INWEC ଜାତୀୟ ମହିଳା ବ୍ୟବସାୟ ମେଳା ୨.୦, ପ୍ରୋତ୍ସାହିତ କଲେ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୦୨/୦୫: ଶେଷ ହେଲା INWEC ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ । ଦ୍ୱିତୀୟ ଦିନରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାରେ ଏକ ନୂତନ ରୂପରେଖ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଦେଲେ ବାର୍ତ୍ତା । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ସମାପିତ ହୋଇଛି । ମହିଳା ଉଦ୍ୟୋଗୀମାନଙ୍କ ଭିତରେ ଥିବା ନବସୃଜନ ଏବଂ ଔଦ୍ୟୋଗିକ ଆକାଂକ୍ଷାକୁ ଏହା ପ୍ରୋତ୍ସାହିତ କରିଛି । ଭୁବନେଶ୍ୱରର ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ବ୍ୟବସାୟ ମେଳାର ଦ୍ବିତୀୟ ଦିନରେ ଚର୍ଚ୍ଚା ଓ ପ୍ରେରଣାଦାୟୀ ଆଲୋଚନା ଅନୁଷ୍ଠିତ ହୋଇଛି । ଉଦ୍ୟୋଗୀଙ୍କୁ ବ୍ୟାପକ ନେଟୱାର୍କିଂ ସୁଯୋଗ ମିଳିପାରିଛି।  ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣରେ ସେ ଗୁରୁତ୍ୱାରୋପ କରିଥିଲେ ଯେ, ସମାନତାରୁ ହିଁ ମହିଳା ସଶକ୍ତୀକରଣ ବିକଶିତ ହୋଇଛି । ଏହା ସାମାଜିକ ଉନ୍ନତି ଏବଂ ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ। ଉପମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଉପସ୍ଥିତ ଲୋକଙ୍କୁ ଗଭୀର ଭାବରେ ପ୍ରଭାବିତ କରିବା ସହିତ ସମାବେଶୀକରଣ ଓ ସଶକ୍ତୀକରଣର ସମନ୍ବିତ ଦୃଷ୍ଟିକୋଣକୁ ଉତ୍ସାହିତ କରିବାକୁ ସକ୍ଷମ ହୋ

INWEC ଜାତୀୟ ମହିଳା ବ୍ୟବସାୟ ମେଳା ୨.୦, ପ୍ରୋତ୍ସାହିତ କଲେ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୦୨/୦୫: ଶେଷ ହେଲା INWEC ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ । ଦ୍ୱିତୀୟ ଦିନରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାରେ ଏକ ନୂତନ ରୂପରେଖ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଦେଲେ ବାର୍ତ୍ତା । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ସମାପିତ ହୋଇଛି । 

ମହିଳା ଉଦ୍ୟୋଗୀମାନଙ୍କ ଭିତରେ ଥିବା ନବସୃଜନ ଏବଂ ଔଦ୍ୟୋଗିକ ଆକାଂକ୍ଷାକୁ ଏହା ପ୍ରୋତ୍ସାହିତ କରିଛି । ଭୁବନେଶ୍ୱରର ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ବ୍ୟବସାୟ ମେଳାର ଦ୍ବିତୀୟ ଦିନରେ ଚର୍ଚ୍ଚା ଓ ପ୍ରେରଣାଦାୟୀ ଆଲୋଚନା ଅନୁଷ୍ଠିତ ହୋଇଛି । ଉଦ୍ୟୋଗୀଙ୍କୁ ବ୍ୟାପକ ନେଟୱାର୍କିଂ ସୁଯୋଗ ମିଳିପାରିଛି।  ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ । 


ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣରେ ସେ ଗୁରୁତ୍ୱାରୋପ କରିଥିଲେ ଯେ, ସମାନତାରୁ ହିଁ ମହିଳା ସଶକ୍ତୀକରଣ ବିକଶିତ ହୋଇଛି । ଏହା ସାମାଜିକ ଉନ୍ନତି ଏବଂ ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ। ଉପମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଉପସ୍ଥିତ ଲୋକଙ୍କୁ ଗଭୀର ଭାବରେ ପ୍ରଭାବିତ କରିବା ସହିତ ସମାବେଶୀକରଣ ଓ ସଶକ୍ତୀକରଣର ସମନ୍ବିତ ଦୃଷ୍ଟିକୋଣକୁ ଉତ୍ସାହିତ କରିବାକୁ ସକ୍ଷମ ହୋଇଛି । ସେହିଭଳି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୁବ ପ୍ରତିଭାଙ୍କ ଉପରେ ଗୁରୁତ୍ବାରୋପ କରିବା ସହିତ ସହରରେ ମହିଳା ଉଦ୍ୟୋଗୀଙ୍କ ଆଶା ଆକାଂକ୍ଷାକୁ ସାକାର କରିବାକୁ ସକ୍ଷମ ହେଉଥିବା ଏକ ଇକୋସିଷ୍ଟମ୍ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। 

ଏହା ସହ ବହୁ ପ୍ରତୀକ୍ଷିତ ‘ଇନ୍ ଦି ହଟ୍ ସିଟ୍ ୱିଥ୍ ଶୋଭା ଦେ: ବୋଲ୍ଡ ଆଣ୍ଡ୍ ଅନସ୍କ୍ରିପ୍ଟେଡ୍’ ଶୀର୍ଷକ ଅଧିବେଶନ ଦ୍ବିତୀୟ ଦିନର ପ୍ରମୁଖ ଆକର୍ଷଣ ଥିଲା। ଭାରତର ଅନ୍ୟତମ ନିର୍ଭୀକ ‌ଲେଖିକା ଭାବେ ପରିଚିତ ଶୋଭା ଦେ ମହିଳା ସଶକ୍ତୀକରଣ, ସର୍ଜନଶୀଳତା ଏବଂ ଗଣମାଧ୍ୟମରେ ତାଙ୍କର ନିର୍ଭୀକ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ।