୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ:ନୀତି ଆୟୋଗର ପୂର୍ବତନ ସିଇଓଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨ା୫:ଭାରତ ୨୦୨୫ ସୁଦ୍ଧା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି। ଭାରତର ଜି-୨୦ ଶେର୍ପା ଥିବା ଅମିତାଭ ବିଭିନ୍ନ ସକାରାତ୍ମକ ମାକ୍ରୋ ଅର୍ଥନୀତି ସୂଚକାଙ୍କ ଆଧାରରେ ଏହା କହିଛନ୍ତି। ବିଶ୍ୱ ଅର୍ଥନୀତିରେ ଆମେରିକା, ଚାଇନା, ଜର୍ମାନୀ ଓ ଜାପାନ ପରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ୨୦୨୨ରେ ଏହା ବ୍ରିଟେନ୍ ଅର୍ଥନୀତିକୁ ପଛରେ ପକାଇଥିଲା। ଭାରତର ଆର୍ଥତ୍କ […] The post ୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ:ନୀତି ଆୟୋଗର ପୂର୍ବତନ ସିଇଓଙ୍କ ଭବିଷ୍ୟବାଣୀ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୫:ଭାରତ ୨୦୨୫ ସୁଦ୍ଧା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି। ଭାରତର ଜି-୨୦ ଶେର୍ପା ଥିବା ଅମିତାଭ ବିଭିନ୍ନ ସକାରାତ୍ମକ ମାକ୍ରୋ ଅର୍ଥନୀତି ସୂଚକାଙ୍କ ଆଧାରରେ ଏହା କହିଛନ୍ତି। ବିଶ୍ୱ ଅର୍ଥନୀତିରେ ଆମେରିକା, ଚାଇନା, ଜର୍ମାନୀ ଓ ଜାପାନ ପରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ୨୦୨୨ରେ ଏହା ବ୍ରିଟେନ୍ ଅର୍ଥନୀତିକୁ ପଛରେ ପକାଇଥିଲା।
ଭାରତର ଆର୍ଥତ୍କ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଆସିଛି। ୧୦ ବର୍ଷ ପୂର୍ବେ ଭାରତର ଜିଡିପି ୧୧ତମ ସ୍ଥାନରେ ରହିଥିଲା। ଏବେ ଦେଶର ଜିଡିପି ପରିମାଣ ୩.୭ ଟ୍ରିଲିୟନ ଡଲାରରେ ପହଞ୍ଚତ୍ଛି। ୨୦୧୩ରେ ଭାରତ ୫ କମ୍ଜୋର ଅର୍ଥ ବ୍ୟବସ୍ଥା ମଧ୍ୟରେ ଥିଲାବେଳେ ୨୦୨୪ରେ ଏହା ଶୀର୍ଷ ୫ ଅର୍ଥନୀତି ମଧ୍ୟରେ ରହିଛି। ରେକର୍ଡ ପରିମାଣର ଜିଏସ୍ଟି ସଂଗ୍ରହ, ଗତ ୩ଟି ତ୍ରୈମାସିକରେ ୮ ପ୍ରତିଶତରୁ ଅଧିକ ଜିଡିପି ଅଭିବୃଦ୍ଧି, ୨୭ଟି ଦେଶ ସହ ଭାରତୀୟ ମୁଦ୍ରାରେ କାରବାର ଏବଂ ଦେଶର ମୁଦ୍ରାସ୍ଫୀତି ସ୍ତର ନିୟନ୍ତ୍ରଣାଯୋଗ୍ୟ ସ୍ତରରେ ରହିଥିବାରୁ ଏହି ସଫଳତା ମିଳିପାରିଛି।
The post ୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ:ନୀତି ଆୟୋଗର ପୂର୍ବତନ ସିଇଓଙ୍କ ଭବିଷ୍ୟବାଣୀ appeared first on Dharitri Odia News.