IND vs PAK: ହଠାତ୍ ମଇଦାନ ବାହାରକୁ ଚାଲିଗଲେ ମହମ୍ମଦ ଶାମି, ଚିନ୍ତାରେ ପ୍ରଶଂସକ
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଖେଳାଯାଉଥିବା ଏହି ମୁକାବିଲାରେ ମହମ୍ମଦ ଶାମି ହଠାତ୍ ମଇଦାନ ବାହାରକୁ ଚାଲିଯାଇଛନ୍ତି। ତାଙ୍କ ପାଦରେ କିଛି ସମସ୍ୟା ଥିବା ମନେ ହେଉଛି। ଏଣୁ ତାଙ୍କ ଆଘାତ ପୁନର୍ବାର ଦେଖାଦେଇଥାଇପାରେ ବୋଲି ଆଶଙ୍କା କରାଯାଉଛି, ଯାହାକି ଟିମ୍ ଇଣ୍ଡିଆ ପାଇଁ ଭଲ ଖବର ନୁହେଁ। ତାଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦର ମଇଦାନକୁ ଆସିଛନ୍ତି। କହିରଖୁଛୁ, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଟସ୍ରେ ପାକିସ୍ତାନ ଜିତି ପ୍ରଥମେ […] The post IND vs PAK: ହଠାତ୍ ମଇଦାନ ବାହାରକୁ ଚାଲିଗଲେ ମହମ୍ମଦ ଶାମି, ଚିନ୍ତାରେ ପ୍ରଶଂସକ appeared first on Dharitri Odia News.
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଖେଳାଯାଉଥିବା ଏହି ମୁକାବିଲାରେ ମହମ୍ମଦ ଶାମି ହଠାତ୍ ମଇଦାନ ବାହାରକୁ ଚାଲିଯାଇଛନ୍ତି। ତାଙ୍କ ପାଦରେ କିଛି ସମସ୍ୟା ଥିବା ମନେ ହେଉଛି। ଏଣୁ ତାଙ୍କ ଆଘାତ ପୁନର୍ବାର ଦେଖାଦେଇଥାଇପାରେ ବୋଲି ଆଶଙ୍କା କରାଯାଉଛି, ଯାହାକି ଟିମ୍ ଇଣ୍ଡିଆ ପାଇଁ ଭଲ ଖବର ନୁହେଁ। ତାଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦର ମଇଦାନକୁ ଆସିଛନ୍ତି।
କହିରଖୁଛୁ, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଟସ୍ରେ ପାକିସ୍ତାନ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଉଭୟ ଦଳର ଅଧିନାୟକ ସେମାନଙ୍କର ପ୍ଲେଇଂ ଇଲେଭେନ ଘୋଷଣା କରିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ତାଙ୍କ ଦଳରେ ଗୋଟିଏ ପରିବର୍ତ୍ତନ ଘୋଷଣା କରିଛନ୍ତି। ଫଖର ଜମାନ ଆହତ ଥିବା ଯୋଗୁ ବାଦ ପଡ଼ିବା ପରେ ଇମାମ ଉଲ ହକଙ୍କୁ ପାକିସ୍ତାନ ଦଳରେ ନିଆଯାଇଛି।
ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ଉଭୟଙ୍କ ଦ୍ୱିତୀୟ ମ୍ୟାଚ। ପାକିସ୍ତାନ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ରେ ୬୦ ରନ୍ରେ ପରାସ୍ତ ହୋଇଛି। ଅପରପକ୍ଷେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୬ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ପାକିସ୍ତାନ ଆଜି ହାରିଯାଏ, ତେବେ ଟୁର୍ନାମେଣ୍ଟରେ ଆଗକୁ ବଢ଼ିବାର ଦ୍ୱାର ଦଳ ପାଇଁ ବନ୍ଦ ହୋଇଯିବ। ସେହିଭଳି ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହିଁବ।
The post IND vs PAK: ହଠାତ୍ ମଇଦାନ ବାହାରକୁ ଚାଲିଗଲେ ମହମ୍ମଦ ଶାମି, ଚିନ୍ତାରେ ପ୍ରଶଂସକ appeared first on Dharitri Odia News.