Independence Day 2024: ଚଳିତ ବର୍ଷ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଆମ ଦେଶ ; ୭୭ ନା ୭୮…

ଆଜି ଦେଶ ସ୍ୱାଧୀନ ହେବାର କେତେ ବର୍ଷ ହୋଇଗଲା ଅର୍ଥାତ୍ ଚଳିତ ବର୍ଷ ଭାରତରେ ସ୍ୱାଧୀନତା ଦିବସର କେତେ ତମ ବାର୍ଷିକୀ ପାଳନ କରାଯାଉଛି ଓ ଏହାର ଥିମ୍‌ କ’ଣ ଆସନ୍ତୁ ଜାଣିବା।

Independence Day 2024: ଚଳିତ ବର୍ଷ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଆମ ଦେଶ ; ୭୭ ନା ୭୮…

ଆଜି ଦେଶର ସ୍ୱାଧୀନତା ଦିବସ ଅର୍ଥାତ୍ ଜାତୀୟ ମହୋତ୍ସବ। ପ୍ରତିବର୍ଷ ୧୫ ଅଗଷ୍ଟକୁ ସାରା ଭାରତରେ ‘ସ୍ୱାଧୀନତା ଦିବସ’ ଭାବରେ ପାଳନ କରାଯାଏ। ବହୁ ଦଶନ୍ଧି ଧରି ଭାରତ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଏବଂ ବ୍ରିଟିଶ ସରକାର ଦ୍ୱାରା ଶାସିତ ହୋଇଥିଲା। ଭାରତୀୟମାନେ ନିଜ ମାଟିରେ ଦାସର ଜୀବନ ବିତାଉଥିଲେ।

India celebrate independence day
ସ୍ୱାଧୀନତା ଦିବସ ପାଳନର ଏକ ଦୃଶ୍ୟ

ଏହାକୁ କିନ୍ତୁ ନ ମାନି ଭାରତୀୟମାନେ ଦାସତ୍ୱର ଶିକୁଳି ଭାଙ୍ଗି ବିପ୍ଳବ ଏବଂ ଆନ୍ଦୋଳନ କରିଥିଲେ, ଯେଉଁଥିପାଇଁ ବ୍ରିଟିଶରମାନଙ୍କୁ ପରାଜୟ ବରଣ କରି ଦେଶ ଛାଡ଼ିବାକୁ ପଡ଼ିଲା। ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହେଲା। ଲାଲ୍ କିଲାରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଜାୟୀୟ ପତାକା ଉତ୍ତୋଳନ କରି ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଥିଲେ। ସେବେଠାରୁ ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସର ପର୍ବ ପାଳନ କରାଯାଉଛି।

ତେବେ ଆଜି ଦେଶ ସ୍ୱାଧୀନ ହେବାର କେତେ ବର୍ଷ ହୋଇଗଲା ଅର୍ଥାତ୍ ଚଳିତ ବର୍ଷ ଭାରତରେ ସ୍ୱାଧୀନତା ଦିବସର କେଉଁ ବାର୍ଷିକୀ ପାଳନ କରାହେଉଛି ଓ ଏହାର ଥିମ୍‌ କ’ଣ ଆସନ୍ତୁ ଜାଣିବା।

ସ୍ୱାଧୀନତା ଦିବସ ୨୦୨୪ର ବାର୍ଷିକୀ:

ସ୍ୱାଧୀନତା ପାଇଁ ଦୀର୍ଘ ଦୂରତା ଅତିକ୍ରମ କରିଥିବା ବିପ୍ଳବୀ ତଥା ନେତାମାନଙ୍କର ସଂଗ୍ରାମର ଫଳ ମିଳିଲା ଏବଂ ୧୯୪୭ ମସିହାରେ ଦେଶକୁ ମୁକ୍ତ କରାଯାଇଥିଲା। ପୂର୍ବରୁ ଭାରତ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ପାଳନ କରିଥିଲା।

ତେବେ ଏଥର ଲୋକମାନେ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି କି ୭୮ତମ ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଯଦି ଆମେ ସ୍ୱାଧୀନତା ତାରିଖ ଅର୍ଥାତ୍ ୧୫ ଅଗଷ୍ଟ ୧୯୪୭ରୁ ଗଣନା କରିବା, ତେବେ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ବିତିଗଲାଣି। ଏହି ଆଧାରରେ ଭାରତ ୨୦୨୪ରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି।

 India celebrate independence day
ସ୍ୱାଧୀନତା ଦିବସ ପାଳନ ବେଳେ ଉତ୍ସାହିତ ସ୍କୁଲ ପିଲା

ଚଳିତ ବର୍ଷର ଥିମ୍:

ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଦେଶ ସ୍ୱାଧୀନତା ଦିବସକୁ ପାଳନ କରେ। ଚଳିତ ବର୍ଷର ଥିମ୍ ହେଉଛି 'ବିକଶିତ ଭାରତ'। ଏହି ଥିମ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସରକାରଙ୍କ ଦୂରଦୃଷ୍ଟିର ପ୍ରତୀକ ଅଟେ। ଏହି ଥିମ୍ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରେ।