ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ଥିବା ଟେଭାପଦର କଲ୍ଯାଣ ମଣ୍ଡପ ଟି ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ହୁଏ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଠାରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ହେତୁ ଅଞ୍ଚଳରେ ସଭା ସମିତି, ବୈଠକ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନ ନାହିଁ। ଏପରିକି କୈାଣସି ସରକାରୀ ତଥା ବେସରକାରୀ ବଡ ଗୃହ ମଧ୍ୟ ନାହିଁ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ […] The post ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ଥିବା ଟେଭାପଦର କଲ୍ଯାଣ ମଣ୍ଡପ ଟି ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ହୁଏ appeared first on Odisha.News.

ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ଥିବା ଟେଭାପଦର କଲ୍ଯାଣ ମଣ୍ଡପ ଟି ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ହୁଏ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଠାରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ହେତୁ ଅଞ୍ଚଳରେ ସଭା ସମିତି, ବୈଠକ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନ ନାହିଁ। ଏପରିକି କୈାଣସି ସରକାରୀ ତଥା ବେସରକାରୀ ବଡ ଗୃହ ମଧ୍ୟ ନାହିଁ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ଲକ୍ଷ୍ୟରେ ସରକାର ଏଠାରେ କଲ୍ୟାଣ ମଣ୍ଡପ ପାଇଁ ୨୦୨୦-୨୧ ରେ ପ୍ରାୟ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଖୁବଶୀଘ୍ର ଲୋକଙ୍କ କାର୍ଯ୍ୟରେ ଲାଗିବା ନେଇ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଛାତ ପର୍ଯ୍ୟନ୍ତ କାମ କରି ଅଧାପନ୍ତରିଆ ଭାବେ ଛାଡି ଦେଇଥିଲେ। ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ରେ ଅର୍ଦ୍ଧ ନିର୍ମିତ କୋଠା ଭିତରେ ଓ ବାହାରେ ଅନାବନା ଗଛଳତା ଉଠି ଭୂତକୋଠି ପାଲଟିଛି। ଅସମ୍ପୂର୍ଣ୍ଣ କୋଠାରେ ଚୋର , ଡକାୟତ , ଜୁଆଡି ତଥା ଅସାମାଜିକ ଲୋକଙ୍କ ଆର୍ଡା ଜମୁଛି । ସରକାରୀ ଯୋଜନା ବିପର୍ଯ୍ୟସ୍ତ ଅବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଅଞ୍ଚଳବାସୀଙ୍କ ଦାବି ପ୍ରତି ସମ୍ମାନ ଜଣାଇ ଅସମ୍ପୂର୍ଣ୍ଣ କଲ୍ୟାଣ ମଣ୍ଡପ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

The post ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ଥିବା ଟେଭାପଦର କଲ୍ଯାଣ ମଣ୍ଡପ ଟି ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ହୁଏ appeared first on Odisha.News.