ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲରଙ୍କୁ ମିଳିଲା ନୂଆ ଟିମ୍, ୭ ଗୁଣା ଦାମ୍ ଦେଇ କିଣିଲା…
ଦୁବାଇ,୨୪।୧୧: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲରଙ୍କୁ ନୂଆ ଟିମ୍ ମିଳିଛି। ତାଙ୍କର ବେସ୍ ପ୍ରାଇସ୍ ଦେଢ଼ କୋଟି ଟଙ୍କା ଥିଲା। ଏହି ଖେଳାଳିଙ୍କୁ ୭ ଗୁଣା ଅଧିକ ଟଙ୍କା ଦେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣିଛି। ୭.୫୦ କୋଟି ଟଙ୍କାରେ ତାଙ୍କୁ କିଣାଯାଇଛି। ୨୦୨୨ରେ ମିଲରଙ୍କୁ ଗୁଜରାଟ ଟାଇଟନ୍ସ ନିଲାମରେ କିଣିଥିଲା। ଲଗାତାର ୩ ସିଜନ ଲାଗି ସେ ଦଳରେ ଥିଲେ। ଚଳିତ ଥର ଦଳ କେବଳ ଭାରତୀୟ ଖେଳାଳିଙ୍କୁ ରିଟେନ କରିଥିବାରୁ ତାଙ୍କୁ […] The post ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲରଙ୍କୁ ମିଳିଲା ନୂଆ ଟିମ୍, ୭ ଗୁଣା ଦାମ୍ ଦେଇ କିଣିଲା… appeared first on Dharitri Odia News.
ଦୁବାଇ,୨୪।୧୧: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲରଙ୍କୁ ନୂଆ ଟିମ୍ ମିଳିଛି। ତାଙ୍କର ବେସ୍ ପ୍ରାଇସ୍ ଦେଢ଼ କୋଟି ଟଙ୍କା ଥିଲା। ଏହି ଖେଳାଳିଙ୍କୁ ୭ ଗୁଣା ଅଧିକ ଟଙ୍କା ଦେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣିଛି। ୭.୫୦ କୋଟି ଟଙ୍କାରେ ତାଙ୍କୁ କିଣାଯାଇଛି।
୨୦୨୨ରେ ମିଲରଙ୍କୁ ଗୁଜରାଟ ଟାଇଟନ୍ସ ନିଲାମରେ କିଣିଥିଲା। ଲଗାତାର ୩ ସିଜନ ଲାଗି ସେ ଦଳରେ ଥିଲେ। ଚଳିତ ଥର ଦଳ କେବଳ ଭାରତୀୟ ଖେଳାଳିଙ୍କୁ ରିଟେନ କରିଥିବାରୁ ତାଙ୍କୁ ରିଲିଜ କରିବାକୁ ପଡ଼ିଥିଲା। ଶେଷରେ ଲକ୍ଷ୍ନୌ ତାଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି।
କହିରଖୁଛୁ, ବହୁ ପ୍ରତିକ୍ଷିତ ଆଇପିଏଲ୍ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅକ୍ସନରେ ମୋଟ ୧୦ ଟିମ୍ ଭାଗ ନେଉଥିବା ବେଳେ ଖର୍ଚ୍ଚ କରିବାକୁ ୬୪୧ କୋଟି ଟଙ୍କା ରହିଛି।
The post ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲରଙ୍କୁ ମିଳିଲା ନୂଆ ଟିମ୍, ୭ ଗୁଣା ଦାମ୍ ଦେଇ କିଣିଲା… appeared first on Dharitri Odia News.