୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ
ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗଁାର ଜଣେ ମହିଳା ଅସୁସ୍ଥ ହୋଇପଡିଥିବା ନେଇ ୧୦୮କୁ ଫୋନ ଆସିଥିଲା। ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ଅସୁସ୍ଥ ମହିଳାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ଯାଇ ଥିଲେ। ହେଲେ ରାସ୍ତାରେ ଗଛ ପଡିଯାଇଥିବାରୁ ଗାଡ଼ି ଘର ପାଖକୁ ଯାଇପାରି ନ ଥିଲା। ଡ୍ରାଇଭର ମାନସ ସମ୍ପୃକ୍ତା ମହିଳାଙ୍କୁ ଦୁଇହାତରେ […] The post ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ appeared first on Dharitri Odia News.
ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗଁାର ଜଣେ ମହିଳା ଅସୁସ୍ଥ ହୋଇପଡିଥିବା ନେଇ ୧୦୮କୁ ଫୋନ ଆସିଥିଲା। ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ଅସୁସ୍ଥ ମହିଳାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ଯାଇ ଥିଲେ। ହେଲେ ରାସ୍ତାରେ ଗଛ ପଡିଯାଇଥିବାରୁ ଗାଡ଼ି ଘର ପାଖକୁ ଯାଇପାରି ନ ଥିଲା। ଡ୍ରାଇଭର ମାନସ ସମ୍ପୃକ୍ତା ମହିଳାଙ୍କୁ ଦୁଇହାତରେ ଟେକି କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଯାଏ ଆଣିଥିଲେ। ଏହାପରେ ଆମ୍ବୁଲାନ୍ସରେ ମହିଳାଙ୍କୁ ଆଣି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଥିଲେ। ଠିକ୍ ସମୟରେ ମହିଳା ଜଣଙ୍କ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ବା ଯୋଗୁ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାନସ ମହିଳାଙ୍କୁ ବୋହି ଆଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଟେଲିଫୋନରେ ମାନସଙ୍କ ସହ କଥା ହୋଇ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।
The post ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ appeared first on Dharitri Odia News.