ ଗ୍ରୁପ ୧ରେ ଆଜିର ମ୍ୟାଚ୍ ଓ ଆସ

IND vs AUS:  ମ୍ୟାଚ୍ ପୂର୍ବରୁ ସେଣ୍ଟ ଲୁସିଆରେ ପ୍ରବଳ ବର୍ଷା, ବିନା ଟସ୍‌ରେ ରଦ୍ଦ ହୋଇପାରେ ମ୍ୟାଚ୍

ସେଣ୍ଟ ଲୁସିଆ: ଟି-୨୦ ବିଶ୍ଵକପ୍‌ ୨୦୨୪ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍ ସେଣ୍ଟ ଲୁସିଆରେ ଖେଳାଯିବ। କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି।ତେବେ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର। ଲେଣ୍ଟ ଲୁସିଆରେ ରବିବାରଠୁ ବର୍ଷା ଜାରି ରହିଛି। ମ୍ୟାଚ୍ ଆରମ୍ଭ ହେବାର ୫ ଘଣ୍ଟା ପୂର୍ବରୁ ପ୍ରବଳ ବର୍ଷା ହେବାର ଭିଡିଓ ସାମ୍ନାକୁ ଆସିଛି।

ପାଣିପାଗକୁ ଦେଖି ଲାଗୁଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ବିନା ଟସ୍‌ରେ ରଦ୍ଦ ହୋଇପାରେ। ଯଦି ଏହି ମ୍ୟାଚ୍ ବାତିଲ ହୁଏ ତେବେ  ଅଷ୍ଟ୍ରେଲିଆର ସେମି ଫାଇନାଲ୍‌ ଯିବା କଷ୍ଟକର ହୋଇ ପଡ଼ିବ। କାରଣ ବାତିଲ ହେଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଭାରତ ମୋଟ୍ ୫ ପଏଣ୍ଟ ସହ ସେମିରେ ପ୍ରବେଶ କରିବ ଏବଂ ଅଷ୍ଟ୍ରେଲିଆ ୩ ପଏଣ୍ଟ ସହ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବ। 




ଯଦି ଆଫଗାନିସ୍ତାନ ବାଂଲାଦେଶକୁ ହରାଇ ଦିଏ ତେବେ ଦଳ ସେମିରେ ପହଞ୍ଚିଯିବ। ଯଦି ବାଂଲାଦେଶ ବିଜୟୀ ହୁଏ ତେବେ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଯିବ। ତେଣୁ ଗ୍ରୁପ ୧ରେ ଆଜିର ମ୍ୟାଚ୍ ଓ ଆସନ୍ତାକାଲି ବାଂଲାଦେଶ ବନାମ ଆଫଗାନିସ୍ତାନ ମ୍ୟାଚ୍ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଏବେ ସବୁ ପାଣିପାଗ ଉପରେ ନିର୍ଭର କରେ।