INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ, ଜଣେ ନାବିକ ନିଖୋଜ
ନୂଆଦିଲ୍ଲୀ: ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି। ଏହା ମଧ୍ୟ କୁହାଯାଇଛି ଯେ, ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଯୋଗୁ ଯୁଦ୍ଧ ଜାହାଜ ଗୋଟିଏ ପାର୍ଶ୍ୱକୁ ଝୁଲି ରହିଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ଜାହାଜକୁ ସିଧା କରିହେଲା ନାହିଁ। ଜାହାଜଟି ଏହାର ବର୍ଥ ସହିତ […]

ନୂଆଦିଲ୍ଲୀ: ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି।
ଏହା ମଧ୍ୟ କୁହାଯାଇଛି ଯେ, ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଯୋଗୁ ଯୁଦ୍ଧ ଜାହାଜ ଗୋଟିଏ ପାର୍ଶ୍ୱକୁ ଝୁଲି ରହିଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ଜାହାଜକୁ ସିଧା କରିହେଲା ନାହିଁ। ଜାହାଜଟି ଏହାର ବର୍ଥ ସହିତ ଅଣେଇ ହେବାରେ ଲାଗିଥିଲା। ବର୍ତ୍ତମାନ ଗୋଟିଏ ପାର୍ଶ୍ୱରେ ଅଣେଇ ହୋଇ ରହିଛି। ଜଣେ ଜୁନିଅର ନାବିକଙ୍କ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ନିଖୋଜ ନାବିକଙ୍କର ସନ୍ଧାନ ଚାଲିଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ଭାରତୀୟ ନୌସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।
ପୂର୍ବରୁ ପ୍ରକାଶିତ ଖବର ଅନୁଯାୟୀ, ଜୁଲାଇ ୨୧ତାରିଖ ସନ୍ଧ୍ୟାରେ ଏନଡି (ଏମବିଆଇ)ରେ ମରାମତି ଚାଲିଥିବା ବେଳେ ଭାରତୀୟ ନୌସେନାର ମଲ୍ଟି ରୋଲ୍ ଫ୍ରିଗେଟ୍ ବ୍ରହ୍ମପୁତ୍ରରେ ନିଆଁ ଲାଗିଯାଇଥିଲା। ୨୨ ଜୁଲାଇ ଦିନ ସକାଳେ ଜାହାଜର କର୍ମଚାରୀମାନେ ନାଭାଲ ଡକ୍ୱାର୍ଡ, ମୁମ୍ବାଇ ଏବଂ ବନ୍ଦରର ଅନ୍ୟ ଜାହାଜର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।