IND vs ENG: ସ୍ପିନରଙ୍କ ଚାଲିବୁ ଯାଦୁ ନାଁ ବ୍ୟାଟର କରିବେ ରନ୍ ବର୍ଷା, ଜାଣନ୍ତୁ ଗୁଏନାର ପୂରା ପିଚ୍ ରିପୋର୍ଟ
ଗୁଏନା: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୪ ସେମିଫାଇନାଲ ମୁକାବିଲା ଜୁନ୍ ୨୭ରେ ଗୁଏନାରେ ଖେଳାଯିବ । ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ପାଇଁ ସବୁ କ୍ରିକେଟ୍ ପ୍ରେମୀଙ୍କ ନଜର ଗୁଏନାର ପିଚ୍ ଉପରେ ରହିଛି । କାରଣ ଏବେ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟରେ ଯେତେ ମଧ୍ୟ ମ୍ୟାଚ୍ ଖେଳାଯାଇଛି, ସେଥିରେ ପିଚ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ଏବଂ ଇଂଲଣ୍ଡ ଏହି ଟୁର୍ଣ୍ଣାମେଣ୍ଟରେ ଜଦରଦସ୍ତ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ଟିମ୍ ଇଣ୍ଡିଆ ନିଜର ସବୁ ମୁକାବିଲା ଜିତି ସେମିଫାଇନାଲ ଟିକଟ ପକ୍କା କରିଛି । ଅନ୍ୟପଟେ ଇଂଲଣ୍ଡ ଦୁଇଟି ମ୍ୟାଚ୍ ହାରି ସେମିକୁ ଆସିଛି । ଏହାସତ୍ତ୍ୱେ ଡିଫେଣ୍ଡିଂ ଚାମ୍ପିୟନକୁ ଭାରତୀୟ ଟିମ୍ ହାଲୁକାରେ ନେବାରେ ଭୁଲ କରିବ ନାହିଁ ।ଗୁଏନା ପ୍ରୋଭିଡେନ୍ସି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପିଚ୍କୁ ଦେଖିଲେ ଏହା ସ୍ପିନରଙ୍କ ପାଇଁ ଲାଭ ଦେଇଥାଏ । ଏପରିସ୍ଥଳେ ଭାରତୀୟ ଟିମ୍ ପାଇଁ କୂଳଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲର ସ୍ପିନ୍ ଲାଭ ଦେଇପାରେ । ଅନ୍ୟପଟେ ଇଂଲଣ୍ଡ ପାଖରେ ମୋଇନ ଅଲି ଏବଂ ଆଦିଲ ରସିଦଙ୍କ ରୂପେ ଦୁଇ ଜଣ ଭଲ ସ୍ପିନର ଅଛନ୍ତି । ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏବେ ସୁଦ୍ଧା ୩୪ଟି ଟି-୨୦ ମୁକାବିଲା ଖେଳାଯାଇଛି । ଯେଉଁଥିରୁ ୧୬ ଥର ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ମ୍ୟାଚ୍ ଜିତିଥିବା ବେଳେ ଲକ୍ଷ୍ୟ ପିଛ
ଗୁଏନା: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୪ ସେମିଫାଇନାଲ ମୁକାବିଲା ଜୁନ୍ ୨୭ରେ ଗୁଏନାରେ ଖେଳାଯିବ । ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ପାଇଁ ସବୁ କ୍ରିକେଟ୍ ପ୍ରେମୀଙ୍କ ନଜର ଗୁଏନାର ପିଚ୍ ଉପରେ ରହିଛି । କାରଣ ଏବେ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟରେ ଯେତେ ମଧ୍ୟ ମ୍ୟାଚ୍ ଖେଳାଯାଇଛି, ସେଥିରେ ପିଚ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ଏବଂ ଇଂଲଣ୍ଡ ଏହି ଟୁର୍ଣ୍ଣାମେଣ୍ଟରେ ଜଦରଦସ୍ତ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ଟିମ୍ ଇଣ୍ଡିଆ ନିଜର ସବୁ ମୁକାବିଲା ଜିତି ସେମିଫାଇନାଲ ଟିକଟ ପକ୍କା କରିଛି । ଅନ୍ୟପଟେ ଇଂଲଣ୍ଡ ଦୁଇଟି ମ୍ୟାଚ୍ ହାରି ସେମିକୁ ଆସିଛି । ଏହାସତ୍ତ୍ୱେ ଡିଫେଣ୍ଡିଂ ଚାମ୍ପିୟନକୁ ଭାରତୀୟ ଟିମ୍ ହାଲୁକାରେ ନେବାରେ ଭୁଲ କରିବ ନାହିଁ ।
ଗୁଏନା ପ୍ରୋଭିଡେନ୍ସି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପିଚ୍କୁ ଦେଖିଲେ ଏହା ସ୍ପିନରଙ୍କ ପାଇଁ ଲାଭ ଦେଇଥାଏ । ଏପରିସ୍ଥଳେ ଭାରତୀୟ ଟିମ୍ ପାଇଁ କୂଳଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲର ସ୍ପିନ୍ ଲାଭ ଦେଇପାରେ । ଅନ୍ୟପଟେ ଇଂଲଣ୍ଡ ପାଖରେ ମୋଇନ ଅଲି ଏବଂ ଆଦିଲ ରସିଦଙ୍କ ରୂପେ ଦୁଇ ଜଣ ଭଲ ସ୍ପିନର ଅଛନ୍ତି । ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏବେ ସୁଦ୍ଧା ୩୪ଟି ଟି-୨୦ ମୁକାବିଲା ଖେଳାଯାଇଛି । ଯେଉଁଥିରୁ ୧୬ ଥର ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ମ୍ୟାଚ୍ ଜିତିଥିବା ବେଳେ ଲକ୍ଷ୍ୟ ପିଛା କରିଥିବା ଟିମ୍ ୧୪ ଥର ବିଜୟୀ ହୋଇଛି । ସେହିପରି ଏହି ପିଚରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୨୭ ରନ୍ ଏବଂ ଦ୍ୱିତୀୟ ପାଳିରେ ହାରାହାରି ସ୍କୋର କେବଳ ୯୫ ରନ୍ ରହିଛି ।
ଭାରତୀୟ ଟିମ୍ ଗୁଏନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏବେ ସୁଦ୍ଧା ୩ଟି ଟି-୨୦ ମୁକାବିଲା ଖେଳିଛି । ସବୁ ମ୍ୟାଚରେ ବିପକ୍ଷ ଟିମ୍ ୱେଷ୍ଟଇଣ୍ଡିଜ୍ ଥିଲା । ଟିମ୍ ଇଣ୍ଡିଆ ଏଠାରେ ୨ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏରେ ପରାଜିତ ହୋଇଛି । ଅନ୍ୟପଟେ ଏହି ପିଚ୍ରେ ଇଂଲଣ୍ଡ ଟିମ୍ କେବଳ ୨ଟି ଟି-୨୦ ମ୍ୟାଚ୍ ଖେଳିଛି ।