Indigoକୁ ଆଉ ୩ ମାସ ସମୟ ଦେଲେ DGCA, କହିଲେ-ତୁର୍କି ସହ ସମାପ୍ତ କର ଡିଲ
ନୂଆଦିଲ୍ଲୀ ୩୦।୫: ଭାରତ ସରକାର ଦେଶର ସବୁଠୁ ବଡ଼ ଘରୋଇ ଏୟାରଲାଇନ ଇଣ୍ଡିଗୋକୁ ତୁର୍କି ଏୟାରଲାଇନ୍ସ ସହିତ ବିମାନ ଲିଜ୍ ବୁଝାମଣା ସମାପ୍ତ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତ ଓ ତୁର୍କି ମଧ୍ୟରେ ବଢୁଥିବା କୂଟନୈତିକ ଉତ୍ତେଜନା ମଧ୍ୟରେ ନିଆଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋକୁ ତୁର୍କି ଏୟାରଲାଇନ୍ସରୁ ଲିଜରେ ନିଆଯାଇଥିବା ଦୁଇଟି ବୋଇଂ ବିମାନ ନିମନ୍ତେ ‘ୱେଟ୍ ଲିଜ ଏଗ୍ରିମେଣ୍ଟ’କୁ ମାତ୍ର ୩ ମାସ ବଢାଇବାକୁ ଅନୁମତି ଦେଇଛନ୍ତି। ତେବେ ଡିଜିସିଏ ଏଥି ପାଇଁ ମଧ୍ୟ ସର୍ତ୍ତ ରଖିଛନ୍ତି। ସର୍ତ୍ତ ଅନୁସାରେ ଏହି ଅବଧି ପରେ ଇଣ୍ଡିଗୋ ଏହି ବୁଝାମଣାକୁ ସମାପ୍ତ କରିଦେବ ଓ ଭବିଷ୍ୟତରେ ଏଥି ପାଇଁ ଅଧିକ ସମ୍ପ୍ରସାରଣ ଦାବି କରିବ ନାହିଁ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଉଡାଣରେ ଅଚାନକ ବ୍ୟବଧାନରୁ ବର୍ତ୍ତିବା ପାଇଁ ୩ ମାସ ସମୟ ଦିଆଯାଇଛି। ନଚେତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ। ତୁର୍କି ଏୟାରଲାଇନ୍ସ ସହିତ ଇଣ୍ଡିଗୋର ଏହି ବୁଝାମଣା ୩୧ ମେ ୨୦୨୫ରେ ସମାପ୍ତ ହେଉଥିଲା। ଡମ୍ପ ଲିଜ ଅନୁସାରେ ତୁର୍କି ଏୟାରଲାଇନ୍ସ ବିମାନ, ପାଇଲଟ ଓ ରକ୍ଷଣାବେକ୍ଷଣା ସୁବିଧା ଦେଉଛି। ତେବେ ବିମାନର କର୍ମଚାରୀ ଇଣ୍ଡିଗୋର । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଡିଜିସିଏ ଦୁଇଟି ବିମାନର ପଟ୍ଟା ଅବଧିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ତେବେ ଏୟ
ନୂଆଦିଲ୍ଲୀ ୩୦।୫: ଭାରତ ସରକାର ଦେଶର ସବୁଠୁ ବଡ଼ ଘରୋଇ ଏୟାରଲାଇନ ଇଣ୍ଡିଗୋକୁ ତୁର୍କି ଏୟାରଲାଇନ୍ସ ସହିତ ବିମାନ ଲିଜ୍ ବୁଝାମଣା ସମାପ୍ତ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତ ଓ ତୁର୍କି ମଧ୍ୟରେ ବଢୁଥିବା କୂଟନୈତିକ ଉତ୍ତେଜନା ମଧ୍ୟରେ ନିଆଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋକୁ ତୁର୍କି ଏୟାରଲାଇନ୍ସରୁ ଲିଜରେ ନିଆଯାଇଥିବା ଦୁଇଟି ବୋଇଂ ବିମାନ ନିମନ୍ତେ ‘ୱେଟ୍ ଲିଜ ଏଗ୍ରିମେଣ୍ଟ’କୁ ମାତ୍ର ୩ ମାସ ବଢାଇବାକୁ ଅନୁମତି ଦେଇଛନ୍ତି।
ତେବେ ଡିଜିସିଏ ଏଥି ପାଇଁ ମଧ୍ୟ ସର୍ତ୍ତ ରଖିଛନ୍ତି। ସର୍ତ୍ତ ଅନୁସାରେ ଏହି ଅବଧି ପରେ ଇଣ୍ଡିଗୋ ଏହି ବୁଝାମଣାକୁ ସମାପ୍ତ କରିଦେବ ଓ ଭବିଷ୍ୟତରେ ଏଥି ପାଇଁ ଅଧିକ ସମ୍ପ୍ରସାରଣ ଦାବି କରିବ ନାହିଁ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଉଡାଣରେ ଅଚାନକ ବ୍ୟବଧାନରୁ ବର୍ତ୍ତିବା ପାଇଁ ୩ ମାସ ସମୟ ଦିଆଯାଇଛି। ନଚେତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ। ତୁର୍କି ଏୟାରଲାଇନ୍ସ ସହିତ ଇଣ୍ଡିଗୋର ଏହି ବୁଝାମଣା ୩୧ ମେ ୨୦୨୫ରେ ସମାପ୍ତ ହେଉଥିଲା।
ଡମ୍ପ ଲିଜ ଅନୁସାରେ ତୁର୍କି ଏୟାରଲାଇନ୍ସ ବିମାନ, ପାଇଲଟ ଓ ରକ୍ଷଣାବେକ୍ଷଣା ସୁବିଧା ଦେଉଛି। ତେବେ ବିମାନର କର୍ମଚାରୀ ଇଣ୍ଡିଗୋର । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଡିଜିସିଏ ଦୁଇଟି ବିମାନର ପଟ୍ଟା ଅବଧିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ତେବେ ଏୟାରଲାଇନ୍ସ ୬ ମାସ ସମ୍ପ୍ରସାରଣ ନିମନ୍ତେ ନିବେଦନ କରିଥିଲା। ଇଣ୍ଡିଗୋ ସିଇଓ ପିଟର ଏଲବର୍ସ ଶୁକ୍ରବାର କହିଛନ୍ତି ଯେ ଟର୍କିଶ ଏୟାରଲାଇନ ବିମାନ ଲାଗି ୱେଟ ଲିଜିଂ ଉପରେ ସରକାରଙ୍କ ସମସ୍ତ ନିୟମ ପାଳନ କରାଯିବ।
ୱେଟ୍ ଲିଜିଂରେ ବିମାନ କମ୍ପାନୀ ଚାଳକ ଦଳ, ରକ୍ଷଣାବେକ୍ଷଣା ଓ ବୀମା ବ୍ୟବସ୍ଥା କରିଥାଏ। ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାୟଡୁ କହିଥିଲେ ଯେ ମନ୍ତ୍ରାଳୟ ଟର୍କିସ୍ ଏୟାରଲାଇନ୍ସରୁ ପଟ୍ଟାରେ ନିଆଯାଇଥିବା ବିମାନ ବ୍ୟବହାର ଉପରେ ଇଣ୍ଡିଗୋ ଓ ସୁରକ୍ଷା ଏଜେନ୍ସୀଙ୍କ ସହ ପରାମର୍ଶ କରୁଛି ଓ ଏ ସମ୍ପର୍କରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ। ତେବେ ଏଲବର୍ସ କହିଛନ୍ତି ଭାରତ ଓ ତୁର୍କି ମଧ୍ୟରେ ଦ୍ୱିପାକ୍ଷୀୟ ବିମାନ ସେବା ବୁଝାମଣା ଅନୁସାରେ ସଞ୍ଚାଳିତ ହେଉଛି।