India vs England: ମହଙ୍ଗା ପଡ଼ିଲା ଟିକେଟ କଳାବଜାରୀ: ୭ ଅଭିଯୁକ୍ତ ଗିରଫ
କଟକ,୭ା୨: ୯ରେ ବାରବାଟୀ ଲଢ଼େଇ। ଏନେଇ ଶୁକ୍ରବାର ସାରେ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ପରେ ସେମାନେ ମେ’ଫେୟାର ହୋଟେଲକୁ ଯାଇ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ସହ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳିସ୍ଥିତିରେ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଟିକେଟ କଳାବଜାରୀ ଅଭିଯୋଗରେ ପୋଲିସ ୭ଜଣଙ୍କୁ ଗିରଫ କରିଛି। ୪ଟି ମାମଲାରେ ୭ ଜଣଙ୍କୁ […] The post India vs England: ମହଙ୍ଗା ପଡ଼ିଲା ଟିକେଟ କଳାବଜାରୀ: ୭ ଅଭିଯୁକ୍ତ ଗିରଫ appeared first on Dharitri Odia News.
କଟକ,୭ା୨: ୯ରେ ବାରବାଟୀ ଲଢ଼େଇ। ଏନେଇ ଶୁକ୍ରବାର ସାରେ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ପରେ ସେମାନେ ମେ’ଫେୟାର ହୋଟେଲକୁ ଯାଇ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ସହ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳିସ୍ଥିତିରେ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଟିକେଟ କଳାବଜାରୀ ଅଭିଯୋଗରେ ପୋଲିସ ୭ଜଣଙ୍କୁ ଗିରଫ କରିଛି।
୪ଟି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୨୫ଟି ଟିକେଟ ସହ ୩୦ ହଜାର ଟଙ୍କା ଜବତ କରିଛି। ଏନେଇ ଦରଘାବଜାର ଥାନାରେ ହୋଇଥିବା ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ କ୍ୟାଣ୍ଟନମେଣ୍ଟ ଥାନାରେ ହୋଇଥିବା ୩ ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
The post India vs England: ମହଙ୍ଗା ପଡ଼ିଲା ଟିକେଟ କଳାବଜାରୀ: ୭ ଅଭିଯୁକ୍ତ ଗିରଫ appeared first on Dharitri Odia News.