Inspirational Example: ଦେଶର ୧ ନମ୍ବର ଦାନବୀର, କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେବାରେ କରିଛନ୍ତି ରେକର୍ଡ
ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।