International Women’s Day 2024: ମାର୍ଚ୍ଚ ୮ ତାରିଖରେ କାହିଁକି ପାଳନ କରାଯାଏ ମହିଳା ଦିବସ ? କ'ଣ ରହିଛି ଏହାର ବିଶେଷତ୍ଵ, ଜାଣନ୍ତୁ

ଭୁବନେଶ୍ଵର: ମହିଳାଙ୍କ ଦାୟିତ୍ଵ କେବଳ ଘର ପର୍ଯ୍ୟନ୍ତ ସୀମିତ ହୋଇ ରହି ନାହିଁ। ସମାଜର କଲ୍ୟାଣରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଏବଂ ଭାଗିଦାରୀ ବଢିବାରେ ଲାଗିଛି। ସଂପ୍ରତି ପ୍ରତିଟି କ୍ଷେତ୍ରରେ ମହିଳା ନିଜକୁ ସାବ୍ୟସ୍ତ କରିବା ସହ ସମାଜରେ ପୁରୁଷର ଯେତିକି ଅଧିକାର ଅଛି ମହିଳାଙ୍କ ମଧ୍ୟ ସେତିକି ଅଧିକାର ଥିବା କଥାକୁ ସଠିକ୍ ସାବ୍ୟସ୍ତ ମଧ୍ୟ କରି ପାରିଛନ୍ତି। ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରତିଟି କ୍ଷେତ୍ରରେ ମହିଳା ଆଜି ପୁରୁଷଙ୍କ ପରି ଆଗରେ ରହିଛନ୍ତି। ତେବେ ମହିଳାଙ୍କ ଭାଗିଦାରୀକୁ ଆହୁରି ବଢାଇବା ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଚଳିତ ବର୍ଷ ଶୁକ୍ରବାର ମହିଳା ଦିବସ ପାଳନ କରାଯାଉଛି। ଏହି ଦିବସ ୧୯୦୮ ମସିହାରୁ ପାଳନ କରାଯାଇ ଆସୁଅଛି।wp:headingମାର୍ଚ୍ଚ ୮ ତାରିଖ କାହିଁକି ?/wp:headingମାର୍ଚ୍ଚ ୮ ତାରିଖରେ ମହିଳାମାନେ ନିଜର ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଦିନ ଆମେରିକାର ନ୍ୟୁୟର୍କ ସହରରେ ମହିଳା ନିଜର ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନରତ ମହିଳାଙ୍କ ଦାବି ଏହା ଥିଲା ଯେ, କର୍ମ କ୍ଷେତ୍ରରେ ସେମାନଙ୍କ ସୟମ ସୀମା ରହିବା ଉଚିତ୍। ଅନ୍ୟପଟେ ରୁଷ ମହିଳାମାନେ ପ୍ରଥମ ବିଶ୍ଵ ଯୁଦ୍ଧର ବିରୋଧ କରି ମହିଳା ଦିବସ ପାଳନ କରିଥିଲେ। ସେହିପରି ୟୁରୋପରେ ମହିଳ

International Women’s Day 2024: ମାର୍ଚ୍ଚ ୮ ତାରିଖରେ କାହିଁକି ପାଳନ କରାଯାଏ ମହିଳା ଦିବସ ? କ'ଣ ରହିଛି ଏହାର ବିଶେଷତ୍ଵ, ଜାଣନ୍ତୁ

ଭୁବନେଶ୍ଵର: ମହିଳାଙ୍କ ଦାୟିତ୍ଵ କେବଳ ଘର ପର୍ଯ୍ୟନ୍ତ ସୀମିତ ହୋଇ ରହି ନାହିଁ। ସମାଜର କଲ୍ୟାଣରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଏବଂ ଭାଗିଦାରୀ ବଢିବାରେ ଲାଗିଛି। ସଂପ୍ରତି ପ୍ରତିଟି କ୍ଷେତ୍ରରେ ମହିଳା ନିଜକୁ ସାବ୍ୟସ୍ତ କରିବା ସହ ସମାଜରେ ପୁରୁଷର ଯେତିକି ଅଧିକାର ଅଛି ମହିଳାଙ୍କ ମଧ୍ୟ ସେତିକି ଅଧିକାର ଥିବା କଥାକୁ ସଠିକ୍ ସାବ୍ୟସ୍ତ ମଧ୍ୟ କରି ପାରିଛନ୍ତି। ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରତିଟି କ୍ଷେତ୍ରରେ ମହିଳା ଆଜି ପୁରୁଷଙ୍କ ପରି ଆଗରେ ରହିଛନ୍ତି। ତେବେ ମହିଳାଙ୍କ ଭାଗିଦାରୀକୁ ଆହୁରି ବଢାଇବା ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଚଳିତ ବର୍ଷ ଶୁକ୍ରବାର ମହିଳା ଦିବସ ପାଳନ କରାଯାଉଛି। ଏହି ଦିବସ ୧୯୦୮ ମସିହାରୁ ପାଳନ କରାଯାଇ ଆସୁଅଛି।

wp:heading

ମାର୍ଚ୍ଚ ୮ ତାରିଖ କାହିଁକି ?

/wp:heading

ମାର୍ଚ୍ଚ ୮ ତାରିଖରେ ମହିଳାମାନେ ନିଜର ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଦିନ ଆମେରିକାର ନ୍ୟୁୟର୍କ ସହରରେ ମହିଳା ନିଜର ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନରତ ମହିଳାଙ୍କ ଦାବି ଏହା ଥିଲା ଯେ, କର୍ମ କ୍ଷେତ୍ରରେ ସେମାନଙ୍କ ସୟମ ସୀମା ରହିବା ଉଚିତ୍। ଅନ୍ୟପଟେ ରୁଷ ମହିଳାମାନେ ପ୍ରଥମ ବିଶ୍ଵ ଯୁଦ୍ଧର ବିରୋଧ କରି ମହିଳା ଦିବସ ପାଳନ କରିଥିଲେ। ସେହିପରି ୟୁରୋପରେ ମହିଳାମାନେ ମାର୍ଚ୍ଚ ୮ ତାରିଖରେ ପିସ୍ ଆକ୍ଟିଭିଷ୍ଟକୁ ସମର୍ଥନ କରି ରାଲି ବାହାର କରିଥିଲେ।

ଅନ୍ତର୍ଜାତୀୟ ମହିଳା ଦିବସ ପୁରା ଇତିହାସରେ ମହିଳାଙ୍କ ଦ୍ଵାରା ହୋଇଥିବା ଅକଥ ଉଦ୍ୟମକୁ ମନେ ପକାଇବାର ଏକ ପ୍ରମାଣ। ଏହି ଦିନ ମନେ ପକାଇ ଦେଇଥାଏ ଯେ, କେମିତି ମହିଳାମାନେ ନିଜର ଉଦ୍ୟମ ସାହାସ ଏବଂ ଉତ୍ସାହର ପରିଚୟ ନିଜ ପ୍ରତି ହେଉଥିବା ଭେଦଭାବ, ଅସ୍ପୃଶ୍ୟ ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ।

ଅନ୍ତର୍ଜାତୀୟ ମହିଳା ଦିବସ ମହିଳାଙ୍କ ସମ୍ମାନ ଓ ସେମାନଙ୍କ ଅଧିକାର ପାଇଁ ପାଳନ କରାଯାଏ। ଏହି ଦିନ ଜୀବନର ପ୍ରତିଟି ଦିଗରେ ମହିଳାଙ୍କ ଉପଲବ୍ଧିର ଉତ୍ସବ ରୂପେ ପାଳନ କରାଯିବ। ଆଜି ମହିଳାମାନେ ନିଜର ରଚନାତ୍ମକ, ଦକ୍ଷତା ଏବଂ ବହୁମୁଖୀ ପ୍ରତିଭା ବଳରେ ଦୁନିଆକୁ ଏକ କାନଭାସର ରଙ୍ଗ ଦେଇଛନ୍ତି। ଭୂପୃଷ୍ଠରୁ ନେଇ ମହାକାଶ ପର୍ଯ୍ୟନ୍ତ, ସେନାଠୁ ନେଇ କ୍ରୀଡ଼ା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ପ୍ରଶଂସନୀୟ ରହିଛି। ଅନ୍ତର୍ଜାତୀୟ ମହିଳା ଦିବସ ମହିଳାଙ୍କ ଯୋଗଦାନ ଓ ସେମାନଙ୍କ ଭାଗିଦାରୀ ଉପରେ ଶୁଭକାମନା ଜଣାଇବାର ଦିନ।

wp:heading

ଏଥର ଥିମ କଣ

/wp:heading

ପ୍ରତ୍ୟେକ ବର୍ଷ ଅନ୍ତର୍ଜାତୀୟ  ମହିଳା ଦିବସକୁ ଏକ ଖାସ୍ ଥିମ୍ ସହ ପାଳନ କରାଯାଏ। ଏଥର ମହିଳା ଦିବସର ଥିମ Inspire Inclusion ଥିମ ସହିତ ପାଳନ କରାଯାଉଛି। ଏହି ଥିମର ଉଦ୍ଦେଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ରହିବା ଜରୁରୀ, ଯଦି ନୁହେଁ ତ କଣ ପାଇଁ ନୁହେଁ ?

wp:heading

ମହିଳା ଦିବସ ପାଳନର ଉଦ୍ଦେଶ୍ୟ

/wp:heading

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର ଖାସ୍ ଉଦ୍ଦେଶ୍ୟ ମହିଳାଙ୍କୁ ସେମାନଙ୍କର ଅଧିକାର ଓ ସମ୍ମାନ ପ୍ରଦାନ କରିବା। ଆଉ ଏକ ବଡ଼ ଉଦ୍ଦେଶ୍ୟ ମହିଳାଙ୍କୁ ପୁରୁଷଙ୍କ ପରି ସମାନ ଅଧିକାର ପ୍ରଦାନ କରିବା। ସେମାନଙ୍କର ଉତ୍ସାହକୁ ଆହୁରି ବଢାଇବା ସେମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହନ ଦିଆଯାଉଥିବାରୁ ମହିଳା ଆଜି ରିକ୍ସାଠୁ ନେଇ ରକେଟ୍ ଚଳାଇ ପାରୁଛି, ଗୃହିଣୀ ହେବାଠୁ ନେଇ ଦେଶର ରାଷ୍ଟ୍ରପତି ପଦରେ ଆସୀନ ହୋଇ ପାରିଛି।