ରୋହିତ, ଶୁବମନଙ୍କ ଶତକ: ଦୃଢ ସ୍ଥିତିରେ ଭାରତ
ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି। କୁଲଦୀପ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍ ଜାଲରେ ଫସି ଇଂଲଣ୍ଡ ୨୧୮ ରନ୍ରେ ପ୍ରଥମ ଇନିଂସରେ ଅଲ୍ଆଉଟ ହୋଇଯାଇଥିଲା। ହେଲେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୧ ଉଇକେଟ ବିନିମୟରେ ୧୩୫ ରନ୍ କରିଥିଲା। ଅଧିନାୟକ ରୋହିତ ଶର୍ମା ୫୨ ଓ ଶୁବମନ ଗିଲ୍ ୨୬ ରନ୍ କରି […] The post ରୋହିତ, ଶୁବମନଙ୍କ ଶତକ: ଦୃଢ ସ୍ଥିତିରେ ଭାରତ appeared first on Dharitri Odia News.
ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି। କୁଲଦୀପ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍ ଜାଲରେ ଫସି ଇଂଲଣ୍ଡ ୨୧୮ ରନ୍ରେ ପ୍ରଥମ ଇନିଂସରେ ଅଲ୍ଆଉଟ ହୋଇଯାଇଥିଲା। ହେଲେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୧ ଉଇକେଟ ବିନିମୟରେ ୧୩୫ ରନ୍ କରିଥିଲା।
ଅଧିନାୟକ ରୋହିତ ଶର୍ମା ୫୨ ଓ ଶୁବମନ ଗିଲ୍ ୨୬ ରନ୍ କରି କ୍ରିଜ୍ରେ ରହିଥିଲେ। ଦ୍ୱିତୀୟ ଦିନ ଖେଳା ଆରମ୍ଭରୁ ରୋହିତ ଏବଂ ଶୁବମନ ଧୈର୍ଯ୍ୟର ସହ ଖେଳି ଦଳକୁ ଆଗକୁ ନେଇଥିଲେ। ଦୁହିଁଙ୍କ ୧୭୧ ରନ୍ର ଭାଗିଦାରୀ ହୋଇଥିଲା। ଶୁବମନ ୧୧୦ ରନ୍ରେ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ରୋହିତ ମଧ୍ୟ ୧୦୩ କରି ଆଉଟ ହୋଇଛନ୍ତି। ମଧ୍ୟାହ୍ନଭୋଜନ ଖେଳ ସୁଦ୍ଧା ଭାରତ ୩ ଉଇକେଟ ହରାଇ ୩୦୧ ରନ୍ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ୍ କରିଥିଲା। ଏହି ପରିସ୍ଥିତିରେ ଭାରତ ୮୩ ରନ୍ ଆଗରେ ରହିଛି।
The post ରୋହିତ, ଶୁବମନଙ୍କ ଶତକ: ଦୃଢ ସ୍ଥିତିରେ ଭାରତ appeared first on Dharitri Odia News.