୧୯୮୪ ଶିଖ୍ ଦଙ୍ଗା ପାଇଁ ଜିମା ନେବାକୁ ରାହୁଲ ଗାନ୍ଧି ପ୍ରସ୍ତୁତ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୪।୫: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ୧୯୮୪ ଶିଖ ବିରୋଧୀ ଦଙ୍ଗା ଲାଗି କଂଗ୍ରେସର ତ୍ରୁଟି ସ୍ୱୀକାର କରି କହିଛନ୍ତି ଯେ ପାର୍ଟି ଇତିହାସରେ ହୋଇଥିବା ସମସ୍ତ ଭୁଲ ପାଇଁ ଜିମା ନେବାକୁ ପ୍ରସ୍ତୁତ। ଯଦିଓ ଏହି ଘଟଣା ସବୁ ରାହୁଲ ରାଜନୀତିକୁ ଆସିବା ପୂର୍ବରୁ ହୋଇଥିଲା ତେବେ ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଏହି ସ୍ୱୀକାରୋକ୍ତି କରିଛନ୍ତି। ସେ ଏହି ବୟାନ ୱାଟସନ ଇନିଷ୍ଟେଚ୍ୟୁଟ୍ ଫର ଇଣ୍ଟରନ୍ୟାସନାଲ ଆଣ୍ଡ ପବ୍ଲିକ୍ ଆଫାୟାର୍ସରେ ଅନୁଷ୍ଠିତ ଅଧିବେଶନ କାଳରେ ଦେଇଛନ୍ତି। ଜନୈକ ଶିଖ୍ ଯୁବକଙ୍କ ଶାଣିତ ପ୍ରଶ୍ନର ଜବାବ ରଖି ସେ କହିଛନ୍ତି ଯେ ସେତେବେଳେ ଅନେକ ଭୁଲ ହୋଇଥିଲା ଯେତେବେଳେ ମୁଁ ରାଜନୀତିରେ ନଥିଲି, ତେବେ କଂଗ୍ରେସ ପାର୍ଟି ଦ୍ୱାରା ଅତୀତରେ ହୋଇଥିବା ସମସ୍ତ ଭୁଲ ପାଇଁ ମୁଁ ଦାୟି ହେବାକୁ ପ୍ରସ୍ତୁତ। ରାହୁଲ ଗାନ୍ଧି କହିଛନ୍ତି ଯେ ମୁଁ ସାର୍ବଜନିକ ଭାବେ କହୁଛି ୧୯୮୪ରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ଏକ ଭୁଲ ଥିଲା। ମୁଁ ଅନେକ ଥର ସ୍ୱର୍ଣ୍ଣମନ୍ଦିର ଯାଇଛି ଓ ଶିଖ ସମୂଦାୟ ସହିତ ମୋର ସମ୍ପର୍କ ଘନିଷ୍ଠ। 1984 का सिख नरसंहार… एक ऐसा काला अध्याय जिसे कोई सिख कभी भूल नहीं सकता।कांग्रेस और गांधी परिवार की शह पर 8000 से ज़्यादा सिखों को दिल्ली की सड़कों पर ज़िंदा जला दिया गया। गुरु घरों में बेअदबी हुई, माताओं की

୧୯୮୪ ଶିଖ୍ ଦଙ୍ଗା ପାଇଁ ଜିମା ନେବାକୁ ରାହୁଲ ଗାନ୍ଧି ପ୍ରସ୍ତୁତ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୪।୫: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ୧୯୮୪ ଶିଖ ବିରୋଧୀ ଦଙ୍ଗା ଲାଗି କଂଗ୍ରେସର ତ୍ରୁଟି ସ୍ୱୀକାର କରି କହିଛନ୍ତି ଯେ ପାର୍ଟି ଇତିହାସରେ ହୋଇଥିବା ସମସ୍ତ ଭୁଲ ପାଇଁ ଜିମା ନେବାକୁ ପ୍ରସ୍ତୁତ। ଯଦିଓ ଏହି ଘଟଣା ସବୁ ରାହୁଲ ରାଜନୀତିକୁ ଆସିବା ପୂର୍ବରୁ ହୋଇଥିଲା ତେବେ ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଏହି ସ୍ୱୀକାରୋକ୍ତି କରିଛନ୍ତି। ସେ ଏହି ବୟାନ ୱାଟସନ ଇନିଷ୍ଟେଚ୍ୟୁଟ୍ ଫର ଇଣ୍ଟରନ୍ୟାସନାଲ ଆଣ୍ଡ ପବ୍ଲିକ୍ ଆଫାୟାର୍ସରେ ଅନୁଷ୍ଠିତ ଅଧିବେଶନ କାଳରେ ଦେଇଛନ୍ତି। 

ଜନୈକ ଶିଖ୍ ଯୁବକଙ୍କ ଶାଣିତ ପ୍ରଶ୍ନର ଜବାବ ରଖି ସେ କହିଛନ୍ତି ଯେ ସେତେବେଳେ ଅନେକ ଭୁଲ ହୋଇଥିଲା ଯେତେବେଳେ ମୁଁ ରାଜନୀତିରେ ନଥିଲି, ତେବେ କଂଗ୍ରେସ ପାର୍ଟି ଦ୍ୱାରା ଅତୀତରେ ହୋଇଥିବା ସମସ୍ତ ଭୁଲ ପାଇଁ ମୁଁ ଦାୟି ହେବାକୁ ପ୍ରସ୍ତୁତ। ରାହୁଲ ଗାନ୍ଧି କହିଛନ୍ତି ଯେ ମୁଁ ସାର୍ବଜନିକ ଭାବେ କହୁଛି ୧୯୮୪ରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ଏକ ଭୁଲ ଥିଲା। ମୁଁ ଅନେକ ଥର ସ୍ୱର୍ଣ୍ଣମନ୍ଦିର ଯାଇଛି ଓ ଶିଖ ସମୂଦାୟ ସହିତ ମୋର ସମ୍ପର୍କ ଘନିଷ୍ଠ। 


ତେବେ ରାହୁଲ କହିଛନ୍ତି ଯେ ଦେଶରେ ବିଜେପି ଶାସନ କାଳରେ ଧାର୍ମିକ ସ୍ୱାଧୀନତାକୁ ନେଇ ଯେଉଁ ଡର ରହିଛି ତାହା ବାସ୍ତବିକ। ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ଦେଇଛି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧି ନା କେବଳ ଦେଶରେ ବରଂ ସାରା ବିଶ୍ୱରେ ଏବେ ପରିହାସର ପାତ୍ର ପାଲଟିସାରିଲେଣି। ଏଥିରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ ‘ଏହା ଶିଖ ମାନଙ୍କ ଯନ୍ତ୍ରଣା ଓ ଆକ୍ରୋଶର ଅଭିବ୍ୟକ୍ତି ଥିଲା’। 


ଏଥିରେ ବିଜେପି ମୁଖପାତ୍ର ଆର.ପି. ସିଂହ କହିଛନ୍ତି ଯେ ‘ଯଦି ରାହୁଲ ଗାନ୍ଧି ସତରେ ଏଥି ପାଇଁ ଅନୁତପ୍ତ ତେବେ ସେ ତତ୍କାଳ ସଜ୍ଜନ କୁମାର, ଜଗଦ୍ଦୀଶ ଟାଇଟଲର ଓ କମଲ ନାଥଙ୍କୁ ଦଳରୁ ବହିଷ୍କାର କରନ୍ତୁ’। ଉଲ୍ଲେଖଯୋଗ୍ୟ ଯେ ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଶିଖ୍ ଦେହରକ୍ଷୀ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ଶିଖ ସମ୍ପ୍ରଦାୟ ବିରୋଧରେ ସାରା ଦେଶରେ ଆକ୍ରୋଶ ଦେଖା ଦେଇଥିବା ବେଳେ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଏଥି ପାଇଁ ୨୦୧୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ସଂସଦରେ ଶିଖ ସମୂଦାୟଙ୍କ ନିକଟରେ କ୍ଷମାଯାଚନା କରିଥିଲେ।